Hindi News >>Home >>Odisha LifeStyle and Others

ଆଜି ରାତି ୯:୩୦ରେ କଟିଯିବ ଆପଣଙ୍କ ଘର ବିଜୁଳି ସଂଯୋଗ ! ଏପରି ମେସେଜ ଆସିଥିଲେ ରୁହନ୍ତୁ ସାବଧାନ

Electricity Bill Scam: ଉପଭୋକ୍ତାଙ୍କୁ ସଠିକ ସମୟରେ ବିଲ୍ ପୈଠ କରିବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ମେସେଜ ଆସିଥାଏ । ହୋଇପାରେ ଏସଏମଏସ କିମ୍ବା ହ୍ୱାଟ୍ସଆପ ଜରିଆରେ ଆପଣଙ୍କ ନିକଟକୁ ମେସେଜ ପହଞ୍ଚିଛି । ଏପରିକି ଏହି ମେସେଜରେ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ରହିଥାଏ । କିନ୍ତୁ ଏହି ନମ୍ବର ବିଦ୍ୟୁତ ବିଭାଗର ନୁହେଁ ବରଂ ସ୍କାମରଙ୍କର ହୋଇଥାଏ । ଯଦି ଆପଣ ବି ଏପରି ମେସେଜ ଦେଖି ଦିଆଯାଇଥିବା ନମ୍ବରରେ କଲ କରନ୍ତି, ଠକେଇ ଆଶଙ୍କା ବୃଦ୍ଧି ପାଇଥାଏ । 

Advertisement
ଆଜି ରାତି ୯:୩୦ରେ କଟିଯିବ ଆପଣଙ୍କ ଘର ବିଜୁଳି ସଂଯୋଗ ! ଏପରି ମେସେଜ ଆସିଥିଲେ ରୁହନ୍ତୁ ସାବଧାନ
Stop
PRAKASH RANJAN PARIDA|Updated: Aug 15, 2022, 07:27 PM IST

Electricity Bill Scam: କଣ ଆପଣ ସଠିକ ସମୟରେ ଆପଣଙ୍କ ବିଦ୍ୟୁତ ବିଲ୍ ପୈଠ କରୁଛନ୍ତି ? ଯଦି ନା, ଆପଣଙ୍କୁ ସାବଧାନତା ଅବଲମ୍ବନ କରିବା ଜରୁରୀ । କାରଣ ଆପଣବି ସ୍କାମର୍ସଙ୍କ ଶିକାର ହୋଇପାରନ୍ତି । ଲୋକଙ୍କୁ ଠକିବା ଉଦ୍ଦେଶ୍ୟରେ ହ୍ୟାକର୍ସ ଏବେ ଇଲେକ୍ଟ୍ରି ବିଲ୍ କୁ ମାଧ୍ୟମ କରିଛନ୍ତି । ବିଜୁଳି ବିଲ୍ ଜରିଆରେ ଲୋକଙ୍କୁ ଠକୁଥିବା ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏହି ସ୍କାମ ଓଡ଼ିଶା ସମେତ ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବରେ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି ।  

ପ୍ରାୟ ସବୁ ସହରରେ ବିଦ୍ୟୁତ ବୋର୍ଡ ପକ୍ଷରୁ ବିଲ୍ ପୈଠ କରିବାକୁ ଉପଭୋକ୍ତାଙ୍କ ନିକଟକୁ ମେସେଜ ଆସିଥାଏ । ନୂଆ ବ୍ୟବସ୍ଥା ଅନୁସାରେ ଇଲେକ୍ଟ୍ରି ସେବା ପ୍ରଦାନକାରୀ ସଂସ୍ଥା ଗ୍ରାହକଙ୍କ ହ୍ୱାଟ୍ସଆପ ନମ୍ବରକୁ ମଧ୍ୟ ରିମାଇଣ୍ଡର ପଠାଇଥାଏ । ଏହାସହିତ ହ୍ୱାଟ୍ସଆପ ଦ୍ୱାରା ସିଧାସଳଖ ବିଦ୍ୟୁତ ବିଲ୍ ପୈଠ କରିବା ପାଇଁ ମଧ୍ୟ ଗ୍ରାହକ ଆକାଉଣ୍ଟ ସଂଯୋଗ କରୁଛନ୍ତି । ଏବେ ହ୍ୟାକର୍ସମାନେ ଏହି ବ୍ୟବସ୍ଥାର ଫାଇଦା ଉଠାଇବାକୁ ପ୍ରୟାସ କରୁଛନ୍ତି । ଲୋକଙ୍କୁ ମୋବାଇଲ ମେସେଜ ଓ ହ୍ୱାଟ୍ସଆପ ମେସେଜ ଜରିଆରେ ହ୍ୟାକର୍ସ ମେସେଜ ପଠାଉଛନ୍ତି । ଏଥିରେ ଆଜି ରାତି ୯ଟା ୩୦ ସୁଦ୍ଧା ଆପଣଙ୍କ ଘରର ବିଦ୍ୟୁତ ସଂଯୋଗ କାଟିଦିଆଯିବ, ଯଥାଶୀଘ୍ର ବିଲ୍ ପୈଠ ନକଲେ କନେକସନ ବନ୍ଦ କରିଦିଆଯିବ ଉଲ୍ଲେଖ ରହିବା ସହିତ ଏକ ହେଲ୍ପ ଲାଇନ ନମ୍ବର ମଧ୍ୟ ଦିଆଯାଉଛି । 

ମୋବାଇଲ ମେସେଜ ସହିତ ଟ୍ୱିଟର ୟୁଜର୍ସଙ୍କ ନିକଟକୁ ମଧ୍ୟ ବିଜୁଳି ବିଲ୍ ପୈଠ କରିବାକୁ ମେସେଜ ଦିଆଯାଉଛି । ମେସେଜରେ ଥିବା ନମ୍ବରରେ କୌଣସି ଗ୍ରାହକ କଲ୍ କରିବା ପରେ ହ୍ୟାକର୍ସମାନେ ଠକେଇ ଆରମ୍ଭ କରୁଛନ୍ତି । ଏପରିକି ବିଲ୍ ପେମେଣ୍ଟ କରିବା ପରେ ସହଜରେ ଗ୍ରାହକ ଠକେଇର ଶିକାର ହୋଇଥିବା ଜାଣିପାରିନଥାନ୍ତି । ପରବର୍ତ୍ତୀ ସମୟରେ ପୁନର୍ବାର ବିଦ୍ୟୁତ ବିଭାଗ ପକ୍ଷରୁ ବିଲ ଆସିବା ପରେ ଠକାମିର ଖୁଲାସା ହୋଇଥାଏ । ଦେଶର ଅନେକ ସହରରେ ଏପରି ମାମଲା ଏବେ ବଢ଼ିବାରେ ଲାଗିଛି । 

ସ୍କାମର୍ସଙ୍କ ମେସେଜ ପ୍ରତି ଆପଣ ସତର୍କ ରହିବା ଆବଶ୍ୟକ । ସ୍କାମର୍ସ ଦେଉଥିବା ମେସେଜରେ ଲେଖାଯାଇଥାଏ "ପ୍ରିୟ ଉପଭୋକ୍ତା ଆପଣଙ୍କ ବିଦ୍ୟୁତ ସଂଯୋଗ କାଟିଦିଆଯିବ । ଆଜି ରାତି ୯:୩୦ରେ କାର୍ଯ୍ୟାଳୟ ପକ୍ଷରୁ ଆପଣଙ୍କ ଘରର ବିଜୁଳି ସଂଯୋଗ କାଟିଦିଆଯିବ । କାରଣ ଆପଣଙ୍କ ଗତମାସର ବିଲ୍ ଅପଡେଟ ହୋଇନାହିଁ । ଦୟାକରି ଆମ ବିଜୁଳି ଅଧିକାରୀଙ୍କ ସହିତ 8260303942 ନମ୍ବରରେ ଯୋଗାଯୋଗ କରନ୍ତୁ । ଧନ୍ୟବାଦ।" ଯଦି ଆପଣଙ୍କ ମୋବାଇଲକୁ , ହ୍ୱାଟ୍ସଆପକୁ ଏପରି ମେସେଜ ଆସିଥାଏ, ସାବଧାନ ରୁହନ୍ତୁ । ଏପରି ମେସେଜ ଅଧିକାରିକ ସୋର୍ସ ଦ୍ୱାରା ଦିଆଯାଇନଥାଏ । 

ଏହି ମେସେଜକୁ ଭଲଭାବରେ ନୀରିକ୍ଷଣ କଲେ ଆପଣ ଅନେକ ଭୁଲ ଦେଖିବାକୁ ପାଇବେ । ଠିକ୍ ସ୍ଥାନରେ ପୂର୍ଣ୍ଣଚ୍ଛେଦ ଦିଆଯାଇନାହିଁ । ଏପରିକି ଅନେକ ଶବ୍ଦରେ ବନାମ ଭୁଲ ରହିଥିବା ଆପଣ ଦେଖିବାକୁ ପାଇବେ । 

ମହାରାଷ୍ଟ୍ର ସାଇବର ସେଲ୍ ପକ୍ଷରୁ ଏପରି ମେସେଜ ପ୍ରତି ଲୋକେ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି । ସ୍କାମରଙ୍କ ଏହି ନୂଆ ଠକେଇ ପ୍ଲାନ ଏଥିପାଇଁ ଚିନ୍ତା ବଢ଼ାଇଛି କି ବାସ୍ତବରେ ଅନେକ ଲୋକ ସଠିକ୍ ସମୟରେ ବିଜୁଳି ବିଲ୍ ପୈଠ କରିବାକୁ ଭୁଲିଯାଇଥାଆନ୍ତି । ସେମାନେ ଏପରି ମେସେଜ ଷଡ଼ଯନ୍ତ୍ରର ଶିକାର ହେବା ଆଶଙ୍କା ରହିଛି । ଏପରି ମେସେଜକୁ ନେଇ ଆପଣ ନିଜେ ସଜାଗ ରହିବା ସହ ନିଜ ସମ୍ପର୍କୀୟଙ୍କୁ ସଚେତନ କରିବା ଆବଶ୍ୟକ ରହିଛି । 

Read More
{}{}