Hindi News >>Home >>Odisha LifeStyle and Others

Grah Gochar: ରାହୁ-କେତୁ ଓ ଶନିଙ୍କ ଚଳନ ଏହି ୪ ରାଶିକୁ କରିବ ଧନବାନ୍, ବର୍ଷିବ ଟଙ୍କା

Grah Gochar:   ଅକ୍ଟୋବର ୩୦ରେ ରାହୁ କେତୁ ନିଜ ରାଶି ମୀନ-ବୃଷ ଛାଡି କୁମ୍ଭ ଓ ମକର ରାଶିକୁ ଚଳନ କରିବାକୁ ଥିବା ବେଳେ ଶନିଦେବ ମଧ୍ୟ ସେହି ଦିନ ନିଜ ରାଶି ଛାଡି଼ କୁମ୍ଭ ରାଶିକୁ ଚଳନ କରିବେ । ତେବେ, ତିନି ଗ୍ରହଙ୍କ ଏକାଦିନରେ ରାଶି ପରିବର୍ତ୍ତନ (Grah Gochar) ୪ ରାଶି ଉପରେ ବଡ଼ ପ୍ରଭାବ ପକାଇବ। ଅର୍ଥାତ୍ ଚାରି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଧନଧାନ୍ୟରେ ସେମାନଙ୍କ ଜୀବନ ପୂରି ଉଠିବ। ଦିର୍ଘ ଦଶନ୍ଧି ପରେ ଏହି ମହାସଂଯୋଗ ପଡିଛି।

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Oct 12, 2023, 07:05 AM IST

Grah Gochar: ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରତ୍ୟକ ଗ୍ରହ ଏକ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି ।  ଆଉ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ କିଛି ରାଶିକୁ ଶୁଭଫଳ ପ୍ରଦାନ କରୁଥିବା ବେଳେ ଆଉ କିଛି ରାଶିକୁ ଅଶୁଭ ଫଳ ପ୍ରଦାନ କରିଥାଏ। ଏହି ପରିପେକ୍ଷୀରେ , ରାହୁ-କେତୁ ଓ ଶନି ଗୋଟିଏ ଦିନରେ ସେମାନଙ୍କ ରାଶି ପରିବର୍ତ୍ତନ କରବାକୁ ଯାଉଛନ୍ତି । ଅକ୍ଟୋବର ୩୦ରେ ରାହୁ କେତୁ ନିଜ ରାଶି ମୀନ-ବୃଷ ଛାଡି କୁମ୍ଭ ଓ ମକର ରାଶିକୁ ଚଳନ କରିବାକୁ ଥିବା ବେଳେ ଶନିଦେବ ମଧ୍ୟ ସେହି ଦିନ ନିଜ ରାଶି ଛାଡି଼ କୁମ୍ଭ ରାଶିକୁ ଚଳନ କରିବେ । ତେବେ, ତିନି ଗ୍ରହଙ୍କ ଏକାଦିନରେ ରାଶି ପରିବର୍ତ୍ତନ (Grah Gochar) ୪ ରାଶି ଉପରେ ବଡ଼ ପ୍ରଭାବ ପକାଇବ। ଅର୍ଥାତ୍ ଚାରି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଧନଧାନ୍ୟରେ ସେମାନଙ୍କ ଜୀବନ ପୂରି ଉଠିବ। ଦିର୍ଘ ଦଶନ୍ଧି ପରେ ଏହି ମହାସଂଯୋଗ ପଡିଛି।

ଏହି ରାଶିର ବ୍ୟକ୍ତି ହେବେ ମାଲେମାଲ୍:

ମେଷ: ରାହୁ-କେତୁ ଓ ଶନିଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ। ଏହି ସମୟରେ କ୍ୟାରିୟରରେ ଅଗ୍ରଗତି ହେବ । କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ଖାସ୍ କରି ସରାକରି ଚାକିରି କରିଥିବା ଲୋକେ ଏହି ସମୟରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ଏହା ଏକ ଅନୁକୂଳ ସମୟ । ଏହି ସମୟରେ ସେମାନେ ଚାକିରି ପରିବର୍ତ୍ତନ କଲେ ଶୁଭଫଳ ପାଇବେ। 
ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହେବେ । ଟଙ୍କା ବିନିଯୋଗ କରିବେ ଏବଂ ଆପଣ ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ । ହଠାତ୍ ଧନଲାଭର ଯୋଗ ମଧ୍ୟ ରହିଛି। 

ବୃଷ : ଆସନ୍ତାମାସରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଆସିବ। ଅବିବାହିତ ଯୁବକ ଯୁବତୀଙ୍କ ପାଇଁ  ବିବାହ ପାଇଁ ଏକ ଭଲ ପ୍ରସ୍ତାବ ଆସିପାରେ। ଏହି ସମୟରେ ଆପଣ ବିଦେଶ ଭ୍ରମଣ କରିବାର ସୁଯୋଗ ସୃଷ୍ଟି ହୋଇପାରେ ।  ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ କ୍ୟାରିୟର ସମ୍ବନ୍ଦିତ ଭଲ ଖବର ପାଇପାରିବେ। ଯଦି ଆପଣ ଏକ ବ୍ୟବସାୟ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ। ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ। ଯେଉଁମାନେ ବ୍ୟବସାୟ ଶ୍ରେଣୀର ଅଟନ୍ତି ସେମାନେ ଯେ,କୌଣସି ସ୍ଥାନରେ ଅତି ଯତ୍ନର ସହିତ ବିନିଯୋଗ କରିବା ଉଚିତ୍।

କନ୍ୟା : ଏହି ରାଶିର ଲୋକଙ୍କ ପାଇଁ ଶୁଭ ସମୟ ଆରମ୍ଭ ହେବାକୁ ଯାଇଛି। ଅଟକି ରହିଥିବା ଟଙ୍କା ମିଳିବ।   ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ସମ୍ପତ୍ତି କିଣିପାରିବେ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ବ୍ୟବସାୟରେ ସଫଳ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ପୁରୁଣା ବିବାଦରୁ ମୁକ୍ତି ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ । ଅକସ୍ମାତ ଧନଲାଭର ଯୋଗ ମଧ୍ୟ ରହିଛି। ବିଦେଶ ଯାତ୍ରାର ଯୋଗ ବି ରହିଛି।

କୁମ୍ଭ: ତିନି ଗ୍ରହଙ୍କ ରାଶି ପରିବର୍ତ୍ତନ କୁମ୍ଭ ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ।  ଏହି ସମୟ ମଧ୍ଯରେ ବ୍ୟବସାୟରେ ବିପୁଳ ଲାଭ ସହ ଚାକିରିରେ ପଦୋନ୍ନତି  ମିଳିବା ନେଇ ଯୋଗ ରହିଛି । ପରିବାରର ଆର୍ଥିକ ସ୍ଥିତି ଭଲ ରହିବ। ଗୁରୁଜନଙ୍କଠାରୁ ଆର୍ଥିକ ଲାଭ ପାଇପାରନ୍ତି । ବୈବାହିକ ଜୀବନରେ ମଧୁରତା ଆସିବ । କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

Read More
{}{}