Hindi News >>Home >>Odisha LifeStyle and Others

Diwali 2023: କାହିଁକି ପାଳନ ହୁଏ ଦୀପାବଳି? ଜାଣନ୍ତୁ ଏହାକୁ ନେଇ କିଛି ପୌରାଣିକ କଥା

Diwali 2023: ପୁରଠାରୁ ପଲ୍ଲୀ ସବୁଠି ବେଶ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଏ ଏହି ଆଲୋକର ଏହି ପର୍ବ। ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ଏହା ସହ ଏହି ଦିନ ମାଆ କାଳୀଙ୍କୁ ଆରାଧ୍ୟନା କରାଯାଇଥାଏ । ଘରେ ଘରେ ଦୀପ ଜାଳି ବାଣ ଫୁଟାଇ ପିଠାପଣା ଖାଇ ଏହି ଦିନକୁ ପାଳନ କରାଯାଏ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Nov 12, 2023, 07:26 AM IST

Diwali 2023: ଆଜି ଆଲୋକର ପର୍ବ ଦୀପାବଳି । କାର୍ତ୍ତିକ ମାସ ଅମାବାସ୍ୟା ଏହା ପାଳିତ ହୋଇଥାଏ । ପୁରଠାରୁ ପଲ୍ଲୀ ସବୁଠି ବେଶ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଏ ଏହି ଆଲୋକର ଏହି ପର୍ବ। ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ଏହା ସହ ଏହି ଦିନ ମାଆ କାଳୀଙ୍କୁ ଆରାଧ୍ୟନା କରାଯାଇଥାଏ । ଘରେ ଘରେ ଦୀପ ଜାଳି ବାଣ ଫୁଟାଇ ପିଠାପଣା ଖାଇ ଏହି ଦିନକୁ ପାଳନ କରାଯାଏ । ଦୀପାବଳୀ ପାଳନ ନେଇ ନାନାପ୍ରକାର ପୁରାଣ ଓ ଲୋକକଥା ରହିଛି । ତେବେ ଆସନ୍ତୁ ଜାଣିବା କ'ଣ ରହିଛି ଏହି ଦିନର ମାହାତ୍ମ୍ୟ ।

କାହିଁକି ପାଳନ ହୁଏ ଦୀପାବଳି?

  • ପୌରାଣିକ ମତାନୁଯାୟୀ, ଏହିଦିନ ଭଗବାନ୍‌ ବିଷ୍ଣୁ ହିରଣ୍ୟକଶିପୁଙ୍କୁ ବଧ କରିଥିଲେ। ସେଥିପାଇଁ ଏହି ପର୍ବ ପାଳନ କରାଯାଏ। ଆଉ କେତେକ ମତ ଦିଅନ୍ତି, ଏହ ଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆବିର୍ଭାବ ହୋଇଥିଲା।
  • ସେହିପରି ଆହୁରି ମଧ୍ଯ କୁହାଯାଏ,  ୧୪ ବର୍ଷ ବନବାସ ସାରି ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହି ଦିନକୁ ସ୍ମରଣୀୟ କରିବା ନେଇ ଏହାକୁ ଆଲୋକର ପର୍ବ ଭାବେ ପାଳନ କରାଯାଇଥାଏ।
  • ଦୀପାବଳିର ଗୋଟିଏ ଦିନ ପୂର୍ବରୁ ପ୍ରଭୁ ଶ୍ରୀକୃଷ୍ଣ ନାରକାସୁରକୁ ବଧ କରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାର କରିଥିବାରୁ ଏହାର ପର ଦିନକୁ ଦୀପାବଳି ଭାବେ ପାଳନ କରାଯାଏ।
  • ଅନ୍ୟ କେହି ମତ ଦିଅନ୍ତି, ରାକ୍ଷସମାନଙ୍କୁ ବଧ କରିବା ପରେ ଯେତେବେଳେ ମହାକାଳୀଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା ଓ ସେ ଉଗ୍ର ରୂପ ଧାରଣ କରି ସୃଷ୍ଟି ସଂହାର ଉଦ୍ଦେଶ୍ୟରେ ବାହାରିଥିଲେ, ସେତେବେଳେ ଶିବ ତାଙ୍କୁ ଅଟକାଇବା ପାଇଁ ତଳେ ଶୋଇ ପଡିଥିଲେ। ଏହାପରେ ତତ୍‌କ୍ଷଣାତ୍‌ ମହାକାଳୀ ଶାନ୍ତ ହୋଇ ଯାଇଥିଲେ। ତେଣୁ କାଳୀଙ୍କ ଶାନ୍ତ ରୂପ ମହାଲକ୍ଷ୍ମୀଙ୍କୁ ଏହିଦିନଠାରୁ ପୂଜା ଆରମ୍ଭ କରାଯିବା ସହ ଦୀପାବଳି ରାତିରେ କାଳୀଙ୍କ ଉଗ୍ରରୂପକୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ। ତେଣୁ ଶାସ୍ତ୍ରୀୟ ମତଅନୁଯାୟୀ, ବିଭିନ୍ନ ପୌରାଣିକ କଥାକୁ ନେଇ ଦୀପାବଳି ଉତ୍ସବ ପାଳନ କରାଯିବାର ବିଧି ରହିଛି।

ଓଡ଼ିଶାରେ ଏହି ଦିନ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ତ ଦେଇସାରି କାଉଁରିଆ କାଠି ଜଳାଯାଇଥାଏ । ଏହି ଦିନକୁ ‘ପୟା ଅମାବାସ୍ୟା’ ବା ‘କାର୍ତ୍ତିକ ଅମାବାସ୍ୟା’ ମଧ୍ୟ କୁହାଯାଏ। ଦୀପାବଳି ଦିନ ସଂଧ୍ୟାରେ ମହାଳୟା ଶ୍ରାଦ୍ଧ ଦିଆଯାଏ ଓ ପିତୃପୁରୁଷଙ୍କୁ ପିଠା ଉପରେ ଦୀପ ଆଲୋକ ପ୍ରଦାନ କରାଯାଏ । ଏହାସହ ଭଗବାନଙ୍କୁ ପୂଜାର୍ଚ୍ଚନା କରି କାଉଁରିଆ କାଠିରେ ନିଆଁ ଜଳାଯାଇ ବଡ଼ବଡୁଆ (Badabadua) ଡକାଯାଇଥାଏ । ବଡ଼ ବଡୁଆ ଡକା ସମୟରେ -'ବଡବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ ଗଡଉଥାଅ ଉଚ୍ଚାରଣ କରାଯାଇଥାଏ । ଏହାପରେ ଲୋକେ ବାଣ ଫୁଟାଇ ପିଠା ଖାଇ ପାଳନ କରିଥାଆନ୍ତି  ଦୀପାବଳି ପର୍ବ ।  

Also Read-Guru Margi Rajyog: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଚମକାଇବ ୪ ରାଶିଙ୍କ ଭାଗ୍ୟ!

 

 

 

{}{}