Hindi News >>Home >>Odisha LifeStyle and Others

Hair Care: କେଶ ଝଡିବାକୁ ରୋକନ୍ତୁ, ପ୍ରତିଦିନ ଖାଆନ୍ତୁ ଏହି ପାଞ୍ଚଟି ମଞ୍ଜି

Hair Care Tips: ଯଦି ଆପଣ କେଶ ଝାଡ଼ିବା ସମସ୍ୟାରେ ପଡ଼ିଥାନ୍ତି, ତେବେ ନିଶ୍ଚିତ ଭାବରେ ନିଜ ଡାଏଟରେ ସିଡ୍ସ ବା ମଞ୍ଜି ସାମିଲ କରନ୍ତୁ । ମିଶ୍ରିତ ସିଡ୍ସ ଖାଇବା ଦ୍ୱାରା କେଶ ଓ ଚର୍ମ ସୁସ୍ଥ ରହିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ କରେ ।

Advertisement
ସାଙ୍କେତିକ ଫଟୋ
Stop
Jagdish Barik|Updated: Aug 19, 2022, 08:37 PM IST

Seed For Hair: ଆଜିକାଲି ପ୍ରାୟ ସମସ୍ତେ କେଶ ଝାଡ଼ିବା ସମସ୍ୟା ଦେଇ ଗତି କରୁଛନ୍ତି । ଏହା ପଛରେ ଅନେକ କାରଣ ଅଛି । ପ୍ରଥମ କାରଣ ହେଉଛି ବର୍ଷା ସିଜିନରେ ଅଲଗା ସିଜିନ ଅପେକ୍ଷା ଅଧିକ କେଶ ଝାଡିବାର ଦେଖାଯାଏ । ଦ୍ୱିତୀୟ କାରଣ ହେଉଛି କିଛି ଲୋକ ନିଜ କେଶର ଯତ୍ନ ନିଅନ୍ତି ନାହିଁ । ତୃତୀୟ କାରଣ ହେଉଛି ଶରୀରରେ ପୁଷ୍ଟିକର ଖାଦ୍ୟର ଅଭାବ । ହଁ ଆଜ୍ଞା, ଯଦି ଶରୀରରେ ଭିଟାମିନର ଅଭାବ ଥାଏ, ତେବେ ଏହା କେଶକୁ ମଧ୍ୟ ପ୍ରଭାବିତ କରିଥାଏ । କେଶ ଝଡ଼ିବାରୁ ବର୍ତ୍ତିବା ପାଇଁ ଡାକ୍ତରମାନେ  ସିଡ୍ସ ବା ମଞ୍ଜି ଖାଇବାକୁ ପରାମର୍ଶ ଦେଇଥାନ୍ତି । ସିଡ୍ସ ଖାଇବା ଦ୍ୱାରା କେଶ ସୁସ୍ଥ ରହିଥାଏ । ସିଡ୍ସ ଷ୍ଟ୍ରେସ ଦୂର କରେ, ହାର୍ଟ, ରକ୍ତଚାପ ଓ ମଧୁମେହ ରୋଗରୁ ମୁକ୍ତି ଦେଇଥାଏ ।ଆପଣ ମିଶ୍ରିତ ମଞ୍ଜି ବା ସିଡ୍ସ ଖାଇପାରିବେ, ଯେଉଁଥିରେ ଖରଭୁଜ, ତରଭୁଜ, କଖାରୁ, ସୂର୍ଯ୍ୟମୁଖୀ, ଫ୍ଲକ୍ସସିଡ୍, ଚିଆ ଓ କାକୁଡି ମଞ୍ଜି ସାମିଲ କରି ପାରିବେ । କେଶ ପାଇଁ ମଞ୍ଜି କିପରି ଉପକାରୀ ତାହା ଜାଣନ୍ତୁ ...

୧- ଖରଭୁଜ ମଞ୍ଜି- ଖରଭୁଜ ମଞ୍ଜିରେ ଜିଙ୍କ, ପୋଟାସିୟମ୍, ମାଙ୍ଗାନିଜ୍, ସୋଡିୟମ୍, କ୍ୟାଲସିୟମ୍, ଆଇରନ୍, ପ୍ରୋଟିନ୍, ଫାଇବର ଓ କାର୍ବୋହାଇଡ୍ରେଟ୍ ଥାଏ । ଏହା କେଶକୁ ସୁସ୍ଥ ଓ ଶକ୍ତିଶାଳୀ କରିଥାଏ । କେଶ ଝଡିବା ଜିଙ୍କ ଅଭାବ କାରଣରୁ ହୋଇଥାଏ ।

୨- ଅଳସି ମଞ୍ଜି- ଅଳସି ମଞ୍ଜି ଖାଇବା ମଧ୍ୟ କେଶକୁ ଚମକ ଆଣିଥାଏ । ଏହା କେଶକୁ ସୁସ୍ଥ କରିଥାଏ । ଅଳସି ମଞ୍ଜିରେ ଓମେଗା -୩ ଫ୍ୟାଟି ଏସିଡ୍ ଭରପୂର ରହିଥାଏ । ଏହା କେଶ, ଚର୍ମ ଓ ହଜମ ପ୍ରକ୍ରିୟା ପାଇଁ ଲାଭଦାୟକ ଅଟେ ।

୩- ତରଭୁଜ ମଞ୍ଜି- ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଫସଫରସ୍ ଓ କପର ତରଭୁଜ ମଞ୍ଜିରେ ପ୍ରଚୁର ପରିମାଣରେ ମିଳିଥାଏ । ଏଗୁଡ଼ିକ କେଶ ପାଇଁ ବହୁତ ଲାଭଦାୟକ । ଏହା ବ୍ୟତୀତ ହାର୍ଟ ଓ ମଧୁମେହ ରୋଗୀମାନେ ମଧ୍ୟ ତରଭୁଜ ମଞ୍ଜି ଖାଇବା ଉଚିତ୍ ।

୪- କଖାରୁ ମଞ୍ଜି- କଖାରୁ ମଞ୍ଜି ହାର୍ଟ ଓ ମସ୍ତିସ୍କ ପାଇଁ ଓ କେଶ ପାଇଁ ମଧ୍ୟ ଲାଭଦାୟକ । ଏଗୁଡିକ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହୁଏ ଓ ଉଦାସୀନତା ଦୂର ହୁଏ ।ଯେଉଁ କାରଣରୁ କେଶ ଝଡ଼ିବା ସମସ୍ୟା ମଧ୍ୟ କମିଯାଏ ।

୫- ଚିଆ ମଞ୍ଜି- ଏଥିରେ କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ଭରପୂର ମାତ୍ରାରେ ଥାଏ, ତେଣୁ ଚିଆ ମଞ୍ଜିକୁ ସୁପରଫୁଡ୍ କୁହାଯାଏ । ଏହା କେଶକୁ ସୁସ୍ଥ କରିଥାଏ ଓ କେଶ କମ୍ ଝଡିଥାଏ । ଚିଆ ମଞ୍ଜି ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରେ । ଏଥିରେ ଓମେଗା -୩ ଫ୍ୟାଟି ଏସିଡ୍ ମିଳିଥାଏ, ଯାହା ହାର୍ଟକୁ ସୁସ୍ଥ ରଖିଥାଏ ।

(ପ୍ରତ୍ୟାଖ୍ୟାନ: ଏଠାରେ ପ୍ରଦାନ କରାଯାଇଥିବା ସୂଚନା କେବଳ ଅନୁମାନ ଉପରେ ଆଧାରିତ । ଏଠାରେ ଉଲ୍ଲେଖ କରୁଛୁ ଯେ ଜି ଓଡ଼ିଶା ନ୍ୟୁଜ କୌଣସି ଏପରି କୌଣସି ପ୍ରକାରର ସୂଚନାକୁ ସମର୍ଥନ କରେ ନାହିଁ । କୌଣସି ସୂଚନା କିମ୍ବା ଧାରଣା ପ୍ରୟୋଗ କରିବା ପୂର୍ବରୁ, ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।)

ଏହା ବି ପଢ଼ନ୍ତୁ: PM Kisan Yojana: କୃଷକମାନଙ୍କ ପାଇଁ ଖୁସି ଖବର, ଏହି ଦିନ ଆକାଉଣ୍ଟକୁ ଆସିବ ଦ୍ୱାଦଶ କିସ୍ତି ଟଙ୍କା

Read More
{}{}