Hindi News >>Home >>Odisha LifeStyle and Others

Millet: ଶରୀର ପାଇଁ ବରଦାନ ସଦୃଶ୍ୟ ମାଣ୍ତିଆ, ଖାଇଲେ ଦୂର ହୋଇଥାଏ କର୍କଟ ଓ ମଧୁମେହ!

Millet Health Benefits: ନିୟମିତ ମାଣ୍ତିଆ ଖାଇବା ଦ୍ବାରା ପେଟ ଥଣ୍ତା ରହିଥାଏ । ଏଥିରେ ଡାଏଟାରୀ ଫାଇବର (fiber), କ୍ୟାଲସିୟମ୍ (calcium), ପ୍ରୋଟିନ୍, ପୋଟାସିୟମ୍ ସହ ପ୍ରଚୁର ପରିମାଣରେ ଆଇରନ୍ ରହିଥାଏ । ଏଥିରେ ଥିବା ପ୍ରୋଟିନ୍ ଓ ଫାଇବର ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Nov 05, 2023, 04:24 PM IST

Millet Health Benefits: ମାଣ୍ତିଆ (Millet) ଏକ ପୁଷ୍ଟିକର ଖାଦ୍ୟ ଅଟେ । ଏହା ସ୍ବାସ୍ଥ୍ୟ ପାଇଁ ବେଶ ହିତକର ହୋଇଥାଏ । ନିୟମିତ ମାଣ୍ତିଆ ଖାଇବା ଦ୍ବାରା ପେଟ ଥଣ୍ତା ରହିଥାଏ । ଏଥିରେ ଡାଏଟାରୀ ଫାଇବର (fiber), କ୍ୟାଲସିୟମ୍ (calcium), ପ୍ରୋଟିନ୍, ପୋଟାସିୟମ୍ ସହ ପ୍ରଚୁର ପରିମାଣରେ ଆଇରନ୍ ରହିଥାଏ । ଏଥିରେ ଥିବା ପ୍ରୋଟିନ୍ ଓ ଫାଇବର ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ ।

ଏହା ସହିତ, ଏଥିରୁ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯେଉଁଥିରେ କର୍କଟ ବିରୋଧୀ ଗୁଣ ମଧ୍ୟ ଥାଏ। ହୃଦ୍ ରୋଗଠାରୁ ଆରମ୍ଭ କରି ମଧୁମେହ ଓ ମାଂସପେଶୀ ପାଇଁ ମାଣ୍ଡିଆ ଅତ୍ୟନ୍ତ ଲାଭଦାୟୀ ଅଟେ। ଆମେରିକୀୟ ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ବାୟୋଟେକ୍ନୋଲୋଜି ଇନ୍‌ଫର୍‌ମେସନ୍ (ଏନ୍‌ସିବିଆଇ)ର ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମାଣ୍ଡିଆ ମାରାତ୍ମକ କର୍କଟ ରୋଗର ଆଶଙ୍କାକୁ ହ୍ରାସ କରିଥାଏ।

ମଧୁମେହ ନିୟନ୍ତ୍ରଣ - ଗହମ ଓ ଚାଉଳ ତୁଳନାରେ ମାଣ୍ତିଆରେ ପଲିଫେନୋଲ ଓ ଫାଇବରର (Fiber) ପରିମାଣ ଅଧିକ ରହିଥାଏ ।  ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ କମ୍ ଅଟେ । ତେଣୁ ଏହା ରକ୍ତରେ ଶର୍କରା ସ୍ତରକୁ(Blood Sugar Control) ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମଧୁମେୟ ରୋଗୀ (Diabetes Patient) ସକାଳ ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନରେ ମାଣ୍ତିଆ ଖାଇବା ଲାଭଦାୟୀ ହୋଇଥାଏ ।

କର୍କଟ ରୋଗର ପ୍ରତିରୋଧକ- ଏନ୍‌ସିବିଇ ଅନୁସନ୍ଧାନ ଅନୁଯାୟୀ, ମାଣ୍ଡିଆରେ କର୍କଟ ବିରୋଧୀ ଗୁଣ ରହିଛି ଯାହା କର୍କଟ ରୋଗର ଆଶଙ୍କାକୁ କମ୍ କରିଥାଏ। ପେଟ କର୍କଟ ରୋଗକୁ ରୋକିଥାଏ। ମାଣ୍ଡିଆରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଉପାଦାନଗୁଡିକ କୋଷରୁ ମୁକ୍ତ ରେଡିକାଲ୍‌ଗୁଡିକୁ ଅପସାରଣ କରିଥାଏ, ଯାହାଫଳରେ କର୍କଟ କୋଷଗୁଡ଼ିକ ବଢିବାରେ ବାଧା ସୃଷ୍ଟି ହୁଏ।

ରକ୍ତହୀନତାରେ ଉପକାରୀ- ମାଣ୍ତିଆକୁ ଆଇରନର ସର୍ବୋତ୍ତମ ଉତ୍ସ ବୋଲି କୁହାଯାଏ । ରକ୍ତହୀନତା ଶିକାର ବ୍ୟକ୍ତି ପ୍ରତ୍ୟେକ ଦିନ ମାଣ୍ତିଆ ଖାଇବା ଆବଶ୍ୟକ ।

ହାଡ଼ ମଜବୁତ କରେ- ମାଣ୍ଡିଆରେ ସର୍ବାଧିକ କ୍ୟାଲସିୟମ୍ ଥାଏ ଯାହା ହାଡକୁ ଶକ୍ତିଶାଳୀ କରିଥାଏ। ନିୟମିତ ଭାବେ ମାଣ୍ଡିଆ ଖାଉଥିବା ବ୍ୟକ୍ତିର ଅସ୍ଥି ଲୁହା ଭଳି ଶକ୍ତିଶାଳୀ ହୋଇଯାଏ।। ଏହା ସହ ହାଡରେ ଅଷ୍ଟିଓପୋରୋସିସ (Osteoporosis) ପରି ରୋଗର ଆଶଙ୍କା କମ୍ ହୋଇଥାଏ।

ମାନସିକ ଚାପ କମ୍ କରେ-ମାଣ୍ତିଆରେ ପ୍ରଚୁର ପରିମାଣର ଆଣ୍ଟି-ଅକ୍ସିଡାଣ୍ଟ (antioxidant) ଥାଏ ଯାହା ଚାପକୁ ହ୍ରାସ (Mental Stress) କରିବାରେ ସାହାଯ୍ୟ କରେ । ଯଦି କୌଣସି ବ୍ୟକ୍ତି ଚିନ୍ତା, ଉଦାସୀନତା କିମ୍ବା ଅନିଦ୍ରାରେ ପୀଡ଼ିତ ଅଛନ୍ତି ତେବେ ପ୍ରତିଦିନ ମାଣ୍ତିଆ ଖାଆନ୍ତୁ ।

କଲେଷ୍ଟ୍ରୋଲ କମ୍ କରେ- ମାଣ୍ଡିଆରେ ଲେସିଥିନ ଓ ମେଥିଓନିନ୍‌ ନାମକ ୨ ଟି ଆମିନୋ ଏସିଡ଼ ରହିଛି। ଏହା ରକ୍ତରେ କଲେଷ୍ଟ୍ରୋଲ୍ (cholesterol) ହ୍ରାସ କରିବାରେ ସାହାଯ୍ୟ କରେ।

(ପ୍ରତ୍ୟାଖ୍ୟାନ: ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତକୁ ଜୀ ଓଡିଶା କୌଣସି ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ । କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ ନିଅନ୍ତୁ।)

 

 

Read More
{}{}