Hindi News >>Home >>Odisha LifeStyle and Others

Dangerous Symptoms: ଗମ୍ଭୀର ରୋଗକୁ ସୂଚାଇ ଥାଏ ଶରୀରରେ ଦେଖାଦେଉଥିବା ଏହିସବୁ ଲକ୍ଷଣ!

Dangerous Symptoms: ଏହି ଛୋଟ ଲକ୍ଷଣ ଗୁଡ଼ିକ ଓଠ, ଆଖି ଓ ଚର୍ମରେ ଦେଖାଦେଇଥାଏ । ଯାହା ପରବର୍ତ୍ତୀ ସମୟରେ ଗୁରୁତର ରୋଗ ଭାବେ ଉଭା ହୋଇଥାଏ । ତେବେ ଓଠ, ଆଖି ଓ ଚର୍ମରେ ଦେଖାଯାଉଥିବା ଏହି ଲକ୍ଷଣ ପରେ ଗୁରୁତର ରୋଗରେ ପରିଣତ ହୋଇଥାଏ । ତେବେ ଆଜି ଆସନ୍ତୁ ସେହି ଲକ୍ଷଣ ବିଷୟରେ ଜାଣିବା ଯାହା ଆମକୁ ଅତି ସାଧାରଣ ଲାଗିଲେ ମଧ୍ଯ ବଡ଼ ରୋଗକୁ ସୂଚାଇ ଥାଏ ।   

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 02, 2023, 01:54 PM IST

Dangerous Symptoms: କୌଣସି ରୋଗ ହେବା ପୂର୍ବରୁ ଶରୀରରେ ଅନେକ ପ୍ରକାର ଲକ୍ଷଣ ଦେଖାଦେଇଥାଏ । ତେବେ ଶରୀରରେ ଦେଖାଯାଉଥିବା ଏହି ଲକ୍ଷଣ ଗୁଡିକକୁ କେବେ ବି ଅବହେଳା କରନ୍ତୁ ନାହିଁ (Never Ignore These Symptoms) । ବରଂ ଏନେଇ ଆଗୁଆ ସତର୍କ ରୁହନ୍ତୁ । ଅନେକ ଗମ୍ଭୀର ରୋଗ ଅଛି, ଯାହାର ଲକ୍ଷଣ ଅତି ସାଧାରଣ ଅଟେ । ଏପରି ପରିସ୍ଥିତିରେ, ବହୁ ଲୋକେ ଏହି ଲକ୍ଷଣକୁ ଅଣଦେଖା କରିଥାଆନ୍ତି । ଏହି ଛୋଟ ଲକ୍ଷଣ ଗୁଡ଼ିକ ଓଠ, ଆଖି ଓ ଚର୍ମରେ ଦେଖାଦେଇଥାଏ । ଯାହା ପରବର୍ତ୍ତୀ ସମୟରେ ଗୁରୁତର ରୋଗ ଭାବେ ଉଭା ହୋଇଥାଏ । ତେବେ ଓଠ, ଆଖି ଓ ଚର୍ମରେ ଦେଖାଯାଉଥିବା ଏହି ଲକ୍ଷଣ (Body Changes Indicate These Diseases) ପରେ ଗୁରୁତର ରୋଗରେ ପରିଣତ ହୋଇଥାଏ । ତେବେ ଆଜି ଆସନ୍ତୁ ସେହି ଲକ୍ଷଣ ବିଷୟରେ ଜାଣିବା ଯାହା ଆମକୁ ଅତି ସାଧାରଣ ଲାଗିଲେ ମଧ୍ଯ ବଡ଼ ରୋଗକୁ ସୂଚାଇ ଥାଏ ।   

ଗମ୍ଭୀର ରୋଗର ଲକ୍ଷଣ

ଓଠ କଳା ପଡ଼ିବା

ସାଧାରଣତଃ ଧୂମପାନ କରୁଥିବା ଲୋକଙ୍କ ଓଠ କଳା ପଡି଼ଥାଏ । ତେବେ ଆପଣ ଦେଖିଥିବେ ବେଳେବେଳେ ଧୂମପାନ କରୁଥିବା ନଥିବା ଲୋକଙ୍କ ଓଠ ମଧ୍ୟ କଳା ହୋଇଯାଏ । ଏହି ଛୋଟ ଲକ୍ଷଣକୁ ଆଦୌ ଅଣଦେଖା କରାଯିବା ଉଚିତ୍ ନୁହେଁ । ଲିଭରରେ ସମସ୍ୟା (liver problems) ଦେଖାଦେଲେ ଓଠର କଳା ପଡ଼ିଥାଏ । ସେହିପରି ଚର୍ମ ହଳଦିଆ ପଡିବା ମଧ୍ଯ ଲିଭର ସମସ୍ୟାର ଏକ ପ୍ରମୁଖ ଲକ୍ଷଣ ଅଟେ ।

ଓଠ ଫାଟିବା

ଶୀତ ଦିନେ ଓଠ ଫାଟିବା ଅତି ସାଧାରଣ କଥା ଅଟେ । ତଥାପି, ଡ଼ିହାଇଡ୍ରେସନ୍ (Dehydration) ଓ ଭିଟାମିନ୍ B12 ଅଭାବରୁ ଅଧିକାଂଶ ସମୟରେ ଓଠ ଫାଟିଥାଏ ।

ପାଟିରେ ଘା ହେବା

ପାଟିରେ ଘା’ ହେବା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ଏହି କାରଣରୁ, ଖାଇବା ପିଇବାରେ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହୋଇଥାଆନ୍ତି । ପାଟିରେ ଘା’ ହେଲେ ଲୋକମାନେ ଏହାକୁ ଅତି ସାଧାରଣ କଥା ଭାବି ଅଣଦେଖା କରିଥାଆନ୍ତି । ତେବେ ଇମ୍ୟୁନିଟି ସିଷ୍ଟମ୍ (immune system) ଖରାପ ହେବା ଯୋଗୁଁ ଅନେକ ସମୟରେ ପାଟିରେ ଘା’ ହୋଇଥାଏ ।

ଆଖି ସମ୍ବନ୍ଧୀୟ ଲକ୍ଷଣ

ଆଖି ଧରିବା ମାନସିକ  ଏକ ସଙ୍କେତ ଅଟେ । ଆଖି ଓ ଏହାର ଆଖପାଖ ସ୍ଥାନ ଫୁଲିବା ଉଚ୍ଚ କୋଲେଷ୍ଟ୍ରଲ୍ ର (High Cholesterol) ଲକ୍ଷଣ ଅଟେ । ଯଦି ଆଖି ଉପର ସ୍ଥାନ ଫୁଲିବା ସହ ସମସ୍ୟା ଦେଖାଦେଇଥାଏ, ତେବେ ନିଜର କୋଲେଷ୍ଟ୍ରଲ୍ ଯାଞ୍ଚ କରାଯିବା ଉଚିତ୍ ।

​(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

 

Read More
{}{}