Hindi News >>Home >>Odisha LifeStyle and Others

Ganesh chaturthi 2023: ପ୍ରଭୁ ଶ୍ରୀ ଗଣେଶଙ୍କ ଆବିର୍ଭାବକୁ ନେଇ ଜାଣନ୍ତୁ କିଛି ପୌରାଣିକ କଥା...

Ganesh chaturthi: ଆଜି ପବିତ୍ର ଗଣେଷ ଚତୁର୍ଥୀ । ଏଥିପାଇଁ ପଲ୍ଲୀ ଦିଲ୍ଲୀ ସବୁଠି ଉତ୍ସବର ମାହୋଲ। ଅନେକ ସ୍ଥାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇସାରିଲାଣି । ମନ୍ଦିରରେ ବି ବିଘ୍ନେଶଙ୍କ ସ୍ୱତନ୍ତ୍ର ପୂଜା ନୀତି ଆରମ୍ଭ ହୋଇଛି । ସେପଟେ ଗଣେଶ ପୂଜା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବି ଚଳଚଞ୍ଚଳ ହୋଇଉଠିଛି । ତେବେ ଆସନ୍ତୁ ଜାଣିବା ପ୍ରଥମ ପୂଜ୍ୟ ବିଘ୍ନବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ଆବିର୍ଭାବକୁ ନେଇ ଥିବା ଦୁଇଟି ପୌରାଣିକ କଥା..

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 19, 2023, 07:44 AM IST

Ganesh chaturthi 2023: ଆଜି ପବିତ୍ର ଗଣେଷ ଚତୁର୍ଥୀ । ଧରାବତରଣ କରିବେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ । ଏଥିପାଇଁ ପଲ୍ଲୀ ଦିଲ୍ଲୀ ସବୁଠି ଉତ୍ସବର ମାହୋଲ। ଅନେକ ସ୍ଥାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇସାରିଲାଣି । ମନ୍ଦିରରେ ବି ବିଘ୍ନେଶଙ୍କ ସ୍ୱତନ୍ତ୍ର ପୂଜା ନୀତି ଆରମ୍ଭ ହୋଇଛି । ସେପଟେ ଗଣେଶ ପୂଜା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବି ଚଳଚଞ୍ଚଳ ହୋଇଉଠିଛି । ଘରେ ଘରେ ବି ପୂଜା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ପ୍ରଥମ ପୂଜ୍ୟ ବିଘ୍ନବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ଆବିର୍ଭାବକୁ ନେଇ ଥିବା ଦୁଇଟି ପୌରାଣିକ କଥା..

ପୁରାଣରେ ଶ୍ରୀ ଗଣେଶଙ୍କ ଆବିର୍ଭାବକୁ ନେଇ ଅନେକ କଥା ରହିଛି । କୁହାଯାଏ, ଏକଦା ଦେବୀ ପାର୍ବତୀ ଗାଧୋଇବା ସମୟରେ ତାଙ୍କ ଶରୀରର ମଳିରୁ ପ୍ରଭୁ ଶ୍ରୀ ଗଣେଶଙ୍କ ସୃଷ୍ଟି ହୋଇଥିଲେ । ସ୍ନାନ ଶେଷ ନ ହେବା ପର୍ଯ୍ୟନ୍ତ କକ୍ଷ ଭିତରକୁ କାହାକୁ ପ୍ରବେଶ ଅନୁମତି ନ ଦେବା ସହ କବାଟ ନିକଟରେ ଜଗି ରହିବା ନେଇ ଶ୍ରୀ ଗଣେଶ ମାତା ପାର୍ବତୀ ଆଦେଶ ଦେଇଥିଲେ । ସେହି ସମୟରେ ମହାଦେବଙ୍କ ପରିଚୟ ଜାଣିନପାରି ପ୍ରଭୁ ଶ୍ରୀ ଗଣେଶ ତାଙ୍କୁ ପ୍ରବେଶ ଅନୁମତି ଦେଇ ନଥିଲେ । ଏଥିରେ କ୍ରୋଧିତ ହୋଇ ଗଣେଶଙ୍କ ମୁଣ୍ଡ କାଟ କରିଥିଲେ ମହାଦେବ । ଏହାଦେଖି ପାର୍ବତୀ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ । ଏହାପର ଗଣେଶଙ୍କୁ ପୁନଃ ଜୀବିତ କରିବା ପାଇଁ ଭୋଳାଶଙ୍କର ମାତା ପାର୍ବତୀଙ୍କୁ ପ୍ରତିଶୃତି ଦେଇଥିଲେ । ଉତ୍ତରାୟଣ ମୃତ ଶରୀରର ମସ୍ତକ ସଂଗ୍ରହ ନିମନ୍ତେ ସେ ଦେବ ଗଣଙ୍କୁ ଚତୁର୍ଦ୍ଦିଗ ପ୍ରେରଣ କରିଥିଲେ । ଦେବଗଣ ଏକ ମୃତ ଗଜରାଜର ମସ୍ତକ ସଂଗ୍ରହ କରି ଆଣିଥିଲେ । ମହାଦେବ ଶିବ ସେହି ମସ୍ତକକୁ ଶ୍ରୀ ଗଣେଶଙ୍କ ଶରୀର ସହ ସଂଲଗ୍ନ କରିଥିଲେ । ଏହିପରି ଭାବେ ଶ୍ରୀ ଗଣେଶଙ୍କ ଆବିର୍ଭାବ ହୋଇଥିଲା ।

Also Read-Ganesh Puja 2023: ଗଣେଶ ପୂଜାରେ କରନ୍ତୁ ଏହି ୫ଟି ଉପାୟ, ମାଡ଼ିଯିବ ଧନ ସମୃଦ୍ଧି

ଦ୍ଵିତୀୟ କିମ୍ବଦନ୍ତୀ ଅନୁଯାୟୀ, ଦେବଗଣଙ୍କ ଅନୁରୋଧକ୍ରମେ ରାକ୍ଷସ ମାନଙ୍କ ପଥରେ ଏକ ବିଘ୍ନକର୍ତ୍ତା ଓ ଦେବମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରଭୁ ଶ୍ରୀ ଗଣେଶଙ୍କୁ ମହାଦେବ ଶିବ ଓ ମାଆ ପାର୍ବତୀଙ୍କ ଦ୍ୱାରା ବିଘ୍ନହର୍ତ୍ତା ରୂପେ ସୃଷ୍ଟି କରାଯାଇଥିଲା । ଏହାର ସ୍ମୃତି ରୂପେ ଗଣେଶ ପୂଜା ପର୍ବ ପାଳନ କରାଯାଏ ବୋଲି ବିଶ୍ବାସ ରହିଛି । ଦଶ ଦିନ ଧରି ଚାଲୁଥିବା ଏହି ପୂଜାରେ ପ୍ରାଣ ପ୍ରତିଷ୍ଠା, ଷୋଡଶୋପଚାର, ଉତ୍ତରପୂଜା ଓ ଗଣପତି ବିସର୍ଜନ ଭାବେ ଚାରୋଟି ରୀତିନୀତି ପାଳନ କରାଯାଏ ।

Read More
{}{}