Hindi News >>Home >>Odisha LifeStyle and Others

Vastu Tips for Money: ଆଜିହିଁ ଛାଡନ୍ତୁ ଏହି ୩ ବଦଅଭ୍ୟାସ, ରାତାରାତି ହୋଇଯିବେ ଧନୀ !

Vastu Tips for Money: ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ ବିବେଚନା କରାଯାଏ। ଜୀବନରେ ଅପାର ଧନ ଏବଂ ସମୃଦ୍ଧତା ପାଇବା ପାଇଁ ଦେବୀ ଲକ୍ଷ୍ମୀଙ୍କ କୃପା ପାଇବା ଆବଶ୍ୟକ । ଜନ୍ମ ରୁ ମୃତ୍ୟୁ ,ମୃତ୍ୟୁ ପରେ କର୍ମର ଫଳ,ପ୍ରାଣର ଯାତ୍ରା ଏବଂ କାର୍ଯ୍ୟ ଅନୁଯାୟୀ ଦଣ୍ଡ ବିଷୟରେ ଗରୁଡ ପୁରାଣରେ ଅନେକ କଥା କୁହାଯାଇଛି। କିନ୍ତୁ ଏହା ବ୍ୟତୀତ ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବାର ଉପାୟ ମଧ୍ୟ କୁହାଯାଇଛି।

Advertisement
Vastu Tips for Money:  ଆଜିହିଁ ଛାଡନ୍ତୁ ଏହି ୩ ବଦଅଭ୍ୟାସ, ରାତାରାତି ହୋଇଯିବେ ଧନୀ !
Stop
Zee Odisha Desk|Updated: Jan 01, 2023, 02:29 PM IST

Vastu Tips for Money: ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ ବିବେଚନା କରାଯାଏ। ଜୀବନରେ ଅପାର ଧନ ଏବଂ ସମୃଦ୍ଧତା ପାଇବା ପାଇଁ ଦେବୀ ଲକ୍ଷ୍ମୀଙ୍କ କୃପା ପାଇବା ଆବଶ୍ୟକ । ଜନ୍ମ ରୁ ମୃତ୍ୟୁ ,ମୃତ୍ୟୁ ପରେ କର୍ମର ଫଳ,ପ୍ରାଣର ଯାତ୍ରା ଏବଂ କାର୍ଯ୍ୟ ଅନୁଯାୟୀ ଦଣ୍ଡ ବିଷୟରେ ଗରୁଡ ପୁରାଣରେ ଅନେକ କଥା କୁହାଯାଇଛି। କିନ୍ତୁ ଏହା ବ୍ୟତୀତ ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବାର ଉପାୟ ମଧ୍ୟ କୁହାଯାଇଛି। ଗରୁଡ ପୁରାଣଙ୍କ ଅନୁଯାୟୀ ଦେବୀ ଲକ୍ଷ୍ମୀ ସେହି ଲୋକମାନଙ୍କୁ କେବେ ପସନ୍ଦ କରନ୍ତି ନାହିଁ ଯେଉଁମାନେ ଭୁଲ୍ କାମ କରନ୍ତି। ଆସନ୍ତୁ ଜାଣିବା ଭୁଲ୍ ଅଭ୍ୟାସ କ’ଣ ଯାହା କଠିନ ପରିଶ୍ରମ ପରେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଧନୀ ହେବାକୁ ଦେଇ ନଥାଏ ଏବଂ ମାତା ଲକ୍ଷ୍ମୀଙ୍କୁ କ୍ରୋଧିତ କରେ। 

- ଯେଉଁ ଲୋକମାନେ ସେମାନଙ୍କର ଆୟର ଏକ ଅଂଶ ଧର୍ମକୁ ଦାନ କରନ୍ତି ନାହିଁ । ସେହି ଲୋକମାନେ କଠିନ ପରିଶ୍ରମ ପରେ ମଧ୍ୟ ଧନୀ ହୋଇପାରନ୍ତି ନାହିଁ । ଏପରି ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ ଆର୍ଶିବାଦ କେବେ ରୁହେ ନାହିଁ । ସେମାନଙ୍କର ଆୟ ବୃଦ୍ଧି ହୁଏ ନାହିଁ। ସେମାନଙ୍କ ଜୀବନରେ ଘୋର ସମସ୍ୟା ଦେଖାଦେଇଥାଏ । 

-ମହାଲକ୍ଷ୍ମୀ ଏପରି ଲୋକଙ୍କୁ କେବେ ପସନ୍ଦ କରନ୍ତି ନାହିଁ ଯେଉଁମାନେ ମହିଳାଙ୍କୁ ସମ୍ମାନ କରନ୍ତି ନାହିଁ । ଏହିପରି ଲୋକମାନେ ଯେତେ ପରିଶ୍ରମ କଲେ ମଧ୍ୟ ସେମାନଙ୍କର ଧନ ବୃଦ୍ଧି ହୁଏ ନାହିଁ । ଯୋଗ୍ୟତା ଥାଇ ମଧ୍ୟ ସେମାନେ ଚାକିରି କରନ୍ତି , କିନ୍ତୁ ତାଙ୍କ ପାଖରେ ଅର୍ଥ ରୁହେ ନାହିଁ । ସେମାନଙ୍କ ଘରେ ସବୁବେଳେ ସମସ୍ୟା ଲାଗି ରୁହେ। ଯଶ ବୃଦ୍ଧି ମଧ୍ୟ ଘଟେ ନାହିଁ । 

  ଏହାବି ପଢନ୍ତୁ : Blood Cancer Symptoms: ତ୍ୱଚାରେ ଦେଖାଦେଇଥାଏ ରକ୍ତ କର୍କଟର ଏହି ୭ଟି ଲକ୍ଷଣ, କରନ୍ତୁନି ଅଣଦେଖା

ଏହାବି ପଢନ୍ତୁ : Chanakya Niti: ଛାଡନ୍ତୁ ଏହି ୬ଟି ବଦଅଭ୍ୟାସ , ନହେଲେ ଚୁନା ହୋଇଯିବ ଆପଣଙ୍କ ସୁନା ସଂସାର !

ଏହାବି ପଢନ୍ତୁ : Magh Month 2023: ମାଘ ମାସରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ ଭୋଗିବେ ନର୍କ ଯନ୍ତ୍ରଣା !

-ଯେଉଁ ଲୋକମାନେ ସେମାନଙ୍କର ପିତାମାତ ଓ ବୟସ୍କ ମାନଙ୍କୁ ସମ୍ମାନ କରନ୍ତି ନାହିଁ। ସେମାନଙ୍କ ଘରେ ସବୁବେଳେ ମତଭେଦ ଏବଂ ଝଗଡା ଲାଗି ରୁହେ । ମାତା ଲକ୍ଷ୍ମୀ କେବେବି ସେହି ଘରେ ରହୁନ୍ତି ନାହିଁ। ଏପରି ପରିବାରର ସଦସ୍ୟମାନେ ଯେତେ ପରିଶ୍ରମ କଲେ ମଧ୍ୟ ସେମାନେ ଅଗ୍ରଗତି କରନ୍ତି ନାହିଁ। ରୋଗ ଏବଂ ଯନ୍ତ୍ରଣା ସେମାନଙ୍କ ଜୀବନରେ ସର୍ବଦା ଲାଗିରୁହେ । 

(ପ୍ରତ୍ୟାଖ୍ୟାନ: ଏହା ଏକ ଖବର ମାତ୍ର ସୂଚନା ଉପଯୋଗୀ, ହେଲେ ଜି ଓଡିଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ )

ଏହାବି ପଢନ୍ତୁ : Winter Diet: ଶୀତ ଋତୁରେ ଅଧିକ ଥାଏ Heart Attackର ଆଶଙ୍କା, ଏସବୁ ଖାଦ୍ୟରୁ ନିଜକୁ ରଖନ୍ତୁ ଦୂରେଇ

 

Read More
{}{}