Hindi News >>Home >>Odisha LifeStyle and Others

Harmful Raw Vegetables: ଆଦୌ କଞ୍ଚା ଖାଆନ୍ତୁ ନାହିଁ ଏସବୁ ପନିପରିବା, ନଚେତ୍...

Raw Vegetables: ଏପରି କିଛି ପନିପରିବା ଅଛି ଯାହାକୁ କଞ୍ଚା ଖାଇବା ଆଦୌ ଉଚିତ୍ ନୁହେଁ । ଏହିସବୁ ପରିବାକୁ କଞ୍ଚା ଖାଇବା ଦ୍ୱାରା ପରଜୀବୀ, ଜୀବାଣୁ ଓ ବିଷାକ୍ତ ପଦାର୍ଥ ମଣିଷ ଶରୀରକୁ ଯାଇଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ପରିବା କଞ୍ଚା ଖାଇବା ଆଦୌ ଉଚିତ୍ ନୁହେଁ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Aug 12, 2023, 01:49 PM IST

Harmful Raw Vegetables: ପ୍ରାୟତଃ ଆମେ ଜାଣିଛୁ ଯେ, ପନିପରିବାକୁ ଅଧିକ ରାନ୍ଧିବା ଦ୍ବାରା ସେଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ । କେବଳ ଏତିକି ନୁହେଁ, କିଛି ଲୋକେ ଏହା ମଧ୍ଯ ବିଶ୍ବାସ କରନ୍ତି ଯେ, ବିନା ରାନ୍ଧି କରି ପନିପରିବା ଖାଇବା ଦ୍ୱାରା ଅଧିକ ଶକ୍ତି ମିଳିବା ସହ ଚର୍ମ ଭଲ ରହିଥାଏ । ଏହା ସହ ଏହା ହଜମ ଶକ୍ତି ବଢାଇବା ସହ ହୃଦଘାତ ଓ କର୍କଟ ରୋଗ ଆଶଙ୍କାକୁ ମଧ୍ଯ କମ୍ କରିଥାଏ। କିନ୍ତୁ ଜାଣିବା ଉଚିତ୍ ଯେ, ଏପରି କିଛି ପନିପରିବା ଅଛି ଯାହାକୁ କଞ୍ଚା ଖାଇବା ଆଦୌ ଉଚିତ୍ ନୁହେଁ । ଏହିସବୁ ପରିବାକୁ କଞ୍ଚା ଖାଇବା ଦ୍ୱାରା ପରଜୀବୀ, ଜୀବାଣୁ ଓ ବିଷାକ୍ତ ପଦାର୍ଥ ମଣିଷ ଶରୀରକୁ ଯାଇଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ପରିବା କଞ୍ଚା ଖାଇବା ଆଦୌ ଉଚିତ୍ ନୁହେଁ ।

କୋବି

କୋବିରେ ବହୁ ମାତ୍ରାରେ କୀଟପତଙ୍ଗ ରହିଥାଆନ୍ତି । ଏହି ଗୁଡି଼କ ଖାଲି ଆଖିକୁ ଦେଖାଯାଆନ୍ତି ନାହିଁ । ଏହି କୀଟ ଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ବେଶ କ୍ଷତିକାରକ ହୋଇଥାଆନ୍ତି । ଏଥିରେ ଥିବା କିଛି ଟ୍ୟାପୱର୍ମ ଗୁଡ଼ିକ ମଧ୍ୟରୁ କେତେକ ଟ୍ୟାପୱର୍ମ ଏପରି ଥାଆନ୍ତି ଯେଉଁମାନେ କୀଟନାଶକ ସହିତ ସ୍ପ୍ରେ ହେବା ପରେ ମଧ୍ଯ ବଞ୍ଚି ଯାଇଥାଆନ୍ତି । ତେଣୁ କୋବି ଖାଇବା ପୂର୍ବରୁ ଏହାକୁ ଭଲ ଭାବରେ ହଳଦୀ ପାଣି କିମ୍ବା ଗରମ ପାଣିରେ ଧୋଇବା ଉଚିତ୍ । ଏହାପରେ କୋବିକୁ ଭଲ ଭାବେ ରାନ୍ଧି କରି ଖାଆନ୍ତୁ ।

ବାଇଗଣ

ବାଇଗଣରେ ମାତ୍ରଧିକ ପରିମାଣର ଟ୍ୟାପୱର୍ମ ରହିଥାଆନ୍ତି । ଏମାନେ ଶରୀରରେ ରକ୍ତ ପ୍ରବାହକୁ ଖୁବ ସହଜରେ ପ୍ରବେଶ କରିପାରନ୍ତି । ତେଣୁ ବାଇଗଣ ଖାଇବା ପୂର୍ବରୁ ଏହାକୁ ଭଲ ଭାବରେ ରାନ୍ଧି କରି ଖାଆନ୍ତୁ ।

କ୍ୟାପସିକମ୍

କ୍ୟାପସିକମକୁ ଖାଇବା ପୂର୍ବରୁ ଏହାର ମଞ୍ଜି ବାହାର କରନ୍ତୁ । ଏହାପରେ ଗରମ ପାଣିରେ କ୍ୟାପସିକମକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାର ମଞ୍ଜିରେ ଥିବା ଟ୍ୟାପୱର୍ମରୁ ଅଣ୍ଡା ମଧ୍ୟ ହୋଇପାରେ, ଯାହା ଫଳ ଭିତରେ ବଞ୍ଚିରହିଥାଏ । ତେଣୁ ଏହାକୁ ଖାଇବା ପୂର୍ବରୁ ଭଲ ଭାବେ ରାନ୍ଧି କରି ଖାଆନ୍ତୁ ।

ସାରୁ ପତ୍ର

ସାରୁ ପତ୍ରକୁ ଖାଇବା ପୂର୍ବରୁ ସର୍ବଦା ଏହାର ପତ୍ରକୁ ଗରମ ପାଣିରେ ଧୁଅନ୍ତୁ । ପାଳଙ୍କ ପତ୍ର ଲାଗି ମଧ୍ଯ ସମାନ ନିୟମ ରହିଛି । ଏହି ପତ୍ରକୁ ଖାଇବା ପୂର୍ବରୁ ଏହାକୁ ଗରମ ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ, ନଚେତ୍ ଏଥିରେ ଥିବା ବ୍ୟାକ୍ଟେରିଆ ଯୋଗୁଁ କିଡ଼ନୀରେ ପଥର ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ ।

Also Read-Weight Loss Diet: ଓଜନ କମାଇବ ଅଦା! ଏପରି କରନ୍ତୁ ସେବନ, ମିଳିବ ଜବରଦସ୍ତ ଫାଇଦା

Also Read- Skin Care Tips: ଉଜ୍ଜଳମୟ ତ୍ବଚା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଟିସ୍ସ

Disclamer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସୂଚନା ପାଇଁ ଅଟେ ଏବଂ ଡାକ୍ତରୀ ପରାମର୍ଶ, ନିରାକରଣ କିମ୍ବା ଚିକିତ୍ସା ପାଇଁ ଏକ ବିକଳ୍ପ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ। କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ କେବଳ ତାଙ୍କ ପରାମର୍ଶରେ ଔଷଧ ନିଅନ୍ତୁ।

Also Read- Diabetes Home Remedies: ମଧୁମେୟ ରୋଗରୁ ମୁକ୍ତି ଲାଗି କରନ୍ତୁ ଏହିସବୁ ଘରୋଇ ଉପଚାର

Read More
{}{}