Hindi News >>Home >>Odisha LifeStyle and Others

Banana Health Benefits: ମଧୁମେହ ରୋଗୀଙ୍କ ପାଇଁ ରାମବାଣ ହେଉଛି କଦଳୀ, ଜାଣନ୍ତୁ କେମିତି ?

Banana Health Benefits: କଦଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ସ୍ୱାଦିଷ୍ଟ ହେବା ବ୍ୟତୀତ କଦଳୀ ଶରୀର ପାଇଁ ମଧ୍ୟ ଅତ୍ୟନ୍ତ ଉପକାରୀ । କଦଳୀରେ ପ୍ରଚୁର ଫାଇବର, କ୍ୟାଲସିୟମ୍, ଆଇରନ୍ ଏବଂ ଭିଟାମିନ୍ ଏ ରହିଥାଏ । କଦଳୀ ଖାଇବା ଦ୍ବାରା ମଧୁମେହ ନିୟନ୍ତ୍ରଣ ରହିଥାଏ ଏବଂ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ ।

Advertisement
Banana Health Benefits: ମଧୁମେହ ରୋଗୀଙ୍କ ପାଇଁ ରାମବାଣ ହେଉଛି କଦଳୀ, ଜାଣନ୍ତୁ କେମିତି ?
Stop
Zee Odisha Desk|Updated: Nov 17, 2022, 05:32 PM IST

Banana Health Benefits: କଦଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ସ୍ୱାଦିଷ୍ଟ ହେବା ବ୍ୟତୀତ କଦଳୀ ଶରୀର ପାଇଁ ମଧ୍ୟ ଅତ୍ୟନ୍ତ ଉପକାରୀ । କଦଳୀରେ ପ୍ରଚୁର ଫାଇବର, କ୍ୟାଲସିୟମ୍, ଆଇରନ୍ ଏବଂ ଭିଟାମିନ୍ ଏ ରହିଥାଏ  । କଦଳୀ ଖାଇବା ଦ୍ବାରା ମଧୁମେହ ନିୟନ୍ତ୍ରଣ ରହିଥାଏ ଏବଂ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ । କଦଳୀ ଖାଇବା ଦ୍ୱାରା ଦୀର୍ଘ ସମୟ ଭୋକ ଲାଗେ ନାହିଁ । ଆଜି ଆମେ ଆପଣଙ୍କୁ ଏଠାରେ କହିବୁ, କଦଳୀ ଖାଇବାର ଦ୍ବାରା କ’ଣ ସବୁ  ଲାଭ ହୋଇଥାଏ ?

ପ୍ରତିଦିନ କଦଳୀ ଖାଇଲେ କ’ଣ ସବୁ ଫାଇଦା ମିଳିଥାଏ : 

ହଜମ ପ୍ରକ୍ରିୟା ପାଇଁ ଲାଭଦାୟକ ହେଉଛି କଦଳୀ  : 
କଦଳୀ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । କଦଳୀରେ ଅଧିକ ଫାଇବର ଥାଏ, ଯାହା କୋଷ୍ଠକାଠିନ୍ୟ ଦୂର କରିବା ସହିତ ପେଟରେ ଗ୍ୟାସ୍, ଯନ୍ତ୍ରଣା ଏବଂ ପେଟ ଜନିତ ସମସ୍ୟା ଦୂର କରିଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ପ୍ରତିଦିନ କଦଳୀ ଖାଆନ୍ତି, ତେବେ ପେଟ ସୁସ୍ଥ ରହିଥାଏ । କେବଳ ସେତିକି ନୁହେଁ, କଦଳୀ ଶରୀରରେ ଜଳର ଅଭାବକୁ ପୂରଣ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ଏହାବି ପଢନ୍ତୁ : Gud Benefits in Winter: ଶୀତଦିନେ ଗୁଡ ଖାଇଲେ ମିଳିଥାଏ ଏହି ସବୁ ଫାଇଦା

ଏହାବି ପଢନ୍ତୁ : Cinnamon Health Benefits: ପିରିୟଡ ସମୟରେ ପେଟ ଯନ୍ତ୍ରଣାରୁ ଆରାମ ଦେବ ଡାଲଚିନ୍, ଜାଣନ୍ତୁ କେମିତି କରିବେ ବ୍ୟବହାର ?

ଏହାବି ପଢନ୍ତୁ : Health Tips: ଶୀତଦିନେ ଖାଆନ୍ତୁ ଏହି ଚାରୋଟି ଫଳ, ଶରୀରରେ ଦେଖାଦେବନି ଜଳୀୟ ଅଂଶର ଅଭାବ

ହାଡକୁ ଶକ୍ତିଶାଳୀ କରେ କଦଳୀ :

ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ବାରା ଶରୀରର ହାଡକୁ ମଜବୁତ ହୋଇଥାଏ । କଦଳୀରେ କ୍ୟାଲସିୟମ ପ୍ରଚୁର ପରିମାଣରେ ଥାଏ। ଯାହା ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ । ଏବଂ ଦୁର୍ବଳତାକୁ ମଧ୍ୟ ଦୂର କରିଥାଏ । କଦଳୀରେ ଥିବା କ୍ୟାଲସିୟମ ଶରୀରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରଖେ ।

ମଧୁମେହ ରୋଗୀଙ୍କ ପାଇଁ କଦଳୀ ରାମବାଣ :
ପ୍ରତିଦିନ ମଧିୁମେହ ରୋଗୀ ଗୋଟିଏ କଦଳୀ ଖାଇବା ଉଚିତ୍ । କାରଣ ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ବାରା ମଧୁମେହକୁ ନିୟନ୍ତ୍ରଣ କରାଯାଇ ପାରିବ । କାରଣ ଏଥିରେ ପ୍ରଚୁର ପରିମାଣରେ  ଫାଇବର ରହିଛି। କାରଣ ଫାଇବର ରକ୍ତରେ ଶର୍କରାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ମଧୁମେହ ରୋଗୀମାନେ ପ୍ରତିଦିନ ଏକ କଦଳୀ ଖାଇବା ଆବଶ୍ୟକ । 

ଚାପରୁ ମୁକ୍ତି ଦେବ କଦଳୀ  :
ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଚାପ ସମସ୍ୟା ଦୂର ହୋଇଯାଏ । ଟ୍ରାପଟୋଫାନ୍ (tryptophan) ନାମକ ଏକ ଉପାଦାନ କଦଳୀରୁ ମିଳିଥାଏ । ଯାହା ଶରୀରରେ ସେରୋଟୋନିନ୍ (serotonin) ତିଆରି କରିଥାଏ । ଏହି କାରଣରୁ ଶରୀରରେ ଖୁସି ହରମୋନ୍ ନିର୍ଗତ ହୁଏ ଏବଂ ଚାପର ସମସ୍ୟା ଦୂର ହୋଇଥାଏ ।

Read More
{}{}