Hindi News >>Home >>Odisha LifeStyle and Others

ଗୁରୁବାର ଦିନ କରନ୍ତୁ ନାହିଁ ଏହିସବୁ କାମ: ମାଡ଼ି ବସିବ ଅଭାବ ଓ ଅନଟନ, ହୋଇଯିବେ କାଙ୍ଗାଳ!

Thursday Upay: ଶାସ୍ତ୍ରିରେ ଗୁରୁବାର ଦିନ ଏପରି ଅନେକ କାର୍ଯ୍ୟ ରହିଛି ଯାହାକୁ କରିବା ଲାଗି ଶାସ୍ତ୍ରରେ ବାରଣ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି କାର୍ଯ୍ୟ ଗୁଡ଼ିକ କ’ଣ?

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: May 18, 2023, 10:52 AM IST

Thursday Upay: ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବା ଦେବୀଙ୍କୁ ଉତ୍ସର୍ଗ କରାଯାଇଥାଏ। ଶାସ୍ତ୍ର ଅନୁଯାୟୀ, ସପ୍ତାହର ଚତୁର୍ଥ ଦିନ ଅର୍ଥାତ୍ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଛି। କୁହାଯାଏ ଯେ, ଯେତେ ବଡ଼ ସମସ୍ୟା ହେଉନା କାହିଁକି ଗୁରୁବାର ଦିନ ଶ୍ରୀ ହରିଙ୍କୁ ଭକ୍ତିର ସହ ପୂଜା କଲେ ସମସ୍ତ ସମସ୍ୟା ଦୂର ହେବା ସହ ମନୋକାମନା ପୂରଣ ହୋଇଥାଏ । ସେହିପରି ଗୁରୁବାର ଦିନ ଏପରି ଅନେକ କାର୍ଯ୍ୟ ରହିଛି ଯାହାକୁ କରିବା ଲାଗି ଶାସ୍ତ୍ରରେ ବାରଣ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି କାର୍ଯ୍ୟ ଗୁଡ଼ିକ କ’ଣ?

ଗୁରୁବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ କାମ

-ଗୁରୁବାର ଦିନ ହାତ ଓ ପାଦର ନଖ କାଟନ୍ତୁ ନାହିଁ । ଏପରି କରିବା ଦ୍ବାରା ସ୍ୱାସ୍ଥ୍ୟବସ୍ଥା ଉପରେ ଖରାପ ପ୍ରଭାବ ପଡ଼ିବା ସହ ଜାତକରେ ବୃହସ୍ପତିଙ୍କ ସ୍ଥିତି ଦୁର୍ବଳ ହୋଇଥାଏ। ଯାହା ଫଳରେ ଜୀବନରେ ନାନାଦି ସମସ୍ୟା ଲାଗି ରହିଥାଏ ।

-ଗୁରୁବାର ଦିନ ମୁଣ୍ଡ, ଦାଢି ଇତ୍ୟାଦିର କେଶ କାଟିବା ଉଚିତ୍ ନୁହେଁ। ଏପରି କି କାନ ସଫା କରିବାକୁ ମଧ୍ଯ ବାରଣ କରାଯାଇଛି । ଏପରି କରିବା ଦ୍ବାରା ସନ୍ତାନ ସୁଖରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ପାରିବାରିକ ସୁଖ ଶାନ୍ତିରେ ବିଭ୍ରାଟ୍ ଓ ଆର୍ଥିକ କ୍ଷତି ଭଳି ସମସ୍ୟା ଦେଖାଦେଇଥାଏ ।

-ମହିଳାମାନେ ଗୁରୁବାର ଦିନ କେଶ ଧୋଇବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ଏହା ଜାତକରେ ବୃହସ୍ପତିଙ୍କ ସ୍ଥିତିକୁ ଦୁର୍ବଳ ହେବା ସହ ଦାମ୍ପତ୍ୟ ଜୀବନ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ପାରିବାରିକ ଶାନ୍ତି ଭଙ୍ଗ ହୁଏ ।

 -ଗୁରୁବାର ଦିନ ପୋଷାକ ଧୋଇବା ଠାରୁ ଦୂରେଇ ରହିବା ଉଚିତ୍ । ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି ।

-ଗୁରୁବାର ଦିନ କଦଳୀ ଖାଇବା ଉଚିତ୍ ନୁହେଁ । ଏହି ଦିନ ନିୟମ ଅନୁଯାୟୀ କଦଳୀ ଗଛର ପୂଜା କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ।

-ଏହି ଦିନ ଲୁଣ ଖାଇବାକୁ ବାରଣ କରାଯାଇଛି ।  ଗୁରୁବାର ଲୁଣ ଖାଇବା ଦ୍ବାରା ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ଥାଏ । ଏହାସହ ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ ।

-ଗୁରୁବାର ଦିନ ପୂଜା ସାମଗ୍ରୀ, ଆଖି ସହିତ ଜଡିତ କୌଣସି ବସ୍ତୁ, ଛୁରୀ, କଇଁଚି, ବାସନ ଇତ୍ୟାଦି କିଣିବା ଉଚିତ୍ ନୁହେଁ ।

ଗୁରୁବାର ଦିନ କରନ୍ତୁ ଏହିସବୁ ଉପାୟ

ଗୁରୁବାର ଦିନ ସକାଳେ ଗାଧୋଇ ସାରିବା ପରେ, କଦଳୀ ଗଛରେ ଜଳ ଅର୍ପଣ କରନ୍ତୁ । ୫ଟି ଗୁରୁବାର ଏହି ଉପାୟ କରିବା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ କଦଳୀ ଓ ହଳଦିଆ ରଙ୍ଗର ଫୁଲ ଆଦି ଅର୍ପଣ କରନ୍ତୁ । ଏହା କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହ ଜୀବନରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଗୁରୁବାର ଦିନ ଜଣେ ଅଭାବୀ ବ୍ୟକ୍ତିଙ୍କୁ ଗୁଡ଼ ଦାନ କରିବା ଦ୍ବାରା ଲାଗି ରହିଥିବା ଆର୍ଥିକ ଅନଟନ ଦୂର ହୋଇଥାଏ ।  

ଗୁରୁବାର ଦିନ ଗାଈକୁ ମଇଦାରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହି ଉପାୟ କରିବା ଦ୍ବାରା ବିବାହକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।

ଯଦି କ୍ୟାରିୟରକୁ ନେଇ ଚିନ୍ତିତ ଅଛନ୍ତି ତାହାଲେ ଗୁରୁବାର ଦିନ କୌଣସି ଗାଈକୁ ଗୁଡ଼ ବା ଅଟାରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦିଅନ୍ତୁ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

 

 

Read More
{}{}