Hindi News >>Home >>Odisha LifeStyle and Others

ଜବରଦସ୍ତ ଡିଲ୍! ମାତ୍ର ଦିନେ ପାଇଁ ଅଫର, ୧୨୫୦୦ରୁ କମ୍ ମୂଲ୍ୟରେ କିଣିପାରିବେ Google Pixel ଫୋନ୍

ଶସ୍ତାରେ କିଣିବାକୁ ଚାହୁଁଛନ୍ତି କି Google ପ୍ରିମିୟମ ସ୍ମାର୍ଟଫୋନ? ବଡ଼ ସୁଯୋଗ, ଖୁବ କମ ମୂଲ୍ୟରେ କିଣିପାରିବେ Google Pixel 6a ସ୍ମାର୍ଟଫୋନ । ଲଞ୍ଚ୍ ସମୟରେ ଏହି ସ୍ମାର୍ଟଫୋନର ମୂଲ୍ୟ ୪୦ ହଜାରରୁ ଅଧିକ ଥିବାବେଳେ ଅଫର ପ୍ରାଇସରେ ମାତ୍ର ୧୨,୪୯୯ ଟଙ୍କାରେ କିଣିପାରିବେ । ଜାଣନ୍ତୁ କେଉଁଠୁ ଓ କିପରି କିଣିପାରିବେ ଗୁଗଲ ପ୍ରିମିୟମ ଫୋନ ।

Advertisement
ଜବରଦସ୍ତ ଡିଲ୍! ମାତ୍ର ଦିନେ ପାଇଁ ଅଫର, ୧୨୫୦୦ରୁ କମ୍ ମୂଲ୍ୟରେ କିଣିପାରିବେ Google Pixel ଫୋନ୍
Stop
PRAKASH RANJAN PARIDA|Updated: Nov 11, 2022, 08:40 PM IST

ମାତ୍ର ଗୋଟିଏ ଦିନ ପାଇଁ Google ଅଫର। ୪୦ ହଜାରରୁ ଅଧିକ ମୂଲ୍ୟର ପ୍ରିମିୟମ ଫୋନ Google Pixel 6aକୁ ମାତ୍ର ୧୨,୪୯୯ ଟଙ୍କାରେ କିଣିପାରିବେ ଗ୍ରାହକ । ସମସ୍ତ ସପିଂ ପ୍ଲାଟଫର୍ମରେ ଏହି ଅଫର ଲାଗୁ ହୋଇନାହିଁ । Google Pixel 6a ମୁଖ୍ୟତଃ ଆଇଫୋନ ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱୀତା ଉଦ୍ଦେଶ୍ୟରେ ଲଞ୍ଚ ହୋଇଥିଲା । Google Pixel 6a ସ୍ମାର୍ଟଫୋନରେ ଉନ୍ନତ କ୍ୟାମେରା ସହିତ ହାଇଡେଫିନେସନ ଡିସପ୍ଲେ ରହିଛି । 

ଆପଣ ଯଦି ଶସ୍ତାରେ Google ପ୍ରିମିୟମ ସ୍ମାର୍ଟଫୋନ କ୍ରୟ କରିବାକୁ ଚାହୁଁଛନ୍ତି, ଏହା ଆପଣଙ୍କ ପାଇଁ ବଡ଼ ସୁଯୋଗ ହୋଇପାରେ । ଲଞ୍ଚ୍ ସମୟରେ ଏହି ସ୍ମାର୍ଟଫୋନ, ଆଇଫୋନ ସହିତ ପ୍ରତିଦ୍ୱନ୍ଦ୍ୱୀତା କରିଥିଲା । ଯଦି ଏବେ ଆପଣଙ୍କ ପୁରୁଣା ଫୋନ ଏକ୍ସଚେଞ୍ଜ କରନ୍ତି ତେବେ ଅଫର ପ୍ରାଇସରେ ମାତ୍ର ୧୨,୪୯୯ ଟଙ୍କାରେ ଏହି ସ୍ମାର୍ଟ ଫୋନ କିଣିପାରିବେ । ଏବେ ଜାଣନ୍ତୁ କେଉଁଠୁ ଓ କିପରି କିଣିପାରିବେ ଗୁଗଲ ପ୍ରିମିୟମ ଫୋନ ।

flipkart online ପ୍ଲାଟଫର୍ମରେ ଘୋଷଣା ହୋଇଛି ଡିଲ୍ ଅଫ ଦି ଡେ ଅଫର ।  ଏହି ଡିଲ୍ ଅନୁଯାୟୀ, ଆପଣ Google Pixel 6a ସ୍ମାର୍ଟଫୋନକୁ ମାତ୍ର ୧୨,୪୯୯ ଟଙ୍କାରେ କିଣି ପାରିବେ। ୬ GB RAM ଏବଂ ୧୨୮ GB ଇଣ୍ଟରନାଲ ଷ୍ଟୋରେଜ୍ ଥିବା ଏହି ଫୋନର ମୂଲ୍ୟ ଲଞ୍ଚ ସମୟରେ ୪୩,୯୯୯ ଟଙ୍କା ରହିଥିଲା । ଫ୍ଲିପକାର୍ଟ ସପିଂ ପ୍ଲାଟଫର୍ମରେ ୧୩,୦୦୦ ଟଙ୍କା ରିହାତି ପରେ ବର୍ତ୍ତମାନ ଏହାର ମୂଲ୍ୟ ୩୦,୯୯୯ ଟଙ୍କାକୁ ହ୍ରାସ ପାଇଛି। କମ୍ପାନି ଏହି ଫୋନରେ ୧୮,୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ମଧ୍ୟ ଦେଉଛି । ଯଦି ଆପଣ ପୁରୁଣା ଫୋନ୍ ର ପୂର୍ଣ୍ଣ ବିନିମୟ ବୋନସ୍ ପାଆନ୍ତି ତେବେ Google Pixel 6a ଫୋନକୁ ମାତ୍ର ୧୨,୪୯୯ ଟଙ୍କାରେ ପାଇପାରିବେ । 

Google Pixel 6a ସ୍ପେସିଫିକେସନ୍ସ

କମ୍ପାନି ଏହି ଫୋନରେ ୧୦୮୦x୨୪୦୦ ପିକ୍ସେଲ ରିଜୋଲ୍ୟୁସନ୍ ସହିତ ୬.୧ ଇଞ୍ଚ ଫୁଲ୍ HD + ଡିସପ୍ଲେ ପ୍ରଦାନ କରୁଛି । ଏହି ଡିସପ୍ଲେ 60Hz ର ରିଫ୍ରେସ ରେଟକୁ ସପୋର୍ଟ କରୁଛି । ଏଥିରେ କମ୍ପାନି କର୍ନିଙ୍ଗ ଗୋରିଲା ଗ୍ଲାସ ୩ ପ୍ରୋଟେକସନ ଦେଉଛି। ଅଲୱେଜ ଅନ୍ ଡିସପ୍ଲେ ବୈଶିଷ୍ଟ୍ୟ ସହିତ ଏହି ଫୋନରେ ୬ GB RAM ଏବଂ ୧୨୮ GB ଆଭ୍ୟନ୍ତରୀଣ ଷ୍ଟୋରେଜ୍ ରହିଛି । 

ଟାଇଟାନ୍ M2 କୋ-ପ୍ରୋସେସର୍ ସହିତ ଗୁଗଲ୍ ଟେନସର୍ ଚିପସେଟ୍

ପ୍ରୋସେସର୍ କୁ ଦେଖିବାକୁ ଗଲେ ଏହି ଫୋନରେ ଆପଣ ଟାଇଟାନ୍ M2 କୋ-ପ୍ରୋସେସର୍ ସହିତ ଗୁଗଲ୍ ଟେନସର୍ ଚିପସେଟ୍ ଦେଖିବାକୁ ପାଇବେ । ଫଟୋଗ୍ରାଫି ପାଇଁ, ଫୋନ ପଛ ପାର୍ଶ୍ୱରେ ୧୨.୨ ମେଗାପିକ୍ସେଲ ପ୍ରାଇମ୍ କ୍ୟାମେରା ଏବଂ ୧୨ ମେଗାପିକ୍ସେଲ ଅଲ୍ଟ୍ରା-ୱାଇଡ୍ ଏଙ୍ଗଲ୍ ଲେନ୍ସ ରହିଛି । ସେଲଫି ପାଇଁ କମ୍ପାନି ଏହି ଫୋନରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ପ୍ରଦାନ କରୁଛି । 

Google Pixel 6a ସ୍ମାର୍ଟଫୋନରେ ଇନ୍-ସ୍କ୍ରିନ୍ ଫିଙ୍ଗର ପ୍ରିଣ୍ଟ ସେନ୍ସର ଯୁକ୍ତ ରହିଛି । ଏହି ଫୋନରେ ୪୪୧୦ mAh ବ୍ୟାଟେରୀ ରହିଛି । ଏହି ବ୍ୟାଟେରୀ ୧୮ W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରୁଛି । ସଂଯୋଗୀକରଣ ପାଇଁ ଫୋନରେ 5G, ନାନୋ ସିମ୍ ସ୍ଲଟ୍, ୱାଇ-ଫାଇ 6E, ବ୍ଲୁଟୁଥ୍ ୫.୨, ଜିପିଏସ୍, NFC ଏବଂ USB ଟାଇପ୍-ସି ପୋର୍ଟ ଭଳି ବିକଳ୍ପ ପ୍ରଦାନ କରୁଛି । ଏହି ଫୋନ୍ ର OS ଆଣ୍ଡ୍ରଏଡ୍ ୧୨ କାମ କରୁଛି ।

Read More
{}{}