Hindi News >>Home >>Odisha LifeStyle and Others

ସାବଧାନ ହୋଇ ରଖନ୍ତୁ ଯୌନ ସମ୍ପର୍କ, ନଚେତ୍ ଭୋଗିବେ...

Sex Injuries: ଶାରୀରିକ ସମ୍ପର୍କକୁ 'ଷ୍ଟ୍ରେସ ବଷ୍ଟର' ବୋଲି ମଧ୍ୟ କୁହାଯାଏ । କିନ୍ତୁ ବେଳେବେଳେ ଶାରୀରିକ ସମ୍ପର୍କ ରଖିବା ସମୟରେ ଶରୀରର କେତେକ ସ୍ଥାନରେ ଆଘାତ ଲାଗିଥାଏ । ତେବେ ଆସନ୍ତୁ ଜାଣିବା ଶାରୀରିକ ସମ୍ପର୍କ ବେଳେ ଶରୀର କେଉଁ ଅଙ୍ଗରେ ଆଘାତ ଲାଗିଥାଏ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 04, 2023, 02:09 PM IST

Sex Injuries: ଶାରୀରିକ ସମ୍ପର୍କ ମଣିଷ ଜୀବନରେ ଆନନ୍ଦ ଭରିବା ସହ ଏହା ବ୍ୟକ୍ତିକୁ ଷ୍ଟ୍ରେସ ଫ୍ରୀ ମଧ୍ଯ କରାଇଥାଏ । ତେଣୁ ଏହାକୁ 'ଷ୍ଟ୍ରେସ ବଷ୍ଟର' ବୋଲି ମଧ୍ୟ କୁହାଯାଏ । କିନ୍ତୁ ବେଳେବେଳେ ଶାରୀରିକ ସମ୍ପର୍କ ରଖିବା ସମୟରେ ଶରୀରର କେତେକ ସ୍ଥାନରେ ଆଘାତ ଲାଗିଥାଏ । ତେବେ ଆସନ୍ତୁ ଜାଣିବା ଶାରୀରିକ ସମ୍ପର୍କ ବେଳେ ଶରୀର କେଉଁ ଅଙ୍ଗରେ ଆଘାତ ଲାଗିଥାଏ ।

୨୦୧୩ ମସିହାରେ ପିଏଲଓଏସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶାରୀରିକ ସମ୍ପର୍କ ଏକ ଉତ୍ତମ ବ୍ୟାୟାମ ଅଟେ । ରିପୋର୍ଟ ଅନୁଯାୟୀ, ୨୫ ମିନିଟ୍ ଧରି ଯୌନ ସମ୍ପର୍କ ଦ୍ବାରା ମହିଳାମାନଙ୍କର ପ୍ରାୟ ୬୯.୧ କ୍ୟାଲୋରୀ ହ୍ରାସ ହୋଇଥାଏ । ଯେ କୌଣସି ସାଧାରଣ ବ୍ୟାୟାମ ପରି ଯୌନ ସମ୍ପର୍କ ଦ୍ବାରା ମଧ୍ୟ ଶରୀରରେ କ୍ୟାଲୋରୀ ହ୍ରାସ ହୋଇଥାଏ । ତେବେ ବ୍ୟାୟାମ ପରି ଯୌନ ସମ୍ପର୍କ ସମୟରେ ମଧ୍ୟ ଆମ ଶରୀରରେ କିଛି ଆଘାତ ଲାଗିଥାଏ ।

  • ଶାରୀରିକ ସମ୍ପର୍କ ରଖିବା ସମୟରେ ଏସବୁ ଦିଗ ପ୍ରତି ଧ୍ୟାନ ନଦେଲେ ମହିଳାଙ୍କୁ ଭାଜାଇନାଲ ଟିୟାରିଙ୍ଗ ଅର୍ଥାତ୍ ମହିଳାଙ୍କ ଯୌନାଙ୍ଗରେ କଟାଦାଗ ପରି ପଡ଼ିଯାଏ । ଯାହା ଫଳରେ ଭବିଷ୍ୟତରେ ପ୍ରସବ ସମୟରେ ମହିଳାଙ୍କୁ ଅନେକ ସମୟରେ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ।
  • ଅନେକ ସମୟରେ ଶାରୀରିକ ସମ୍ପର୍କ ବେଳେ ହାତ, ଗୋଡ଼ ଓ ସ୍ତନ ଆଘାତ ଲାଗିଥାଏ । ତେବେ ଏହି ଆଘାତ ଦୀର୍ଘ ସମୟ ଧରି ଶରୀରରେ ରହିଥାଏ ।
  • ଶାରୀରିକ ସମ୍ବନ୍ଧ ରଖିବା ବେଳେ ପୁରୁଷଙ୍କ ହାତ ମହିଳାଙ୍କ ସ୍ତନକୁ ଛୁଇଁଥାଏ । ତେବେ ଏଥିପ୍ରତି ଧ୍ୟାନ ରଖନ୍ତୁ କାରଣ, ଉତ୍ତେଜନା ସମୟରେ ସ୍ତନରେ ଆଘାତ ଲାଗିପାରେ।
  • ଶାରୀରିକ ସମ୍ପର୍କ ବେଳେ ମାଂସପେଶୀରେ ମଧ୍ୟ ଆଘାତ ଲାଗିଥାଏ  । ଏହାକୁ ଏଡାଇବା ପାଇଁ ଆପଣ ଯତ୍ନବାନ ହେବା ଉଚିତ୍ । କୌଣସି ନୂଆ ପୋଜରେ ଉପରେ ଶାରୀରିକ ସମ୍ପର୍କ ରଖିବା ବେଳେ ଏନେଇ ଅନୁସନ୍ଧାନ କରିବା ଉଚିତ୍ ।
  • ଶାରୀରିକ ସମ୍ପର୍କ ସମୟରେ ଅନେକ ମହିଳାଙ୍କୁ ଲାଟେକ୍ସ କଣ୍ଡୋମ ଯୋଗୁଁ ଆଲର୍ଜି ମଧ୍ୟ ହୋଇଥାଏ । ତେଣୁ ବଜାରରେ ଉପଲବ୍ଧ ନନ୍-ଲାଟେକ୍ସ କଣ୍ଡୋମ ଆପଣଙ୍କ ଏକ ବିକଳ୍ପ ହୋଇପାରେ ।  ତେବେ ଯଦି ଆପଣକୁ ଏହିପରି କୌଣସି ଯୌନ ଉତ୍ପାଦ ଯୋଗୁଁ ଆଲର୍ଜି ସମସ୍ୟା ହେଉଛି ତାହାଲେ ଆପଣ ଏଥି ପ୍ରତି ଯତ୍ନବାନ ରୁହନ୍ତୁ ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

Read More
{}{}