Hindi News >>Home >>Odisha LifeStyle and Others

Gold Rate: ବାହାଘର ସିଜିନରେ ମହଙ୍ଗା ହେଲା ସୁନା, ଜାଣନ୍ତୁ ଆଜିର ରେଟ୍

Gold Rate: ଦେଶରେ ବୃଦ୍ଧି ପାଇଛି ସୁନା ଦର।ଗତ କାଲି ଅପେକ୍ଷା ଆଜି ବିଭିନ୍ନ ସହରରେ ସୁନା ଦାମ୍ ବଢ଼ିଛି। ସେପଟେ ଆରମ୍ଭ ହୋଇଯାଇଛି ବିବାହ ସିଜିନ୍ (Wedding Season), ଏଥିପାଇଁ ସୁନା ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା କିଣିବାକୁ ଯାଉଛନ୍ତି ତେବେ,  ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର (Gold Rate in India)।

Advertisement
Gold Rate: ବାହାଘର ସିଜିନରେ ମହଙ୍ଗା ହେଲା ସୁନା, ଜାଣନ୍ତୁ ଆଜିର ରେଟ୍
Stop
Priyambada Rana|Updated: Nov 21, 2023, 01:25 PM IST

Gold Rate: ଦେଶରେ ବୃଦ୍ଧି ପାଇଛି ସୁନା ଦର।ଗତ କାଲି ଅପେକ୍ଷା ଆଜି ବିଭିନ୍ନ ସହରରେ ସୁନା ଦାମ୍ ବଢ଼ିଛି। ସେପଟେ ଆରମ୍ଭ ହୋଇଯାଇଛି ବିବାହ ସିଜିନ୍ (Wedding Season), ଏଥିପାଇଁ ସୁନା ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା କିଣିବାକୁ ଯାଉଛନ୍ତି ତେବେ,  ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର (Gold Rate in India)। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୬,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୦୨୦ ଟଙ୍କା ରହିଛି।

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୫୬,୮୫୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୦୨୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୬,୫୨୦ ଟଙ୍କା ରହିଛି। ସେହିପରି ମାୟାନଗରୀ ମୁମ୍ବାଇରେ ସୁନା ଭରି ୨୨ କ୍ୟାରେଟର ଦାମ୍ ୫୬,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୦୨୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୬,୫୨୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

ସେହିପରି ଚେନ୍ନାଇରେ(Chennai) ୨୨ କ୍ୟାରେଟର ଦାମ୍ ୫୭,୩୦୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୫୧୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୬,୮୮୦ ଟଙ୍କା ରହିଛି । ସେହିପରି ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୫୭,୦୦୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୧୭୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୬,୬୪୦ ଟଙ୍କା ରହିଛି। ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ(Kolkata) ଯଥାକ୍ରମେ ୨୨ କ୍ୟାରେଟ ସୁନାର ଦାମ୍ ୫୬,୮୫୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୦୨୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୬,୫୨୦ ଟଙ୍କା ରହିଛି ।

Also Read: Gold Rate Today: ଖସିଲା ସୁନା ଦର, ଭୁବନେଶ୍ୱରରେ ସୁନା ଦାମ୍ ୪୫ ହଜାର..

Read More
{}{}