Hindi News >>Home >>Odisha LifeStyle and Others

Diabetes: ଡାଇବେଟିସକୁ ସମୂଳେ ନାଶ କରେ ଏହି ଚା'!

Diabetes: ମଧୁମେହ ବର୍ତ୍ତମାନ ଏହା ଏକ ମାରାତ୍ମକ ରୋଗ ହେଇଗଲାଣି। ଏଥିପାଇଁ ବ୍ୟବହୃତ ଆଧୁନିକ ଔଷଧ ମଧ୍ୟ ଶରୀର ଉପରେ କୁପ୍ରଭାଵ ପକାଉଛି ଏବଂ ଅନ୍ୟ ଏକ ରୋଗ ସୃଷ୍ଟିର କାରଣ ହେଉଛି। କିଛି ଘରୋଇ ଉପଚାର ମାଧ୍ୟମରେ ଏଭଳି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ । ତେବେ, ଆସନ୍ତୁ ଜାଣିବା ଘରୋଇ ଉପଚାର ବିଷୟରେ ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Aug 12, 2023, 01:05 PM IST

Diabetes: ମଧୁମେହ (Diabetes)ବା ଡାଇବେଟିସ । ବର୍ତ୍ତମାନ ଏହା ଏକ ମାରାତ୍ମକ ରୋଗ ହେଇଗଲାଣି। ପିଲାଠୁ ବୟସ୍କ ସମସ୍ତ ଏ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାର ଉପଚାର ଏକ ଚିନ୍ତାର ବିଷୟ ଅଟେ। ଏଥିପାଇଁ ବିଭିନ୍ନ ଆଧୁନିକ ଔଷଧ ବାହାରିଥିଲେ ମଧ୍ୟ ଏହା ସଠିକ କାମ କରୁନାହିଁ । ଏଥିପାଇଁ ବ୍ୟବହୃତ ଆଧୁନିକ ଔଷଧ ମଧ୍ୟ ଶରୀର ଉପରେ କୁପ୍ରଭାଵ ପକାଉଛି ଏବଂ ଅନ୍ୟ ଏକ ରୋଗ ସୃଷ୍ଟିର କାରଣ ହେଉଛି। କିଛି ଘରୋଇ ଉପଚାର ମାଧ୍ୟମରେ ଏଭଳି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ । ତେବେ, ଆସନ୍ତୁ ଜାଣିବା ଘରୋଇ ଉପଚାର ବିଷୟରେ ।  ଆଜି ଆମେ ଆପଣଙ୍କୁ ଏକ ଚା' ବିଷୟରେ କହିବୁ ଯାହା ରକ୍ତରେ ଶର୍କରାକୁ କମ କରିଥାଏ । ଯାହା ସ୍ବାଦ ବି ମିଠା ଥାଏ। ଏହି ଚା ଡାଇବେଟିସ ରୋଗୀଙ୍କ ପାଇଁ ରାମବାଣ ଅଟେ। (Kombucha tea) କୋମ୍ଭୁଚା ଚା' । ଏହି ଚା'(kombucha Tea) ପ୍ରୋବାୟୋଟିକ୍ସରେ ଭରପୂର ଅଟେ ଏବଂ ପେଟକୁ ସୁସ୍ଥ ରଖିବା ପାଇଁ ଏହା ଭଲ ବ୍ୟାକ୍ଟେରିଆ ତିଆରି କରିଥାଏ । ଏହି ଚା ରକ୍ତରେ ସର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ (kombucha Tea for Diabetes)।

ଏହାବି ପଢନ୍ତୁ : Suhana Khan: ଗରିବ ମହିଳାଙ୍କ ସହ ଏମିତି କଲେ ସୁହାନା, ଦେଖନ୍ତୁ ଭିଡି଼ଓ

ଏହାବି ପଢନ୍ତୁ : Horoscope Today Aug 12 2023: ଆୟ ବଢିବା ସହ ଶୁଭଫଳ ପାଇବେ ଏହି ସବୁ ରାଶିର ଲୋକେ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

କମ୍ବୁଚା ଆଣ୍ଟିଅକ୍ସିଡାଣ୍ଟ (kombucha Tea for Diabetes) ଧାରଣ କରିଥାଏ ଯାହାକି ଆପଣଙ୍କ ଶରୀରକୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କର୍କଟ ଭଳି ରୋଗର ଆଶଙ୍କା ହ୍ରାସ କରିବାରେ ମଧ୍ୟ ସାହାର୍ଯ୍ୟ କରେ। କମ୍ବୁଚା ଚା’ରେ ମଧ୍ୟ ବହୁତ କମ୍ କଫିନ୍ ଅଛି। ଆମେରିକୀୟ ହାର୍ଟ ଆସୋସିଏସନ ଅନୁଯାୟୀ ପୁରୁଷମାନେ ପ୍ରତିଦିନ ୩୬ ଗ୍ରାମରୁ ଅଧିକ ଚିନି ଖାଇବା ଉଚିତ ଏବଂ ମହିଳାମାନେ ପ୍ରତିଦିନ ୨୫ ଗ୍ରାମରୁ କମ୍ ଚିନି ଖାଇବା ଉଚିତ୍ । ତେଣୁ, ଏହି ଚା’ରେ ଉପସ୍ଥିତ ଥିବା ମଧୁରତାକୁ ବିଚାର କରି ଏହାକୁ ଅଧା କପ୍ ବ୍ୟବହାର କରିବା କଥା। 

ୱାଶିଂଟନ୍ ଡିସିରେ ଥିବା ଜର୍ଜେଟାଉନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ହେଲଥ୍ ଅନୁସନ୍ଧାନରୁ ଜଣାପଡିଛି ଯେ, ଫ୍ରଣ୍ଟିଅର୍ସ ଇନ୍ ନ୍ୟୁଟ୍ରିସନ୍ (ରେଫ୍)ରେ ପ୍ରକାଶିତ ହୋଇଛି ଯେ, କମ୍ବୁଚା ଚା' ରକ୍ତରେ ଶର୍କରା ସ୍ତରକୁ ଉନ୍ନତ କରିଥାଏ। କାରଣ ଏଥିରେ ପ୍ରୋବୋଟିକ୍ସ ଥାଏ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, କୋମ୍ଭୁଚା ଚା' ପିଇବା ଦ୍ବାରା ରକ୍ତ ସର୍କରା ସ୍ତର ଠିକ୍ ଥାଏ। କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ସହିତ ଏହି ପନିପରିବା ଖାଇବା ଦ୍ୱାରା ମଧୁମେହରେ ରକ୍ତ ଶର୍କରା ସବୁବେଳେ ବଜାୟ ରହିବ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଯେଉଁମାନେ ଚାରି ସପ୍ତାହ ପାଇଁ ୮ କପ୍ କୋମ୍ଭୁଚା ଚା' ପିଇଥିଲେ, ରକ୍ତରେ ଶର୍କରା ସ୍ତର ୧୬୪ ରୁ ୧୧୬ ମିଲିଗ୍ରାମକୁ ହ୍ରାସ କରିଥିଲା ​।  ଏହି ଚା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

Disclamer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସୂଚନା ପାଇଁ ଅଟେ ଏବଂ ଡାକ୍ତରୀ ପରାମର୍ଶ, ନିରାକରଣ କିମ୍ବା ଚିକିତ୍ସା ପାଇଁ ଏକ ବିକଳ୍ପ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ। କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ କେବଳ ତାଙ୍କ ପରାମର୍ଶରେ ଔଷଧ ନିଅନ୍ତୁ।

 

Read More
{}{}