Hindi News >>Home >>Odisha LifeStyle and Others

Dussehra 2023: ଆଜି ମହାନବମୀ, ସିଦ୍ଧିଦାତ୍ରୀ ବେଶରେ ପୂଜା ପାଉଛନ୍ତି ମାଆ ଦୁର୍ଗତିନାଶିନୀ

Maha Navami 2023: ମା’ ସିଦ୍ଧିଦାତ୍ରୀଙ୍କ ଚାରି ହସ୍ତ। ମା’ ହସ୍ତରେ ଗଦା, କମଳ, ଶଙ୍ଖ, ଫୁଲ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀ ଦେବୀ ତପସ୍ଵୀର ସ୍ଵରୂପ ଅଟନ୍ତି। ନବରାତ୍ରୀ ପୂଜାର ପ୍ରଥମ ତିନି ଦିନରେ ମାଆଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଇଥାଏ । ମଝି ତିନି ଦିନରେ ମାଆଙ୍କୁ ଧନଧନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 23, 2023, 08:47 AM IST

Navratri Day 9: ଶାରଦୀୟ ନବରାତ୍ରୀର ଆଜି ନବମ ଦିନ (Maha Navami 2023) । ନବରାତ୍ରୀର ଶେଷ ଦିନରେ ମା' ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ (Maa Siddhidatri Puja) ରୂପରେ ପୂଜା କରାଯାଏ । ମା'ଙ୍କୁ ସ୍ବତନ୍ତ୍ର ବିଧି ଅନୁସାରେ ପୂଜା କଲେ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି ।

ପୁରାଣ ଅନୁଯାୟୀ, ଭଗବାନ ଶିବ କଠିନ ତପସ୍ୟା କରି ମା’ ସିଦ୍ଧିଦାତ୍ରୀଙ୍କ ଠାରୁ ସିଦ୍ଧି ପ୍ରାପ୍ତ କରିଥିଲେ। ମା’ ସିଦ୍ଧିଦାତ୍ରୀଙ୍କ କୃପାରୁ ମହାଦେବଙ୍କ ଅଧା ଶରୀର ଦେବୀଙ୍କ ସ୍ଵରୂପ ହୋଇ ଯାଇଥିଲା। ମା’ଙ୍କ କୃପାରୁ ଦେବଦେବ ମହାଦେବ ଅର୍ଦ୍ଧନାରୀଶ୍ଵର ରୂପରେ ପୂଜା ପାଇଥିଲେ। ମା’ ଲକ୍ଷ୍ମୀଙ୍କ ଭଳି ମା’ ସିଦ୍ଧିଦାତ୍ରୀ ମଧ୍ୟ କମଳ ଉପରେ ବିରାଜମାନ । ମା’ ସିଦ୍ଧିଦାତ୍ରୀଙ୍କ ଚାରି ହସ୍ତ। ମା’ ହସ୍ତରେ ଗଦା, କମଳ, ଶଙ୍ଖ, ଫୁଲ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀ ଦେବୀ ତପସ୍ଵୀର ସ୍ଵରୂପ ଅଟନ୍ତି। ନବରାତ୍ରୀ ପୂଜାର ପ୍ରଥମ ତିନି ଦିନରେ ମାଆଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଇଥାଏ । ମଝି ତିନି ଦିନରେ ମାଆଙ୍କୁ ଧନଧନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ସେହିପରି ଶେଷ ୩ ଦିନରେ ମା ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି । ନବରାତ୍ରୀର ଶେଷ ଦିନରେ ବିଜୟା ଦଶମୀ ପାଳିତ ହୁଏ। ନବମୀ ବିହିତ ପୂଜା କାଳରେ ସର୍ବପ୍ରଥମେ କଳସ ଓ ଏଥିରେ ସ୍ଥାପିତ ସମସ୍ତ ଦେବତାଙ୍କୁ ପୂଜା କରାଯାଇଥାଏ । ଏହାପରେ ଷୋଡ଼ଶ ଉପଚାର ଅର୍ପଣ କରି ମନ୍ତ୍ର ପାଠ କରାଯାଏ । ଏହାପରେ କୁମାରୀ ପୂଜା ଅନୁଷ୍ଠିତ ହୁଏ । ନବ ବର୍ଷ ଭିତରେ ଥିବା ନଅ ଜଣ ବାଳିକାଙ୍କୁ ନବଦୁର୍ଗା ଭାବରେ ଚିନ୍ତା କରାଯାଇ ସେମାନଙ୍କ ଚରଣରେ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଏ । ମାଆଙ୍କୁ ପୁରୀ, କ୍ଷୀରି ଓ ନଡ଼ିଆ ପ୍ରସାଦ ଅର୍ପଣ କରାଯାଏ । ଏହାପରେ ମାତାଙ୍କର ବୀଜ ମନ୍ତ୍ର ଜପ କରାଯିବାର ବିଧାନ ରହିଛି ।

ରାତ୍ରରେ ହୋମ ଓ ଉତ୍ସର୍ଗ ବଳି ଅର୍ପଣ ପରେ ନବରାତ୍ର ବତ୍ର ସମାପନ ହୋଇଥାଏ । ବିଶ୍ବାସ ରହିଛି ଯେ, ସିଦ୍ଧିଦାତ୍ରୀଙ୍କ ପୂଜା କରିବା ଦ୍ବାରା ମନୋସ୍କାମନା ପୂରଣ ହୋଇଥାଏ । ମା’ ସିଦ୍ଧିଦାତ୍ରୀଙ୍କ ପୂଜା ନବାନ୍ନ ପ୍ରସାଦ, ନବରସ ଯୁକ୍ତ ଭୋଜନ ଓ ନଅ ପ୍ରକାରର ଫଳ ଫୁଲ ଆଦି ଅର୍ପଣ କରି ପୂଜା ସମାପନ କରାଯାଏ। ମା’ଙ୍କର ପୂଜା କଲେ ମନୋସ୍କାମନା ପୂରଣ ହେବା ସହ ମନୁଷ୍ୟ ଭିତରେ ଥିବା ଆସୁରିକ ଭାବର ବିନାଶ ଘଟିଥାଏ ବୋଲି କୁହାଯାଏ ।

 

 

 

 

 

 

Read More
{}{}