Hindi News >>Home >>Odisha LifeStyle and Others

Papaya leaf for constipation: କୋଷ୍ଠକାଠିନ୍ୟ ସମସ୍ୟାରୁ ଉପଶମ ଦେଇଥାଏ ଏହି ପତ୍ର!

Constipation: କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସାଧାରଣତଃ ବହୁ ଲୋକେ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେଇପାରନ୍ତି ନାହିଁ।  ଯାହା ଫଳରେ ଅନେକ ସମସ୍ୟା ଭୋଗିବାକୁ ପଡି଼ଥାଏ। ସେହି ସମସ୍ୟା ଗୁଡି଼କ ମଧ୍ୟରୁ କୋଷ୍ଠକାଠିନ୍ୟ (Constipation) ଅନ୍ୟତମ। ଏଥିରେ ପାଚନ ପ୍ରକ୍ରିୟା ଧିମା ହେବା ସହ ମଳତ୍ୟାଗ ସମୟରେ କଷ୍ଟ ଅନୁଭବ ହୋଇଥାଏ। 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 11, 2023, 11:46 AM IST

Papaya leaf for constipation: ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ସ୍ୱାସ୍ଥ୍ୟର ଯତ୍ନ ନେବା କାଠିକର ପାଠ ଅଟେ। କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସାଧାରଣତଃ ବହୁ ଲୋକେ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେଇପାରନ୍ତି ନାହିଁ।  ଯାହା ଫଳରେ ଅନେକ ସମସ୍ୟା ଭୋଗିବାକୁ ପଡି଼ଥାଏ। ସେହି ସମସ୍ୟା ଗୁଡି଼କ ମଧ୍ୟରୁ କୋଷ୍ଠକାଠିନ୍ୟ (Constipation) ଅନ୍ୟତମ। ଏଥିରେ ପାଚନ ପ୍ରକ୍ରିୟା ଧିମା ହେବା ସହ ମଳତ୍ୟାଗ ସମୟରେ କଷ୍ଟ ଅନୁଭବ ହୋଇଥାଏ। ସମୟ ପୂର୍ବରୁ ଉପଚାର ନ କଲେ ଏହା ଜଟିଳ ରୂପ ଧାରଣ କରିଥାଏ । ନର୍ମାଲ କନ୍‌ଷ୍ଟିପେସନ (Normal Constipation) ଧିରେ ଧିରେ କ୍ରୋନିକ କନ୍‌ଷ୍ଟିପେସନରେ (chronic constipation) ପରିଣତ ହୋଇଥାଏ। ଏହାର ପ୍ରଭାବରେ ମଳଦ୍ୱାରର ଚର୍ମ ଫାଟିଯିବା ସହ ରକ୍ତସ୍ରାବ ସହ ପ୍ରବଳ କଷ୍ଟ ମଧ୍ଯ ହୋଇଥାଏ । ଯେଉଁମାନେ ଫାଇବର ଯୁକ୍ତ ଖାଦ୍ୟ ଖାଇଥାଆନ୍ତି ସେମାନେ କୋଷ୍ଠକାଠିନ୍ୟ ଯୋଗୁଁ ଅଧିକ କଷ୍ଟ ପାଇଥାଆନ୍ତି । ଅସ୍ତୁଳନ ଜୀବନଶୈଳୀ ପାଇଁ କୋଷ୍ଠକାଠିନ୍ୟ ପରି ସମସ୍ୟା ସୃଷ୍ଟି ହୋଇଥାଏ ।

ଯଦି କୋଷ୍ଠକାଠିନ୍ୟ ସମସ୍ୟା ବଢିବାକୁ ଲାଗେ ତେବେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ । ଯାହା ଦ୍ବାରା ଏହି ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ। ଏନେଇ କିଛି ଘରୋଇ ଉପଚାର ମଧ୍ଯ ରହିଛି, ଯାହା କରିବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଏଥିରୁ ଉପଶମ ପାଇବା ପାଇଁ ଅମୃତଭଣ୍ତା (papaya) ବେଶ ଉପଯୋଗୀ ହୋଇଥାଏ । ଯଦି ଆପଣ ଏହି ସମସ୍ୟାରୁ ଉପଶମ ପାଇବାକୁ ଚାହୁଁଛନ୍ତି ତାହାଲେ ଅମୃତଭଣ୍ତା ପତ୍ର ସେବନ ବେଶ ଲାଭଦାୟୀ ହୋଇଥାଏ।

କିଭଳି ଫାଇଦା ଦେଇଥାଏ ଅମୃତଭଣ୍ତା ପତ୍ର

ମଳତ୍ୟାଗ ସମୟରେ କଷ୍ଟ ଅନୁଭବ ହେଉଥିଲେ ଅମୃତଭଣ୍ତାର ପତ୍ର (Papaya leaf for constipation) ଏଥିଲାଗି ଲାଭଦାୟୀ ହୋଇଥାଏ । ଏଥିରେ ଅନେକ ହଜମକାରୀ ଏନଜାଇମ୍ ରହିଥାଏ, ଯାହା ହଜମ ଶକ୍ତିରେ ଉନ୍ନତି ଆଣିବାରେ ସାହାଯ୍ୟ କରେ। ଏହାକୁ ସେବନ କରିବା ଦ୍ବାରା ଏସିଡ଼ିଟି ଓ ହୃଦଘାତ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଅମୃତଭଣ୍ତା ପତ୍ରରେ ଭରପୂର ମାତ୍ରାରେ ଭିଟାମିନ୍ (ସି), ଭିଟାମିନ୍ (ଇ), ଭିଟାମିନ୍ (ଏ), ଭିଟାମିନ୍ (କେ) ପରି ବହୁ ଭିଟାମିନ୍ ମହଜୁଦ ରହିଥାଏ, ଯାହା କୋଷ୍ଠକାଠିନ୍ୟରୁ (Constipation) ମୁକ୍ତି ଦେବାରେ ସାହାଯ୍ୟ କରେ । ତେଣୁ ନିୟମିତ ଭାବେ ଅମୃତଭଣ୍ତା ପତ୍ର ସେବନ କରିବା ଦ୍ୱାରା ସମସ୍ତ ପେଟ ରୋଗ, ହୃଦଘାତ, ଏସିଡ଼ିଟି ଓ ଛାତିରେ ଜଳାପୋଡା଼ ଭଳି ସମସ୍ୟା ସହଜରେ ଦୂର ହୋଇଥାଏ।

କେମିତି କରିବେ ସେବନ

ଏହାର ପତ୍ରକୁ ଭଲ ଭାବେ ପାଣିରେ ଧୋଇବା ପରେ କାଟି କରି ଗ୍ରାଇଣ୍ଡ୍ କରନ୍ତୁ । ଏଥିରେ ଅଳ୍ପ ପାଣି ମିଶାଇ ଜୁସ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ଛାଣି କରି ପିଇନ୍ତୁ । ସ୍ୱାଦ ପାଇଁ ଏଥିରେ କିଛି ଲୁଣ, ଚିନି କିମ୍ବା ଗୁଣ୍ଡ ମିଶାଇ ପାରିବୋ । ଆପଣ ଏହି ରସକୁ ସପ୍ତାହରେ ୨ରୁ ୩ ଥର ପିଇ ପାରିବେ ।

( Disclamer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସୂଚନା ପାଇଁ ଅଟେ ଏବଂ ଡାକ୍ତରୀ ପରାମର୍ଶ, ନିରାକରଣ କିମ୍ବା ଚିକିତ୍ସା ପାଇଁ ଏକ ବିକଳ୍ପ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ। କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ କେବଳ ତାଙ୍କ ପରାମର୍ଶରେ ଔଷଧ ନିଅନ୍ତୁ। ) 

 
Read More
{}{}