Hindi News >>Home >>Odisha LifeStyle and Others

Dussehra 2023: ଆଜି ପବିତ୍ର ମହାଷ୍ଟମୀ, ଜାଣନ୍ତୁ କାହିଁକି ମହାଗୌରୀ ବେଶରେ ପୂଜା ପାଆନ୍ତି ମା’?

Dussehra 2023: ଏହି ସ୍ବରୂପରେ ମାଆଙ୍କ ସଂପୂର୍ଣ୍ଣ ଶରୀରର ଗୌର ବର୍ଣ୍ଣ ଅଟେ । ଶ୍ୱେତ ବସ୍ତ୍ର ପରିହିତା ଦେବୀ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥିବା ବେଳେ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି। ଏହି ସ୍ୱରୂପରେ ମା’ ନନ୍ଦୀ ଉପରେ ବିରାଜମାନ। 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 22, 2023, 06:17 AM IST

Navratri Day 8: ଆଜି ପବିତ୍ର ମହାଷ୍ଟମୀ (Maha Ashtami 2023) । ନବରାତ୍ରୀର ଅଷ୍ଟମ ଦିନରେ ମା’ ଦୁର୍ଗାଙ୍କୁ ମହାଗୌରୀ (Maa Mahagauri) ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ ଅଟେ। ତେବେ ଆସନ୍ତୁ ଜାଣିବା କାହିଁକି ଅଷ୍ଟମୀ ତିଥିରେ ମହାଗୌରୀ ବେଶରେ ପୂଜା ପାଆନ୍ତି ମାଆ ଜଗତଜନନୀ ।

ଏହି ସ୍ବରୂପରେ ମାଆଙ୍କ ସଂପୂର୍ଣ୍ଣ ଶରୀରର ଗୌର ବର୍ଣ୍ଣ ଅଟେ । ଶ୍ୱେତ ବସ୍ତ୍ର ପରିହିତା ଦେବୀ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥିବା ବେଳେ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି। ଏହି ସ୍ୱରୂପରେ ମା’ ନନ୍ଦୀ ଉପରେ ବିରାଜମାନ। ପୌରାଣିକ ମତ ଅନୁଯାୟୀ, ଭଗବାନ ଶିବଙ୍କୁ ସ୍ବାମୀ ରୂପେ ପାଇବା ପାଇଁ ମାଆ କଠୋର ତପସ୍ୟା କରିଥିଲେ । ସେଥିପାଇଁ ତାଙ୍କ ବର୍ଣ୍ଣ ମଳିନ ପଡ଼ିଯିବା ସହ ସେ ଶାରୀରିକ ଭାବେ ଦୁର୍ବଳ ହୋଇପଡ଼ିଥିଲେ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପରେ ମାଆ ନିଜ ସ୍ବାସ୍ଥ୍ୟ ଓ ସ୍ୱରୂପର ପୁନଃ ପ୍ରାପ୍ତି ପାଇଁ ତପସ୍ୟା କରିଥିଲେ । ଏହି ତପସ୍ୟା ପରେ ମା' ସଂପୂର୍ଣ୍ଣ ଗୌରବର୍ଣ୍ଣ ଧାରଣ କରିଥିଲେ । ଏହାପରଠୁ ମାଆଙ୍କୁ 'ମହାଗୌରୀ' (Maa Mahagauri) ରୂପେ ପୂଜା କରାଯାଏ । ଏହି ରୂପରେ ମାଆଙ୍କର ବିଭିନ୍ନ ଅଲୌକିକ ଲୀଳା ମଧ୍ଯ ରହିଛି। ମା' ଦୁର୍ଗାଙ୍କ ଏହି 'ମହାଗୌରୀ' ସ୍ୱରୂପକୁ ଅନ୍ନପୂର୍ଣ୍ଣା, ଐଶ୍ୱର୍ଯ୍ୟପ୍ରଦାୟିନୀ ଓ ଚୈତନ୍ୟମୟୀ ବୋଲି ମଧ୍ଯ କୁହାଯାଏ । ମାନ୍ୟତା ରହିଛି ଯେ, ମାଆଙ୍କୁ ଏହି ରୂପରେ ପୂଜା କରିବା ଦ୍ୱାରା ଶାରୀରିକ କ୍ଷମତା ବିକଶିତ ହେବା ସହ ମାନସିକ ଶାନ୍ତିରେ ଅଭିବୃଦ୍ଧି ହୋଇଥାଏ । ସ୍ବାସ୍ଥ୍ୟ ସୁସ୍ଥ ରହିଥାଏ ।

ମାଆ ମହାଗୌରୀଙ୍କ ପୂଜା ବିଧି

ଅଷ୍ଟମୀ ଦିନ ଗାଧୋଇବା ପରେ ସଫା ବସ୍ତ୍ର ପିନ୍ଧି ମାଙ୍କ ଆରାଧ୍ୟନା କରନ୍ତୁ । ମାଆଙ୍କୁ ଧଳା ରଙ୍ଗର ଫୁଲ ଓ ବସ୍ତ୍ର ଅର୍ପଣ କରନ୍ତୁ । ଏହି ଦିନ ମାଆଙ୍କ ନିକଟରେ ପୁରୀ, ପନିପରିବା ସହ ନଡ଼ିଆ ଭୋଗ କରନ୍ତୁ । ଏହାପରେ ପ୍ରସାଦକୁ ସଭିଁକ ମଧ୍ଯରେ ବାଣ୍ଟନ୍ତୁ ।

 

 

 

 

Read More
{}{}