Hindi News >>Home >>Odisha LifeStyle and Others

Shani Remedies: ଆପଣଙ୍କ ରାଶିରେ ରହିଛି କି ଶନିଦଶା? ଶନିବାର ଦିନ କରନ୍ତୁ ଏହି ୫ ଉପାୟ

Shani Dev Puja:  ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ,ଶନିଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ଆଉ ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଆଉ ଯଦି ଆପଣଙ୍କ ରାଶିରେ ଶନିଦଶା ରହିଛି ତାହାଲେ ଶନିବାର ଦିନ ଏହି ସବୁ ପ୍ରତିକାର (Astro Tips) କରିବା ଦ୍ବାରା ଶନି ଦେବଙ୍କ କୃପା ଲାଭ ହେବା ସହ ଶନିଙ୍କ ଆର୍ଶିବାଦ ଲାଭ ହୋଇଥାଏ (Saturday Remedies) । ଏବଂ ଆପଣଙ୍କ ରାଶିରୁ ଶନିଦଶା କଟିଯିବ। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Oct 07, 2023, 09:23 AM IST

Shani Dev Puja: ଶନିଦେବଙ୍କୁ (Shani Dev) ନ୍ୟାୟର ଦେବତା ବୋଲି କୁହାଯାଏ। ଶନିଦେବଙ୍କ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ସଂଚାର ହୁଏ। କାରଣ ଶନି ଏକ ଅନିଷ୍ଠକାରୀ ଗ୍ରହ ଭାବରେ ଜଣାଶୁଣା।  ଯଦିଓ ଶନି ଦେବଙ୍କୁ ଯେ କୌଣସି ଦିନରେ ପୂଜା କରାଯାଇପାରିବ, କିନ୍ତୁ ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ,ଶନିଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ଆଉ ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଆଉ ଯଦି ଆପଣଙ୍କ ରାଶିରେ ଶନିଦଶା ରହିଛି ତାହାଲେ ଶନିବାର ଦିନ ଏହି ସବୁ ପ୍ରତିକାର (Astro Tips) କରିବା ଦ୍ବାରା ଶନି ଦେବଙ୍କ କୃପା ଲାଭ ହେବା ସହ ଶନିଙ୍କ ଆର୍ଶିବାଦ ଲାଭ ହୋଇଥାଏ (Saturday Remedies) । ଏବଂ ଆପଣଙ୍କ ରାଶିରୁ ଶନିଦଶା କଟିଯିବ। 

Also Read:  Shani Dev: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଶନିଙ୍କ ଓଲଟା ଚଳନ, ହୋଇଯିବେ ମାଲେମାଲ୍

ଶନିଦଶାରୁ ମୁକ୍ତି ପାଇବା ଲାଗି ଶନିବାର କରନ୍ତୁ ଏହି ସବୁ ଉପାୟ:

-ପଞ୍ଚାଙ୍ଗ ଅନୁଯାୟୀ, ଶନିଦଶାରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଆପଣ ପ୍ରାତଃ ସମୟରେ ସ୍ନାନ ପରେ ଶନିଙ୍କ ମନ୍ଦିର ଯାଆନ୍ତୁ। ଏବଂ କଳାରାଶି ଲଡୁ ଭଗବାନ୍ ଶନିଙ୍କ ନିକଟରେ ଭୋଗ ଲଗାନ୍ତୁ । ଏବଂ ସେହିପରି ଆପଣ କଳା ତେଳର ପ୍ରସ୍ତୁତ ଦୀପ ଜାଳନ୍ତୁ। ଏପରି ସାତୋଟି ଶନିବାର କରିବା ଦ୍ବାରା ଆପଣ ଶନିଙ୍କ କୃପା ଲାଭ କରିବେ। 

-ତେବେ, ଶନିବାର ଦିନ ଶନିଙ୍କୁ ପୂଜା ସମୟରେ ଅପରାଜିତା ଫୁଲ ଚଢାନ୍ତୁ । କାହିଁକିନା ଶନିଙ୍କର ପ୍ରିୟ ଫୁଲ ହେଉଛି ଅପରାଜିତା ଫୁଲ।

-ଶନିବାର ଦିନ, ସ୍ନାନ ପରେ ପ୍ରାତଃ ସମୟରେ ଓସ୍ତ ଗଛ ନିକଟକୁ ଯାଇ ପୂଜା କରନ୍ତୁ। ଏବଂ ଗଛ ଚାରିପଟେ ସାତ ଥର ବୁଲନ୍ତୁ।  ଏବଂ ପୂଜା ପରେ ଅସହାୟ ଲୋକଙ୍କୁ ସେହି ପୂଜା ଭୋଗ ବାଣ୍ଟନ୍ତୁ। ଏବଂ ସଂନ୍ଧ୍ୟାରେ ସେହି ଗଛ ତଳେ ଏକ ଦୀପ ଜାଳନ୍ତୁ। ଦେଖିବେ ଶିନଦଶାରୁ ଆପଣଙ୍କୁ ମୁକ୍ତି ମିଳିବ।

- ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ରଙ୍ଗର ଜୋତା ଓ ଚପଲ ସହ ଶନିଦେବଙ୍କ ସମ୍ବନ୍ଧ ରହିଛି । ଶନିବାର ଦିନ ଆପଣ  ଅସହାୟ ଲୋକଙ୍କୁ କଳା ଜୋତା ବା ଚପଲ ଦାନ କରିବା ଉଚିତ୍ । ଏହା କରିବା ଦ୍ବାରା ଆପଣଙ୍କ ରାଶିରୁ ଶନିଦଶା ବି ଦୂର ହୋଇଥାଏ। କୁହାଯାଏ କି ଶନିଦୋଷ ପାଦ ମଧ୍ୟରେ ଶରୀରକୁ ପ୍ରବେଶ କରିଥାଏ।  

-ହନୁମାନ ମନ୍ଦିରରେ ସୁନ୍ଦରକନ୍ଦ ପାଠ କରିବାର ଅନେକ ଲାଭ ଅଛି । ଏହା କେବଳ ଆତ୍ମବିଶ୍ୱାସ ବଢାଏ ତାହା ନୁହେଁ, ଅଟକି ରହିଥିବା କାର୍ଯ୍ୟ ଗୁଡ଼ିକୁ ମଧ୍ୟ ସଫଳତାର ସହ କାର୍ଯ୍ୟକାରୀ କରାଇଥାଏ । ଏଥିଲାଗି ଶନିବାର ଦିନ ହନୁମାନ ମନ୍ଦିରରେ ଘିର ଦୀପ ଜାଳି ପ୍ରାର୍ଥନା କରନ୍ତୁ । ଏହା ବ୍ୟତୀତ ହନୁମାନଙ୍କୁ କଦଳୀ ଅର୍ପଣ କରନ୍ତୁ, ପରେ ଗରିବଙ୍କ ମଧ୍ୟରେ ଏହି ପ୍ରସାଦକୁ ବଣ୍ଟନ କଲେ ବିଶେଷ ଲାଭ ମିଳିଥାଏ ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

Read More
{}{}