Hindi News >>Home >>Odisha LifeStyle and Others

Diabetes patients- special flour ମଧୁମେହ ରୋଗୀମାନେ ଖାଆନ୍ତୁ ଏହି ରୁଟି,ରକ୍ତରେ ଶର୍କରା ସ୍ତରକୁ କରିବ ନିୟନ୍ତ୍ରଣ

ମଧୁମେହ ଏବଂ ମେଦବହୁଳତା ହେଉଛି ଦୁନିଆର ଦୁଇଟି ସମସ୍ୟା । ଯାହା ଆଜିର ସମୟରେ ଅଧିକାଂଶ ଲୋକ ଅସୁବିଧାରେ ପଡୁଛନ୍ତି । ଏହି ଦୁଇଟି ରୋଗ ସିଧାସଳଖ ଆମର ଖାଦ୍ୟ ସହିତ ଜଡିତ । କିନ୍ତୁ ଯଦି ଆପଣ ନିଜ ଡାଏଟ୍ ପ୍ରତି ଧ୍ୟାନ ଦେବେ ତେବେ ଆପଣ ନିଜ ମଧୁମେହ ସମସ୍ୟାକୁ ଦୂର କରିପାରିବେ । ଏପରି ସ୍ଥିତିରେ ଆମେ ଆପଣଙ୍କୁ ଏପରି କିଛି ରୁଟି ବିଷୟରେ କହିବୁ ଯାହା ଆପଣଙ୍କ ମଧୁମେହକୁ ନିୟନ୍ତ୍ରଣରେ ରଖିବ । ଆସନ୍ତୁ ଜାଣିବା ମଧୁମେହ ରୋଗୀ କେଉଁ ରୁଟି ଖାଇବା ଉଚିତ୍ ।   

Advertisement
Diabetes patients- special flour ମଧୁମେହ ରୋଗୀମାନେ ଖାଆନ୍ତୁ ଏହି ରୁଟି,ରକ୍ତରେ ଶର୍କରା ସ୍ତରକୁ କରିବ ନିୟନ୍ତ୍ରଣ
Stop
Rukmini Behera|Updated: Jul 05, 2022, 07:24 PM IST

ଓଟସ୍ ରୁଟି-
ଓଜନ ହ୍ରାସ ପାଇଁ ସାରା ବିଶ୍ବରେ ଜଣାଶୁଣା କି ଓଟସ୍ ମଧୁମେହ ରୋଗୀଙ୍କ ପାଇଁ କୌଣସି ରାମବାଣ ଠାରୁ କମ୍ ନୁହେଁ । ଓଟସ୍ ରୁ ପ୍ରସ୍ତୁତ ରୁଟି ଖାଇବା ଦ୍ବାରା ଆପଣଙ୍କ ଶରୀରର ରକ୍ତରେ ଶର୍କରା ସ୍ତର ସନ୍ତୁଳିତ ରହିଥାଏ । ଏହା ସେବନ ଦ୍ବାରା ଆପଣ ଟାଇପ-2 ମଧୁମେହ ହେବାର ଆଶଙ୍କା କମିଯାଏ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଓଟସ୍ ରେ ମିଳୁଥିବା ବିଟା ଗ୍ଲୁକାନ ମଧୁମେହ ହେବାର ଆଶଙ୍କାକୁ ହ୍ରାସ କରିଥାଏ । କେବଳ ଏତିକି ନୁହେଁ ଓଟସ୍ ରୁଟିର ବ୍ୟବହାର ଆପଣଙ୍କ ହୃଦୟ ସମ୍ବନ୍ଧୀୟ ରୋଗରୁ ମଧ୍ୟ ରକ୍ଷା କରିଥାଏ । 
  
କିପରି ତିଆରି କରିବେ- 
ରୁଟି ତିଆରି କରିବା ପାଇଁ ଓଟସ୍ ଏବଂ କିଛି ଅଟା ନିଅନ୍ତୁ । ଗହମର ଅଟା ନିଅନ୍ତୁ ଏବଂ ଆପଣଙ୍କ ସ୍ବାଦ ଅନୁସାରେ କଞ୍ଚା ଲଙ୍କା ମିଶାନ୍ତୁ । ଏହା ପରେ ଓଟସକୁ ଭଲ ଭାବେ ଗ୍ରାଇଣ୍ଡ କରନ୍ତୁ । ଗହମ ଅଟା, ଗୁଣ୍ଡ ଓଟସକୁ ମିଶାଇ ଭଲ ଭାବେ ଚକଟନ୍ତୁ ଏହା ପରେ ଗୋଳା କରି ,ରୁଟି ପରି ବେଲି ତାୱାରେ ସେକି ନିଅନ୍ତୁ । ପ୍ରସ୍ତୁତ ଆପଣଙ୍କ ଓଟସ୍ ରୁଟି ।  
 
ରାଗି ଅଟାର ରୁଟି-
ରାଗି ଅଟାରେ ତିଆରି ରୁଟି ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ପଲିଫେନୋଲରେ ଭରପୁର ଏବଂ ଡାଏଟାରୀ ଫାଇବର ପ୍ରଚୁର ପରିମାଣର ଥାଏ । ଯାହା ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ । 

ଏହାକୁ ତିଆରି କରିବାର ପଦ୍ଧତି-
ଗୋଟିଏ କପ୍ ରାଗି ଅଟା ଏବଂ ଏହା ସହ ଆବଶ୍ୟକ ଅନୁଯାୟୀ ପାଣି ନିଅନ୍ତୁ । ଏହାକୁ ଭଲ ଭାବେ ଚକଟି ରଖନ୍ତୁ । ମନେ ରଖନ୍ତୁ ଖୁବ ହାଲୁକା ହାତରେ ଏହାକୁ ଚକଟନ୍ତୁ କାରଣ ରୁଟିଟି ନ ଭାଙ୍ଗୁ । ରୋଟି ସେକିବା ବେଳେ କପଡା ସାହାଯ୍ୟରେ ହାଲୁକା ହାତରେ ଧିରେ ଧିରେ ସେକନ୍ତୁ । ଏହା ପରେ ପ୍ରସ୍ତୁତ ଆପଣଙ୍କ ରାଗି ରୁଟି । ଏହାକୁ ନିଜ ଡାଏଟରେ ସାମିଲ କଲେ ଆପଣ ନିଜ ଓଜନ ସହ ମଧୁମେହକୁ କଣ୍ଟ୍ରୋଲ କରିପାରିବେ । 

Read More
{}{}