Hindi News >>Home >>Odisha LifeStyle and Others

ଶୀତ ଦିନେ ଓଠ ଫାଟିବାରୁ ପାଆନ୍ତୁ ମୁକ୍ତି,ଏହି ୪ଟି ଘରୋଇ ଉପଚାର ଦେବ ଆପଣଙ୍କୁ ଆରାମ

ହି ସମୟରେ ଓଠକୁ ସୁନ୍ଦର ଏବଂ ନରମ କରିବା ପାଇଁ ପ୍ରଚୁର ପାଣି ପିଅନ୍ତୁ ଏବଂ ନିମ୍ନରେ ଦିଆଯାଇଥିବା ଟିପ୍ସ ଅନୁସରଣ କରନ୍ତୁ।

Advertisement
 ଶୀତ ଦିନେ ଓଠ ଫାଟିବାରୁ ପାଆନ୍ତୁ ମୁକ୍ତି,ଏହି ୪ଟି ଘରୋଇ ଉପଚାର ଦେବ ଆପଣଙ୍କୁ ଆରାମ
Stop
Tapaswini Mohalik|Updated: Nov 28, 2020, 03:49 PM IST

ପ୍ରାୟତ ଶୀତ ଋତୁରେ ଓଠ ଫାଟିବା ଲୋକଙ୍କର ଏକ ସମସ୍ୟା ପାଲଟିଯାଏ। ଶରୀରରେ ଜଳୀୟଅଂଶ ଅଭାବ ହେଲେ ଓଠ ଫାଟିବା ସହିତ ଚର୍ମ ଶୁଷ୍କ ରହେ ବୋଲି ବୋଲି ଡାକ୍ତର ମତ ଦିଅନ୍ତି। ବାସ୍ତବରେ ମଧ୍ୟ ଶୀତ ଆସିବା ମାତ୍ରେ ଆମେ ଜଳ ବ୍ୟବହାରକୁ ହ୍ରାସ କରିଥାଉ, ଯେଉଁ କାରଣରୁ ଶୀତଦିନେ ଶୁଖିଲା ଚର୍ମ ଏବଂ ଶୁଖିଲା ଓଠରେ ସମସ୍ୟା ଦେଖାଯାଏ। ଏହି ସମୟରେ ଓଠକୁ ସୁନ୍ଦର ଏବଂ ନରମ କରିବା ପାଇଁ ପ୍ରଚୁର ପାଣି ପିଅନ୍ତୁ ଏବଂ ନିମ୍ନରେ ଦିଆଯାଇଥିବା ଟିପ୍ସ ଅନୁସରଣ କରନ୍ତୁ।

ଓଠକୁ ମଧ୍ୟ ଆର୍ଦ୍ରତା ଆବଶ୍ୟକ: ଆପଣଙ୍କ ଚର୍ମ ପରି, ଆପଣଙ୍କ ଓଠକୁ ମଧ୍ୟ ଆର୍ଦ୍ରତା ବା କୋମଳତା ଆବଶ୍ୟକ ତେଣୁ ପ୍ରଚୁର ପାଣି ପିଅନ୍ତୁ, ଫଳ ଏବଂ ପନିପରିବା ଖାଆନ୍ତୁ। ବାହାରକୁ ଯିବାବେଳେ SPF ଲିପବାମ୍ ବ୍ୟବହାର କରନ୍ତୁ, ସାଧାରଣ ଲିପବାମ ଆପଣଙ୍କ ଓଠକୁ ଖରାପ କରିଦେବ।

ଗ୍ଲାଇସେରିନ୍-ମେଟ୍ ଲିପଷ୍ଟିକ୍: ଅଧିକ ଶୁଷ୍କ ଚର୍ମ ଏବଂ ଫଟା ଓଠ ପାଇଁ ଗ୍ଲାଇସେରିନ୍ ଏକ ଘରୋଇ ଔଷଧି ଭାବେ କାମ କରିବ। ଏହାକୁ ଓଠରେ ଲଗାନ୍ତୁ, ଯଦି ଆପଣଙ୍କ ଓଠ ରୁଖା ସୁଖା ଏଟେ, ତାହେଲେ ମ୍ୟାଟ୍ ଲିପଷ୍ଟିକ୍ ଲଗାଇବା ପରିବର୍ତ୍ତେ କ୍ରିମ୍ ସମୃଦ୍ଧ ଲିପଷ୍ଟିକ୍ ଲଗାନ୍ତୁ। ଶୀତ ଦିନ ପାଇଁ କ୍ରିମ ଲିପଷ୍ଟିକ ଓଠକୁ ରୁକ୍ଷତାରୁ ରକ୍ଷା କରେ।

ଶିଆ ବଟର କିମ୍ବା ନଡିଆ ତେଲ: ଦିନରେ ମଧ୍ୟ ଓଠରେ ଶିଆ ବଟର ଲଗାନ୍ତୁ କାରଣ ଏଥିରେ SPF ଗୁଣ ମଧ୍ୟ ଅଛି, ଏହା ଓଠକୁ ପୁଷ୍ଟିକର ଯୋଗାଏ।  ଶୀତଦିନେ ଓଠକୁ ଶୁଷ୍କତା ଏବଂ ଫାଟିବାରୁ ରକ୍ଷା କରିବା ପାଇଁ ନିୟମିତ ନଡିଆ ତେଲ ଲଗାନ୍ତୁ। ଭିତରରୁ ଓଠକୁ ପୁଷ୍ଟିକର ଯୋଗାଇବା ପାଇଁ ନାଭିରେ ନଡିଆ ତେଲ ମଧ୍ୟ ପ୍ରୟୋଗ କରିପାରିବେ।

ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ଆବଶ୍ୟକ: ଭିଟାମିନ୍-ଇ ଯୁକ୍ତ ଲିପବାମ୍ ଓଠ ପାଇଁ ଆଣ୍ଟି-ଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ ଯୋଗାଏ, ଓଠକୁ କୋମଳ ଏବଂ ଗୋଲାପୀ ରଖେ। ଶୀତ ଦିନେ ମୃତ ଚର୍ମ (Dead Skin) ମଧ୍ୟ ଓଠ ଫାଟିବାର ଏକ କାରଣ। ଓଠକୁ ଘଷିବା ଜରୁରୀ। ଏଥିପାଇଁ ଆପଣ ମହୁ ଏବଂ ଚିନି ସହିତ ସ୍କ୍ରବ୍ ତିଆରି କରିପାରିବେ। ଏହି ସ୍କ୍ରବକୁ ଏକ ମିନିଟ ପର୍ଯ୍ୟନ୍ତ ଓଠରେ ମସାଜ କରନ୍ତୁ। ମହୁ ମଧ୍ୟ ଓଠର କୋମଳତା ବଜାୟ ରଖେ।

 

 

Read More
{}{}