Hindi News >>Home >>Odisha LifeStyle and Others

Millet Benefits: ସ୍ବାସ୍ଥ୍ୟ ସହ କେଶ ଓ ତ୍ବଚାର ସମସ୍ୟା ଦୂର କରିଥାଏ ମାଣ୍ତିଆ! ଏପରି କରନ୍ତୁ ବ୍ୟବହାର

Millet Benefits: ପୁଷ୍ଟିକର ଖାଦ୍ୟ ଭାବେ ଜଣାସୁଣା ଏହି ମାଣ୍ତିଆ ସ୍ବାସ୍ଥ୍ୟ ପକ୍ଷେ ବେଶ ହିତକର ହୋଇଥାଏ । ନିୟମିତ ଭାବେ ମାଣ୍ତିଆ ଖାଇବା ଦ୍ବାରା ପେଟ ଥଣ୍ତା ରହିଥାଏ । ଏଥିରେ ଡାଏଟାରୀ ଫାଇବର (fiber), କ୍ୟାଲସିୟମ୍ (calcium), ପ୍ରୋଟିନ୍, ପୋଟାସିୟମ୍ ସହ ପ୍ରଚୁର ପରିମାଣରେ ଆଇରନ୍ ରହିଥାଏ । ଏଥିରେ ଥିବା ପ୍ରୋଟିନ୍ ଓ ଫାଇବର ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ । 

Advertisement
Millet Benefits: ସ୍ବାସ୍ଥ୍ୟ ସହ କେଶ ଓ ତ୍ବଚାର ସମସ୍ୟା ଦୂର କରିଥାଏ ମାଣ୍ତିଆ! ଏପରି କରନ୍ତୁ ବ୍ୟବହାର
Stop
Zee Odisha Desk|Updated: Feb 25, 2024, 06:53 AM IST

Millet Benefits: ଶରୀର ପାଇଁ ଲାଭଦାୟୀ ହୋଇଥିବା ମାଣ୍ତିଆ (Millet) ଘରେ ଘରେ ପରିଚିତ । ପୁଷ୍ଟିକର ଖାଦ୍ୟ ଭାବେ ଜଣାସୁଣା ଏହି ମାଣ୍ତିଆ ସ୍ବାସ୍ଥ୍ୟ ପକ୍ଷେ ବେଶ ହିତକର ହୋଇଥାଏ । ନିୟମିତ ଭାବେ ମାଣ୍ତିଆ ଖାଇବା ଦ୍ବାରା ପେଟ ଥଣ୍ତା ରହିଥାଏ । ଏଥିରେ ଡାଏଟାରୀ ଫାଇବର (fiber), କ୍ୟାଲସିୟମ୍ (calcium), ପ୍ରୋଟିନ୍, ପୋଟାସିୟମ୍ ସହ ପ୍ରଚୁର ପରିମାଣରେ ଆଇରନ୍ ରହିଥାଏ । ଏଥିରେ ଥିବା ପ୍ରୋଟିନ୍ ଓ ଫାଇବର ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ । ଏହା ସହିତ, ଏଥିରୁ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯେଉଁଥିରେ କର୍କଟ ବିରୋଧୀ ଗୁଣ ମଧ୍ୟ ଥାଏ। ହୃଦ୍ ରୋଗଠାରୁ ଆରମ୍ଭ କରି ମଧୁମେହ ଓ ମାଂସପେଶୀ ପାଇଁ ମାଣ୍ଡିଆ ଅତ୍ୟନ୍ତ ଲାଭଦାୟୀ ଅଟେ।

ତେବେ ମାଣ୍ଡିଆ ସ୍ୱାସ୍ଥ୍ୟ ସାଙ୍ଗକୁ କେଶ ଓ ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ ହୋଇଥାଏ । କେଶ ଓ ତ୍ୱଚା ପାଇଁ ଆପଣ ପ୍ରତିଦିଆ ମାଣ୍ଡିଆକୁ ବ୍ୟବହାର କରି ପାରିବେ l କେଶ ସମସ୍ୟା ଥିଲେ, ପ୍ରଥମେ ଏକ ପାତ୍ରରେ ମାଣ୍ଡିଆ ଗୁଣ୍ଡ ନିଅନ୍ତୁ । ଏଥିରେ କିଛି ଅଁଳା ପେଷ୍ଟ ପକାଇ ଭଲ ଭାବେ ଏହାକୁ ମିକ୍ସ କରି ନିଅନ୍ତୁ । ଏହାପରେ ଆବଶ୍ୟକ ଅନୁଯାୟୀ ମନ୍ଦାର ଫୁଲ ପାଣି ଏଥିରେ ପକାନ୍ତୁ । ପ୍ରସ୍ତୁତ ହୋଇଥିବା ପେଷ୍ଟକୁ ନିଜ କେଶ ମୂଳରେ ଲଗାଇବା ସହ ଧୀରେ ଧୀରେ ମସାଜ କରନ୍ତୁ । ୧୦ରୁ ୧୫ ମିନିଟ୍‌ ପରେ କେଶ ଧୋଇ ନିଅନ୍ତୁ ।

ସେହିପରି ତ୍ବଚାରେ ଚମକ ପାଇଁ ପ୍ରଥମେ ଦହିରେ ମାଣ୍ଡିଆ ପକାଇ ଅଳ୍ପ ସମୟ ପାଇଁ ତାହାକୁ ଭିଜେଇକି ରଖନ୍ତୁ । ମାଣ୍ଡିଆ ନରମ ହୋଇଯିବା ପରେ ଏହି ମିଶ୍ରଣକୁ ନିଜ ଚେହେରାରେ ଲଗାଇ ଧୀରେ ଧୀରେ ସ୍କ୍ରବ୍‌ କରନ୍ତୁ । ଏପରି ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ କରନ୍ତୁ । ଏହା ପରେ ମୁହଁ ସଫା କରି ନିଅନ୍ତୁ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ ଅବଲମ୍ବନ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

 

Read More
{}{}