Hindi News >>Home >>Odisha LifeStyle and Others

Anjeer Benefits: ପ୍ରତିଦିନ ଅଞ୍ଜିର ଖାଇଲେ ମିଳେ ଏହି ସବୁ ଫାଇଦା

Benefits of Anjeer:  ଅଞ୍ଜିରରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ କେ, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଜିଙ୍କ୍, ତମ୍ବା, ମାଙ୍ଗାନିଜ୍ ଏବଂ ଆଇରନ୍ ସହିତ ଭିଟାମିନ୍ ଏବଂ ମିନେରାଲ୍ସର ଏକ ସମୃଦ୍ଧ ଉତ୍ସ । ତେବେ, ଏହାକୁ ଖାଇବା ଦ୍ବାରା ଶରୀରକୁ କଣ ସବୁ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା ।

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Aug 27, 2023, 12:06 PM IST

Benefits of Anjeer: ଡ୍ରାଏ ଫ୍ରୁଟସ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। ଏଥିପାଇଁ ଅଧିକାଂଶ ଲୋକେ ନିଜ ଡାଏଟରେ  ଡ୍ରାଏ ଫ୍ରୁଟସ୍ ସାମିଲ୍ କରନ୍ତି।  ଡ୍ରାଏ ଫ୍ରୁଟସ ମଧ୍ୟରୁ ଅଞ୍ଜିର (Anjeer) ଅନ୍ୟତମ।  ଅଞ୍ଜିରରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ କେ, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଜିଙ୍କ୍, ତମ୍ବା, ମାଙ୍ଗାନିଜ୍ ଏବଂ ଆଇରନ୍ ସହିତ ଭିଟାମିନ୍ ଏବଂ ମିନେରାଲ୍ସର ଏକ ସମୃଦ୍ଧ ଉତ୍ସ । ତେବେ, ଏହାକୁ ଖାଇବା ଦ୍ବାରା ଶରୀରକୁ କଣ ସବୁ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା (Benefits of Anjeer)।...

Also Read : Golden Baba: ଗୋଲ୍ଡେନ ବାବାଙ୍କ ସମ୍ପତ୍ତି ଦେଖି ED ଟେରା...

Also Read : Bhadrak News: ସ୍ତ୍ରୀ ସହ ଝଗଡ଼ା କରି ଜୀବନ ହାରିଲେ କନେଷ୍ଟବଳ

Also Read : Horoscope Today Aug 27 2023: ଆକସ୍ମିକ ଧନଲାଭର ଯୋଗ ସହ ଶୁଭ ଫଳ ପାଇବେ ଏହି ରାଶି, ଜାଣନ୍ତୁ କେମିତ କଟିବ ଆଜିର ଦିନ?

Also Read : place where desert meets ocean: ବିଶ୍ୱର ଏପରି ୫ ରହସ୍ୟମୟ ସ୍ଥାନ; ଯେଉଁଠାରେ ମରୁଭୂମି ସହ ମିଶିଥାଏ ସମୁଦ୍ର

ହଜମ ପ୍ରକ୍ରିୟାକୁ ଠିକ୍ କରିବାରେ ସହାୟକ ହୁଏ:

ଅଞ୍ଜିର ଫାଇବରରେ ଭରପୂର ଅଟେ। ଯାହା କୋଷ୍ଠକାଠିନ୍ୟକୁ ରୋକିବାରେ ସାହାଯ୍ୟ କରିଥାଏ । ଏବଂ ଅନ୍ତନଳୀକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଏହା ପ୍ରିବିୟୋଟିକ୍ ଉତ୍ସ ଭାବରେ କାର୍ଯ୍ୟ କରିଥାଏ ।

ହାଡକୁ ଶକ୍ତିଶାଳୀ କରେ:
ଅଞ୍ଜିର  ହାଡକୁ ଶକ୍ତ କରିବାରେ ସାହାର୍ଯ୍ୟ କରେ। ଅଞ୍ଜିରରେ କ୍ୟାଲସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଇତ୍ୟାଦି ଭରପୂର ମାତ୍ରାରେ ରହିଛି।  ଯାହା ଆପଣଙ୍କ ହାଡକୁ ଶକ୍ତିଶାଳୀ କରିବାରେ ସାହାର୍ଯ୍ୟ କରେ।

ରକ୍ତରେ ଶର୍କରା ସ୍ତର ବଜାୟ ରଖେ:
ଅଞ୍ଜିରରେ ପୋଟାସିୟମ୍ ଭରପୂର ପରିମାଣରେ ରହିଛି।   ଯେଉଁ କାରଣରୁ ଏହା ଶରୀରରେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ମଧୁମେହ ରୋଗୀଙ୍କ ପାଇଁ ଏହା ବରଦାନ କହିଲେ ଅତୃକ୍ତି ହେବ ନାହିଁ। 

Also Read : Expensive Belts: ଏପରି ମହଙ୍ଗା ବେଲ୍ଟ, ଯାହାର ଦାମ ଜାଣିଲେ ଉଡିବ ହୋସ୍ !

ହୃଦରୋଗର ଆଶଙ୍କା ହ୍ରାସ କରେ:
ଫାଇବର ଯୁକ୍ତ ଅଞ୍ଜିରରେ ଶରୀରରେ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲେସିରାଇଡର ସ୍ତରକୁ ହ୍ରାସ କରେ। ଯାହା ଫଳରେ ହୃଦରୋଗ ଆଶଙ୍କା ହ୍ରାସ କରେ। ଅଞ୍ଜିରରେ ଥିବା ହାଇ ଆଣ୍ଟିଅକ୍ସିଡାଣ୍ଟ ଏବଂ ରକ୍ତଚାପ ହ୍ରାସକାରୀ ଗୁଣ ଶରୀରକୁ ମୁକ୍ତ ରେଡିକାଲରୁ ମୁକ୍ତ କରିଥାଏ, ଯାହା ଭବିଷ୍ୟତରେ କରୋନାରୀ ଧମନୀରେ ଅବରୋଧ ସୃଷ୍ଟି କରିଥାଏ ଏବଂ ହୃଦରୋଗକୁ ରକ୍ଷା କରିଥାଏ ।

ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ:
ଅଞ୍ଜିରରେ କ୍ୟାଲୋରୀରେ କମ୍ ଥାଏ । ଯାହା ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ। ଅଞ୍ଜିରରେ ଡାଏଟାରୀ ଫାଇବର ଥାଏ, ଯାହା ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ, ଯେଉଁଥିପାଇଁ ଆପଣ ଅତ୍ୟଧିକ ଖାଇବା ଠାରୁ ଦୂରେଇ ଯାଆନ୍ତି, ଯାହା କ୍ୟାଲୋରୀ ଗ୍ରହଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

( Disclamer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସୂଚନା ପାଇଁ ଅଟେ ଏବଂ ଡାକ୍ତରୀ ପରାମର୍ଶ, ନିରାକରଣ କିମ୍ବା ଚିକିତ୍ସା ପାଇଁ ଏକ ବିକଳ୍ପ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ। କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ କେବଳ ତାଙ୍କ ପରାମର୍ଶରେ ଔଷଧ ନିଅନ୍ତୁ। ) 

 

Read More
{}{}