Hindi News >>Home >>Odisha LifeStyle and Others

Diet tips: ଅମୃତଭଣ୍ଡା ସହିତ ଭୁଲରେ ବି ଖାଆନ୍ତୁନି ଏହି ୫ଟି ଖାଦ୍ୟ, ବିଷ ପରି ହୋଇଥାଏ ପରିଣାମ

ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଅମୃତ ପରି  । ଅମୃତଭଣ୍ଡା ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ଲାଭ ମିଳିଥାଏ । ଅନେକ ଲାଭ ସତ୍ତ୍ୱେ ଅମୃତଭଣ୍ଡାକୁ ଏପରି କିଛି ଖାଦ୍ୟ ସହିତ ମିଶାଇ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । 

Advertisement
Diet tips: ଅମୃତଭଣ୍ଡା ସହିତ ଭୁଲରେ ବି ଖାଆନ୍ତୁନି ଏହି ୫ଟି ଖାଦ୍ୟ, ବିଷ ପରି ହୋଇଥାଏ ପରିଣାମ
Stop
PRAKASH RANJAN PARIDA|Updated: Jul 26, 2022, 09:52 PM IST

ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଅମୃତ ପରି  । ଅମୃତଭଣ୍ଡା ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ଲାଭ ମିଳିଥାଏ । ଓଜନ ହ୍ରାସ କରିବାଠାରୁ ଆରମ୍ଭ କରି ପାଚନରେ ସୁଧାର, ମଧୁମେହ ନିୟନ୍ତ୍ରଣ ପାଇଁ ଅମୃତଭଣ୍ଡା ବେଶ୍ ଲାଭଦାୟକ । ଅମୃତଭଣ୍ଡାରେ କାର୍ବୋହାଇଡ୍ରେଡ, ଭିଟାମିନ ଏ, ବି, ସି, ଇ ସହିତ ମିନେରାଲ, ପ୍ରୋଟିନ, ଫାଇବର ପରି ପୋଷକ ତତ୍ୱ ରହିଥାଏ । କେବଳ ଏତିକି ନୁହେଁ, ଏଥିରେ ଆଲ୍ଫା, ବିଟା, କ୍ୟାରୋଟୀନ ଓ ଲ୍ୟୁଟିନ ନାମକ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ମହଜୁଦ ରହିଛି । 

ଅମୃତଭଣ୍ଡାରେ ଗ୍ଲାଇସେମିକ ଇଣ୍ଡେକ୍ସ ୬୦ ରହିଥିବାବେଳେ ଏଥିରେ ଡାଏଟାରୀ ଫାଇବର ଥାଏ । ଏଥପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରତିଦିନ ଅମୃତଭଣ୍ଡା ଖାଇବାକୁ ପରାମର୍ଶ ଦିଅନ୍ତି । ଅମୃତଭଣ୍ଡାରେ ମିଳୁଥିବା ପେପିନ୍ ଏନଜାଇମ୍ ଆଲର୍ଜି ବିରୋଧରେ ଲଢ଼ିଥାଏ ଓ ଶାରୀରିକ କ୍ଷତ ଭଲ କରିବାରେ ସାହାଯ୍ୟ କରିଥାଏ । ଅନେକ ଲାଭ ସତ୍ତ୍ୱେ ଅମୃତଭଣ୍ଡାକୁ ଏପରି କିଛି ଖାଦ୍ୟ ସହିତ ମିଶାଇ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । 

ଲେମ୍ବୁ ସହିତ ଖାଆନ୍ତୁ ନାହିଁ ଅମୃତଭଣ୍ଡା 

ଅମୃତଭଣ୍ଡା ଏବଂ ଲେମ୍ବୁକୁ ଏକାଠି ଖାଇବା ଭଲ ନୁହେଁ ।  ଯଦି ଆପଣ ସାଲାଡରେ ଅମୃତଭଣ୍ଡା ଖାଉଛନ୍ତି, ତେବେ ଏଥିରେ ଲେମ୍ବୁ ରସ ମିଶାନ୍ତୁ ନାହିଁ । କାରଣ ଏହା ଦ୍ୱାରା ଖାଦ୍ୟ ବିଷାକ୍ତ ହେବା ଆଶଙ୍କା ରହିଛି । ଲେମ୍ବୁ ଓ  ଅମୃତଭଣ୍ଡା ଏକାଠି ଖାଇବା ଦ୍ୱାରା ହେମୋଗ୍ଲୋବିନ୍ ସ୍ତର ଅସନ୍ତୁଳିତ ହୋଇପାରେ ଏବଂ ବ୍ୟକ୍ତି ଏନିମିଆର ଶିକାର ହୋଇପାରନ୍ତି । 

ଦହି ସହିତ ଖାଆନ୍ତୁ ନାହିଁ ଅମୃତଭଣ୍ଡା 

ଅମୃତଭଣ୍ଡା ଗରମ ପର୍ଯ୍ୟାୟର ଖାଦ୍ୟ ହୋଇଥିବାବେଳେ ଦହି ଥଣ୍ଡା ପର୍ଯ୍ୟାୟର ଖାଦ୍ୟ ଅଟେ । ତେଣୁ ଅମୃତଭଣ୍ଡା ସହିତ କିମ୍ବା ଖାଇବା ପରେ ତୁରନ୍ତ ଦହି ଖାଇବାଠାରୁ ଦୂରେଇ ରହିବା ଉଚିତ୍ । ଯଦି ଆପଣ ଅମୃତଭଣ୍ଡା ଖାଇଛନ୍ତି, ତେବେ ଦୁଇ ଘଣ୍ଟା ପରେ ଦହି ଖାଆନ୍ତୁ । ଥଣ୍ଡା ଏବଂ ଗରମର ଏହି ମିଶ୍ରଣ ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ଏବଂ ଆପଣ ଅସୁସ୍ଥ ହୋଇପାରନ୍ତି । 

କମଳା ସହିତ ଖାଆନ୍ତୁ ନାହିଁ ଅମୃତଭଣ୍ଡା

ଲେମ୍ବୁ ପରି କମଳା ମଧ୍ୟ ଖଟା ଫଳ ହୋଇଥିବାରୁ ଏହାକୁ ଅମୃତଭଣ୍ଡା ସହିତ ଏକାଠି ଖାଆନ୍ତୁ ନାହିଁ ।  ଏହା ବିଷ ଭଳି କାମ କରି ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ତେଣୁ କମଳା ସହିତ କେବେବି ଅମୃତଭଣ୍ଡା ଖାଆନ୍ତୁ ନାହିଁ । 

ଟମାଟୋ ସହିତ ଖାଆନ୍ତୁ ନାହିଁ ଅମୃତଭଣ୍ଡା

ଅମୃତଭଣ୍ଡା ଓ ଟମାଟୋର ମିଶ୍ରଣକୁ ଭଲ ବିବେଚନା କରାଯାଏ ନାହିଁ । ଏହି ଦୁଇଟି ଖାଦ୍ୟକୁ ଏକାଠି ଖାଇବା ଦ୍ୱାରା ଖାଦ୍ୟ ବିଷାକ୍ତ ହୋଇଯାଇଥାଏ । ତେଣୁ ଅମୃତଭଣ୍ଡା ଓ ଟମାଟୋକୁ ଏକାଠି ଖାଇବା ଉଚିତ୍ ନୁହେଁ । 

କିୱି ସହିତ ଖାଆନ୍ତୁ ନାହିଁ ଅମୃତଭଣ୍ଡା

କିୱିକୁ ମଧ୍ୟ ଏକ ଖଟା ଫଳ ଭାବରେ ବିବେଚନା କରାଯାଏ । ଏଥିପାଇଁ ଏହାକୁ ଅମୃତଭଣ୍ଡା ସହିତ ଖାଇବାକୁ ବାରଣ କରାଯାଏ । ଏହି ଦୁଇଟି ଫଳ କେବେବି ଏକାଠି ଖାଇବା ଉଚିତ୍ ନୁହେଁ । 

ସକାଳୁ ଖାଲି ପେଟରେ ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହାଦ୍ୱାରା ପାଚନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ । ଗର୍ଭବତୀ ମହିଳାଙ୍କୁ କଞ୍ଚା ଅମୃତଭଣ୍ଡା ଖାଇବାକୁ ବାରଣ କରାଯାଏ। କଞ୍ଚା ଅମୃତଭଣ୍ଡାରେ ଲେଟେକ୍ସ ରହିଥାଏ, ଯାହା ଗର୍ଭାଶୟକୁ ସଙ୍କୋଚନ କରିଥାଏ । ଅନ୍ୟପକ୍ଷରେ ଅମୃତଭଣ୍ଡାରେ ପପେନ ନାମକ ଏଞ୍ଜାଇମ ଶ୍ୱାସ ସମ୍ବନ୍ଧୀୟ ରୋଗ ବଢାଇଥାଏ। ତେଣୁ ଯଦି ଆପଣ ଶ୍ୱାସ ରୋଗରେ ପୀଡିତ ତାହେଲେ ଅମୃତଭଣ୍ଡା ନଖାଇବା ଉଚିତ। ଅଧିକ ମାତ୍ରାରେ ଅମୃତଭଣ୍ଡା ସେବନ ଦ୍ୱାରା ପାକସ୍ଥଳୀ ସମସ୍ୟା ଉତ୍ପନ୍ନ ହୋଇପାରେ। 

Read More
{}{}