Hindi News >>Home >>Odisha LifeStyle and Others

Diet For Gastric Problem: ଗ୍ୟାଷ୍ଟ୍ରିକ ସମସ୍ୟାରେ କରନ୍ତୁ ଏହି ଡାଏଟ ପ୍ଲାନ, ଚୁଟକିରେ ଦୂର ହେବ ସମସ୍ୟା

Diet For Gastric Problem: ଖାସ କରି ଭାତ, ଦହି ଭାତ ନହେଲେ ଉଷୁମ କ୍ଷୀରଭାତ ଆପଣ ଖାଇପାରିବେ।ମାତ୍ର ଧ୍ୟାନରେ ରଖନ୍ତି ଡାଲିଠାରୁ ଆପଣ ଦୂରେଇ ରୁହନ୍ତୁ । କାରଣ ଏଥିରେ ବହୁମାତ୍ରାରେ ପ୍ରୋଟିନ ରହିଛି ଯାହା ଫଳରେ ଆପଣଙ୍କୁ ଗ୍ୟାଷର ଅଧିକ ସମସ୍ୟାରେ ଜୁଝିହେବାକୁ ପଡ଼ିପାରେ। ସେଥିପାଇଁ ଏହି ଖାଦ୍ୟରୁ ଦୂରେଇ ରହିବା ଉଚିତ୍ । ଏହାସହ ମିଠା ଚା, କ୍ଷୀର ଚା ପିଇବାରୁ ବଞ୍ଚିବା ଜରୁରୀ।   

Advertisement
Diet For Gastric Problem: ଗ୍ୟାଷ୍ଟ୍ରିକ ସମସ୍ୟାରେ କରନ୍ତୁ ଏହି ଡାଏଟ ପ୍ଲାନ, ଚୁଟକିରେ ଦୂର ହେବ ସମସ୍ୟା
Stop
Rasmita Sahoo|Updated: Dec 03, 2022, 01:47 PM IST

Diet For Gastric Problem: ଏବେ ପ୍ରାୟତଃ ଲୋକଙ୍କ ଶରୀରରେ ଦେଖାଯାଉଛି ଗ୍ୟାଷ୍ଟ୍ରିକ ସମସ୍ୟା । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ କି ଟିକେ କିଛି ଖାଇଦେଲେ ସଙ୍ଗେ ସଙ୍ଗେ ଗ୍ୟାଷ୍ଟ୍ରିକ ସମସ୍ୟା ଦେଖାଦେଇଥାଏ। ଏସିଡିଟି ସହ ପେଟରେ ଯନ୍ତ୍ରଣା, ବାନ୍ତି ଓ ବ୍ୟାକୁଳତା ସହ ମୁଣ୍ଡବିନ୍ଧା ବି ଆରମ୍ଭ ହୋଇଯାଏ। ଆଉ ଖାସ୍ ଏଥିପାଇଁ ଖାଦ୍ୟପେୟରେ ମଧ୍ୟ ବହୁତ ଅନିୟମିତତା ଦେଖିବାକୁ ମିଳେ । ତେବେ ଏମିତିରେ ସେମାନଙ୍କୁ ଏକ ଡାଏଟ ଚାର୍ଟ ବନାଇବାକୁ ପଡ଼ିପାରେ। କେଉଁ ଖାଦ୍ୟରୁ ସେମାନଙ୍କୁ ଗ୍ୟାଷର ସମସ୍ୟା ଦେଖାଦିଏ ଏବଂ କେଉଁ ଖାଦ୍ୟରୁ ଗ୍ୟାସ ସମସ୍ୟା ଦେଖାଦିଏ ନାହିଁ ତାକୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯିବା ଦରକାର। 

ଗ୍ୟାଷ ହେବାର ମୁଖ୍ୟ କାରଣ ହେଲା ଖାଦ୍ୟପେୟ ସହ ଜଡ଼ିତ ନିୟମର ସଠିକ୍ ଭାବେ ପାଳନ ନହେବା। ଦୈନନ୍ଦିନ ରୁଟିନରେ ଯଦି ଖାଦ୍ୟପେୟରେ ଅନିୟମିତତା ଦେଖାଦିଏ ତେବେ ଆପଣ ଏହି ରୋଗର ବହୁତ ଶୀଘ୍ର ଶିକାର ହେବେ। ଅନ୍ୟପଟେ ଯଦି ଆପଣଙ୍କର ଯଦି ସିଟିଂ ଜବ୍ ତେବେ ଆପଣ ଯାହା ବି ଖାଇବେ ସେଥିରେ ଆପଣଙ୍କର ଗ୍ୟାଷ ହେବା ବି ଅନୁମେୟ। ସେଥିପାଇଁ ଡାଏଟିସିଆନ ମାନେ ମଧ୍ୟ କହିଛନ୍ତି ଯେ, ଖାଇ ସାରିବା ପରେ ଟିକେ ଚଲାବୁଲା କରିବା ଜରୁରୀ। ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି କାମ କରିବା ଦ୍ୱାରା ପାଚନ କ୍ରିୟା ଧିର ହୋଇଯାଏ । ଯେଉଁ କାରଣରୁ ସମସ୍ୟା ବଢିଥାଏ ଏବଂ ଏହି ସମସ୍ୟା (Gastric Problem) ବିଷୟରେ ଜାଣିବାକୁ ହେଲେ କିଛିଟା ଲକ୍ଷଣ ଉପରେ ମଧ୍ୟ ଆପଣଙ୍କୁ ନଜର ରଖିବାକୁ ପଡିପାରେ।

ଲକ୍ଷଣ (Symptoms of Acidity)
ଗ୍ୟାଷ ହେବା, ବାନ୍ତି ଉଠାଇବା, ଛାତି ଜଳାପୋଡ଼ା, ଏସିଡ ହେବା ସମସ୍ୟା ଅନେକ ଉପୁଜିଥାଏ । ହେଲେ ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ଏମିତି ହୁଏ ବା ଏହି ସମସ୍ୟା ଲାଗିରୁହେ ତେବେ ଆଗକୁ ଏହା କୋଲନ କ୍ୟାନସରର ସମସ୍ୟାରେ ମଧ୍ୟ ଆପଣ ଜୁଝିପାରନ୍ତି।  କୋଲନ କ୍ୟାନସରର ବିପଦ ବଢିପାରେ ନହେଲେ ଅଲସର ସମସ୍ୟା ମଧ୍ୟ ଦେଖାଦେଇପାରେ।

କଣ ଖାଇବା ଉଚିତ ନୁହେଁ
ଯଦି ଆପଣଙ୍କ ପେଟରେ ଅତ୍ୟଧିକ ଗ୍ୟାଷ ସମସ୍ୟା (Gastric Problem) ଦେଖାଦେଉଛି ତେବେ ପିଠା, ପରଟା, ପୁରୀ ଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ। ଏହା ବଦଳରେ ଆପଣ ଭାତ ମଧ୍ୟ ଖାଇପାରିବେ । ଖାସ କରି ଭାତ, ଦହି ଭାତ ନହେଲେ ଉଷୁମ କ୍ଷୀରଭାତ ଆପଣ ଖାଇପାରିବେ।ମାତ୍ର ଧ୍ୟାନରେ ରଖନ୍ତି ଡାଲିଠାରୁ ଆପଣ ଦୂରେଇ ରୁହନ୍ତୁ । କାରଣ ଏଥିରେ ବହୁମାତ୍ରାରେ ପ୍ରୋଟିନ ରହିଛି ଯାହା ଫଳରେ ଆପଣଙ୍କୁ ଗ୍ୟାଷର ଅଧିକ ସମସ୍ୟାରେ ଜୁଝିହେବାକୁ ପଡ଼ିପାରେ। ସେଥିପାଇଁ ଡାଲି ଭାତ ଖାଇବା ପୂର୍ବରୁ ଥରେ ଭାବି ନିଅନ୍ତୁ।

Also Read: Fridge: ଫ୍ରିଜରେ ଖାଦ୍ୟ ରଖୁଥିବା ସମୟରେ କରନ୍ତୁନି ଏହି ଭୁଲ, ନଚେତ ପସ୍ତେଇବେ

ଭାତରେ କାର୍ବୋହାଇଡ୍ରେଟସ ଥାଏ ଓ ସେଥିରେ ଫାଇବର ବି ଥାଏ। ଯାହାର ମାତ୍ରା ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ। ଯାହା ଫଳରେ ଗ୍ୟାଷ ହେବା ବା ପେଟ ଫୁଲିବା ସମସ୍ୟା ଧିରେ ଧିରେ ହ୍ରାସ ପାଇଥାଏ। ରାଜମା, ଛୋଲେ, ମୂଳା, ପଣସକଠା ପରି ଖାଦ୍ୟରୁ ବହୁତ ଗ୍ୟାଷ ସମସ୍ୟା ଉପୁଜିଥାଏ। ସେଥିପାଇଁ ଏହି ଖାଦ୍ୟରୁ ଦୂରେଇ ରହିବା ଉଚିତ୍ । ଏହାସହ ମିଠା ଚା, କ୍ଷୀର ଚା ପିଇବାରୁ ବଞ୍ଚିବା ଜରୁରୀ। 

Also Read: Migraine Home Remedies: ରୋଷେଇ ଘରେ ଲୁଚିଛି ଆପଣଙ୍କ ମାଇଗ୍ରେନକୁ ଭଲ କରିବାର ଔଷଧ

ଗ୍ୟାଷ ସମସ୍ୟା ଥିଲା କଣ ଖାଇବା ଉଚିତ୍ 
ଗ୍ୟାଷ ସମସ୍ୟା ଥିଲେ ଥଣ୍ଡା କ୍ଷୀର ପିଇବା ଉଚିତ୍ ତାସହ ଦଲିଆ ଓ ଖେଚୁଡି ଖାଇପାରନ୍ତି । ମାତ୍ର ଡାଲି ଜାତୀୟ ଖାଦ୍ୟରୁ ନିଜକୁ ଦୂରେଇ ରଖିବା ଉଚିତ୍ ।

ଫଳ:
କଦଳୀ, ଅମୃତଭଣ୍ଡା, ସେଓ, ଚିକୁ, ଅଙ୍ଗୁର, ପିଜୁଳି ଖାଇବା ଦ୍ୱାରା ଆସିଡିଟି ହୁଏ ନାହିଁ। ଖଟା ଜାତୀୟ ଫଳ ବ୍ୟବହାରରୁ ବଞ୍ଚିବା ଜରୁରୀ । ଯେଉଁ ମାନଙ୍କର ଗ୍ୟାଷ ସମସ୍ୟା ରହିଛି ସେମାନେ ଖଟାଜାତୀୟ ଫଳରୁ ଦୂରେଇ ରହିବା ଉଚିତ୍। ଏହାଛଡ଼ା ପଇଡ଼ ପାଣି ମଧ୍ୟ ପିଇବା ଉଚିତ୍ ।

Also Read: Men Health: ପୁରୁଷମାନେ ନିଜ ଦୁର୍ବଳତାକୁ ଦୂର କରିବା ପାଇଁ ପ୍ରତିଦିନ ଖାଆନ୍ତୁ ଏସବୁ ଜିନିଷ, ୪୦ ପରେ ବି ଆପଣଙ୍କ ଶରୀରର ରହିବ ଫିଟ୍

ସବୁଜ ପନିପରିବା, ସାଗ, ପାଳଙ୍ଗ, ଗାଜର, ଶାଲଗମ, ବନ୍ଧାକୋବି, କ୍ୟାପସିକମ, ବାଇଗଣ ଇତ୍ୟାଦି ପରିବା ଖାଇବା ଉଚିତ୍ । ଆପଣ ରେଗୁଲାର ଡାଏଟ ମଧ୍ୟ କରିପାରିବେ। ମାତ୍ର ଡିପ୍ ଫ୍ରାଏ ହୋଇଥିବା ଆଳୁ, ଫୁଲ କୋବି, ମଟର, ପଣସ କଠା ଇତ୍ୟାଦିର ସେବନ କମ କରିଦିଅନ୍ତୁ। ଏସବୁ ଖାଇବା ଦ୍ୱାରା ଗ୍ୟାଷ ସମସ୍ୟା (Gastric Problem) ପୁଣି ବଢିଯାଇପାରେ । ଯେବେ ଗ୍ୟାଷ ଅଧିକ ମାତ୍ରାରେ ବଢିଯାଏ ତେବେ ସାଲାଡ ଭାବେ କେବଳ ଟମାଟର ଖାଇବା ଉଚିତ୍ । ସେହିପରି ଗ୍ୟାଷ ସମସ୍ୟା ଥିଲେ ଆଳୁ ଟମାଟର ତରକାରୀ ବା ସବଜି ଖାଇବାରୁ ନିଜକୁ ଦୂରେଇ ରଖନ୍ତୁ। ଏହାଦ୍ୱାରା ଏସିଡ ବଢିବା ସହ ଗ୍ୟାଷ୍ଟ୍ରିକ ସମସ୍ୟା ବଢିଯାଇପାରେ।

Read More
{}{}