Hindi News >>Home >>Odisha LifeStyle and Others

Egg side effects: ଅଧିକ ଅଣ୍ତା ଖାଉଥିଲେ ସାବଧାନ, ନହେଲେ ମାଡ଼ି ବସିବ ଏହି ସବୁ ପ୍ରାଣଘାତୀ ରୋଗ!

Egg side effects: ଅଣ୍ଡା ନ ଖାଇବାର ଅନେକ ଭଲ କାରଣ ଥିବା ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି। ଏହା ସତ୍ତ୍ୱେ ବିଶ୍ୱରେ ଅଣ୍ଡାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ୨୦୧୮ ମସିହାରେ ହୋଇଥିବା ଅଧ୍ୟୟନ ଅନୁସାରେ ୧୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ଅଣ୍ଡା ଉତ୍ପାଦନ ୨୪ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡିଛି। 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 20, 2023, 07:34 PM IST

Egg side effects: ପରିମାଣର ପ୍ରୋଟିନ ରହୁଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିବା ଜରୁରୀ ଅଟେ । ବିଶେଷଜ୍ଞମାନେ ପ୍ରତି ଋତୁରେ ଅଣ୍ଡା (Egg) ଖାଇବାକୁ ପରାମର୍ଶ ଦେଇଥାନ୍ତି। ଫାଷ୍ଟଫୁଡ ଓ ଡାଏଟାରୀ ଫୁଡ଼ ପରି ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟରେ ଅଣ୍ଡାକୁ ବ୍ୟବହାର କରାଯାଏ। ଏହାକୁ ପ୍ରୋଟିନର ଏକ ଶସ୍ତା ଓ ରେଡି ଟୁ ଇଟ୍‌ (ready to eat) ଖାଦ୍ୟ ଭାବରେ ବିବେଚନା କରାଯାଏ। ଅଣ୍ଡା ନ ଖାଇବାର ଅନେକ ଭଲ କାରଣ ଥିବା ନେଇ ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି। ଏହା ସତ୍ତ୍ୱେ ବିଶ୍ୱରେ ଅଣ୍ଡାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ୨୦୧୮ ମସିହାରେ ହୋଇଥିବା ଅଧ୍ୟୟନ ଅନୁସାରେ ୧୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ଅଣ୍ଡା ଉତ୍ପାଦନ ୨୪ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡିଛି। କେତେକ ହାତ ଗଣତି ଦେଶ ସମଗ୍ର ବିଶ୍ୱରେ ଅଣ୍ଡାର ଚାହିଦା ମେଣ୍ଟାଇ ଥାଆନ୍ତି। ଚୀନ, ୟୁରୋପୀଆନ ୟୁନିଅନ ( European Union ), ଆମେରୀକା ଓ ଭାରତ ସାରା ବିଶ୍ୱର ୬୦ ପ୍ରତିଶତ ଅଣ୍ଡା ଯୋଗାଇ ଥାଆନ୍ତି।

ବ୍ୟବସାୟିକ ଅଣ୍ଡା ଉତ୍ପାଦନ କରିବା ପାଇଁ କୁକୁଡା଼ ମାନଙ୍କୁ ବହୁତ ଛୋଟ, ଅସ୍ୱାଭାବିକ ଓ ଚାପଗ୍ରସ୍ତ ପଞ୍ଜୁରୀରେ ରଖାଯାଏ। ଏହାକୁ ବ୍ୟାଟେରୀ କେଜ୍ (battery cage)‌ କୁହାଯାଏ। ଏଥିରେ କୁକୁଡା଼ ଗୁଡିକର ସଠିକ୍ ଭାବରେ ଅଭିବୃଦ୍ଧି ନ ହୋଇପାରିନଥାଏ । କୃତ୍ରିମ ଉପାୟରେ ସ୍ୱଳ୍ପ ସମୟରେ ଅଧିକରୁ ଅଧିକ ଅଣ୍ଡା ଉତ୍ପାଦନ କରାଯାଏ। ଏହିପରି ଅଣ୍ଡା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ। ଏହାଛଡା ମାତ୍ରାଧିକ ଅଣ୍ଡା ଉତ୍ପାଦନ ଯୋଗୁଁ କୁକୁଡାମାନେ କେବଳ ୧୮ ମାସ ମଧ୍ୟରେ ହିଁ ମୃତ୍ୟୁବରଣ କରିଥାଆନ୍ତି।

ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଖରାପ କି?

ଉଚ୍ଚ କୋଲେଷ୍ଟ୍ରଲ ଓ ହୃଦରୋଗର ସମ୍ଭାବ୍ୟ କାରଣ ଯୋଗୁଁ ଦୈନନ୍ଦିନ ଖାଦ୍ୟପେୟରେ ଏହାକୁ ଖାଇବା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା। କିନ୍ତୁ ନିତିଦିନିଆ ଖାଦ୍ୟ ପ୍ରଣାଳୀ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ପ୍ରତିଦିନ ଏକାଧିକ ଅଣ୍ଡା ଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ୨୦୧୯ ମସିହାରେ ଏକ ଅଧ୍ୟୟନରୁ ଜଣାପଡିଥିଲା କି, ପ୍ରତିଦିନ ୩୦୦ ମିଲିଗ୍ରାମରୁ ଅଧିକ କୋଲେଷ୍ଟ୍ରଲ ଗ୍ରହଣ କରୁଥିବା ବ୍ୟକ୍ତିଙ୍କଠାରେ ହୃଦରୋଗ ହେବାର ଆଶଙ୍କା ଅଧିକ ଦେଖା ଯାଇଥାଏ । କ୍ୟାନସର (Cancer) ହେବାର ମୁଖ୍ୟ କାରଣ ଅଣ୍ଡା ହୋଇପାରେ ବୋଲି ଗବେଷକ ମାନେ ମତ ଦେଇଛନ୍ତି।

କାହିଁକି କ୍ଷତିକାରକ ଅଟେ ଅଣ୍ଡା?

ଅଣ୍ଡାରେ ରହିଥିବା ଉପାଦାନ ଯେପରି କି, କୋଲେଷ୍ଟ୍ରଲ (cholesterol) ଓ ସାଚୁରେଟେଡ୍‌ ଫ୍ୟାଟ (Saturated fat) ଗୁଡିକ ମାତ୍ରାଧିକ ଭାବରେ ଶରୀରକୁ ଗଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହି ଉପାଦାନ ଗୁଡିକ କ୍ରୋନିକ ରୋଗର କାରଣ ହେବା ସହ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥାଏ।

ମାତ୍ରାଧିକ ଅଣ୍ଡା ଖାଇବା ଦ୍ୱାରା କଣ ହୁଏ?

କୋଲେଷ୍ଟ୍ରଲର ପରିମାଣ ବୃଦ୍ଧି

କୋଲେଷ୍ଟ୍ରଲ ହେଉଛି ଫ୍ୟାଟ୍‌ରେ ଭରପୁର ଓ କାର୍ବନ ଯୁକ୍ତ ଯୌଗିକ ଉପାଦାନ। ଏହା ଯକୃତରେ ତିଆରି ହୋଇଥାଏ। ଶରୀରରେ ଆବଶ୍ୟକ ହେଉଥିବା ଭିଟାମିନ୍ (vitamin) ଓ ହରମୋନ ତିଆରି କରିବାରେ ଏହା ସାହାଯ୍ୟ କରିଥାଏ। କିନ୍ତୁ ଜଣେ ବ୍ୟକ୍ତିଙ୍କ ଶରୀରରେ ଉପଯୁକ୍ତ ପରିମାଣର କୋଲେଷ୍ଟ୍ରଲ (cholesterol) ରହିବା ଆବଶ୍ୟକ। ଏହାର ପରିମାଣ ଅଧିକ ହେଲେ ଶରୀରକୁ ଅନେକ ପ୍ରକାରର ରୋଗ ମାଡି଼ ବସିଥାଏ। ଅଣ୍ଡାରେ ଆବଶ୍ୟକଠାରୁ ଅଧିକ କୋଲେଷ୍ଟ୍ରଲ ରହିଥାଏ । ତେବେ ଅତ୍ୟଧିକ କୋଲେଷ୍ଟ୍ରଲ ଖାଇବା ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ଆଣିପାରେ। ୨୦୧୯ ମସିହାରେ କୋରିଆରେ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ,  କୌଣସି ବୟସର ବ୍ୟକ୍ତି ବିଶେଷଠାରେ ଡେସିଲିଟର ପ୍ରତି ୨୦୦ ମିଲିଗ୍ରାମରୁ ଅଧିକ ପରିମାଣର କୋଲେଷ୍ଟ୍ରଲ ମୃତ୍ୟୁର କାରଣ ହୋଇଥାଏ ଓ ବୟସ ଅନୁସାରେ ମୃତ୍ୟୁ ହେବାର ଆଶଙ୍କା ୧୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।

ହୃଦରୋଗ ଆଶଙ୍କା ବୃଦ୍ଧି ପାଇଥାଏ

ୱାଲ୍ଡ ହାର୍ଟ ଫେଡେରେସନ (World Heart Federation)ର କହିବା ଅନୁଯାୟୀ, ଶରୀରରେ ଉଚ୍ଚ କୋଲେଷ୍ଟ୍ରଲ ଷ୍ଟ୍ରୋକ୍ ଓ ହୃଦ ରୋଗର (heart disease) ଆଶଙ୍କାକୁ ବଢାଇ ଥାଏ। ସାରା ବିଶ୍ୱରେ ୪.୪ ମିଲିୟନ ଲୋକ ପ୍ରତିବର୍ଷ ଏଥିଯୋଗୁଁ ପ୍ରାଣ ହରାଇଥାଆନ୍ତି। ଏକ ଦଶନ୍ଧି ପୂର୍ବରୁ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଣ୍ଡାରେ ଥିବା ହଳଦିଆ ଅଂଶ ମନୁଷ୍ୟ ଶରୀରର ଧମନୀରେ ପ୍ଲେକ୍‌ ଗଠନ ହେବାର ମୁଖ୍ୟ କାରଣ ଅଟେ।

ଟାଇପ- ମଧୁମେହ ହେବାର ଆଶଙ୍କା ଅଧିକ

ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ, ଯଦି ଆପଣ ଦୈନିକ ଗୋଟିଏ କିମ୍ବା ତା ଠାରୁ ଅଧିକ ଅଣ୍ଡା ଖାଉଛନ୍ତି ତେବେ ଆପଣଙ୍କୁ ଟାଇପ-୨ ମଧୁମେହ (Type 2 diabetes) ହେବାର ସମ୍ଭାବନା ୬୦ ପ୍ରତିଶତ ବୃଦ୍ଧି ପାଇଥାଏ । ଅନେକ ବିଶେଷଜ୍ଞଙ୍କ ମତରେ ଅଧିକ ଅଣ୍ଡା ଖାଉଥିବା ଲୋକଙ୍କ ଠାରେ ଟାଇପ -୨ ମଧୁମେହ ହେବାର ସମ୍ଭାବନା ଅଧିକ । ଗୋଟିଏ ଅଣ୍ଡାରେ ପାଖାପାଖି ୨୦୦ ମିଲିଗ୍ରାମ କୋଲେଷ୍ଟ୍ରଲ ରହୁଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ । ଆପଣ ଯଦି ଅଣ୍ଡା (Egg) ଖାଇବାକୁ ପସନ୍ଦ କରୁଥାନ୍ତି ତେବେ ଏଥିଲାଗି ଏକ ଭଲ ଉପାୟ ରହିଛି । ବିଶେଷଜ୍ଞଙ୍କ ମତରେ ଅଣ୍ଡାକୁ ସିଝାଇ ସେଥିରେ ଲୁଣ, କଳା ମରିଚ ଓ ଧଣିଆ ପତ୍ର ସହ ଓମଲେଟ କରି ଖାଇଲେ ଏଥିରେ ଥିବା କୋଲଷ୍ଟରଲର ମାତ୍ର କମ୍ ହୋଇଥାଏ ।

କର୍କଟ ରୋଗର ଆଶଙ୍କା ବୃଦ୍ଧି କରେ

ଅଣ୍ଡା ଖାଇବା ଦ୍ୱାରା କର୍କଟ (cancer), ସ୍ତନ କର୍କଟ (Breast cancer) ଓ ଓଭାରି କ୍ୟାନସର (ovarian cancer) ପରି ରୋଗ ହୋଇପାରେ। ମାତ୍ରାଧିକ ଅଣ୍ଡା ଖାଇବା ଦ୍ୱାରା ପ୍ରୋଷ୍ଟେଟ୍‌ କ୍ୟାନ୍‌ସରର ସମ୍ଭାବନା ବୃଦ୍ଧି ହୋଇଥାଏ । ମହିଳା ମାନଙ୍କଠାରେ ଏକ ସପ୍ତାହରେ ୫ରୁ ଉର୍ଦ୍ଧ୍ୱ ଅଣ୍ଡା ଖାଇବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା ବୃଦ୍ଧି ପାଇଥାଏ।

ଖାଦ୍ୟ ବିଷକ୍ରିୟା (food poisoning)

ସାଲମୋନେଲୋସିସ୍‌ ବା ସାଲ୍‌ମୋନେଲା ଏକ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ରୋଗ ଅଟେ। ଏହାର ପ୍ରଭାବରେ ଡାଇରିଆ, ଜ୍ୱର, ଝାଡା, ବାନ୍ତି ଓ ମୁଣ୍ଡବିନ୍ଧା ଆଦି ହୋଇଥାଏ। ସଂକ୍ରମିତ କୁକୁଡାର ମଳ ସଂସ୍ପର୍ଷରେ ଆସିବା ଦ୍ୱାରା ଅଣ୍ଡା ମଧ୍ୟ ସାଲ୍‌ମୋନେଲା ବ୍ୟାକ୍ଟେରିଆ ଦ୍ୱାରା ଦୂଷିତ ହୋଇଥାଏ। ଏହାଛଡା ଅଣ୍ଡା ତିଆରି ଫ୍ୟାକ୍‌ଟ୍ରି ଗୁଡିକରେ କୁକୁଡା ଚାପଗ୍ରସ୍ତ, ଅସ୍ୱାଭାବିକ ଓ ଅସ୍ୱାସ୍ଥ୍ୟକର ପରିବେଶରେ ରହିଥାଆନ୍ତି। ଏହା ଫଳରେ କୁକୁଡା ଓ ଅଣ୍ଡା ସାଲ୍‌ମୋନେଲା ଦ୍ୱାରା ସଂକ୍ରମିତ ହୋଇଥାଆନ୍ତି। ସମଗ୍ର ପୃଥିବୀରେ ଏହି ରୋଗରେ ପ୍ରତି ବର୍ଷ ୮୦ ପ୍ରତିଶତ ଲୋକ ଶିକାର ହେଉଥିବା ସୂଚନା ରହିଛି। ଆମେରିକାରେ ପ୍ରତିବର୍ଷ ଚିହ୍ନଟ ହେଉଥିବା ୫୩ ପ୍ରତିଶତ ସାଲ୍‌ମୋନେଲା ରୋଗର ମୁଖ୍ୟ କାରଣ ଅଣ୍ଡା ବୋଲି ଜଣାପଡିଛି।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)

Read More
{}{}