Hindi News >>Home >>Odisha LifeStyle and Others

Deadly Combination: ଚା' ପିଇବା ସମୟରେ ଆପଣ ସିଗାରେଟ ଟାଣୁଛନ୍ତି କି , ଜାଣି ନିଅନ୍ତୁ ଶରୀର ଉପରେ କ'ଣ ପଡିବ ପ୍ରଭାବ ?

Deadly Combination: ଧୂମ୍ରପାନ ଆମ ଶରୀର ପାଇଁ ବହୁତ କ୍ଷତିକାରକ । ଯଦି ଆପଣ ଧୂମ୍ରପାନ (smoking) କରିବା ସମୟରେ ଚା ’ପିଅନ୍ତି କିମ୍ବା (Cigarette with Tea) ମଦ୍ୟପାନ (Alcohol)କରନ୍ତି ।  ମହିଳାଙ୍କ ପାଇଁ ସପ୍ତାହରେ ଦଶଟି ସିଗାରେଟ୍ ଏବଂ ପୁରୁଷଙ୍କ ପାଇଁ ପାଞ୍ଚଟି ସିଗାରେଟ୍ ଟାଣିବା ଯାହା ଚା ସହିତ ସିଗାରେଟ ଟାଣିଲେ ବିପଦ ଦ୍ବି ଗୁଣିତ ହୋଇଥାଏ ବୋଲି ଦର୍ଶାଯାଇଛି (Smoking Worst effects)।   

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: May 27, 2023, 03:28 PM IST

Deadly Combination: ଯଦି ଆପଣ ଧୂମ୍ରପାନ (smoking) କରିବା ସମୟରେ ଚା ’ପିଅନ୍ତି କିମ୍ବା (Cigarette with Tea)  ମଦ୍ୟପାନ (Alcohol)କରନ୍ତି । ତେବେ, ଆପଣ ବୁଝିବା ଦରକାର ଯେ, ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଏହା କ୍ଷତିକାରକ  ଅଟେ । ଅନେକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଯେ, ସିଗାରେଟ ଟାଣିବା ସମୟରେ ମଦ୍ୟପାନ କି  ଚା' ପିଇବା ଆପଣଙ୍କ ଆୟୁସକୁ କମାଇପାରେ । ଖୁବ ଶିଘ୍ର ଆପଣଙ୍କୁ ରୋଗଗ୍ରସ୍ତ କରିପାରି ଆପଣଙ୍କର ଏହି ବଦଅଭ୍ୟାସ । ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର ରିସର୍ଚ୍ଚର ବୌଜ୍ଞାନିକ ଡକ୍ଟର ଶୋମେକର ଏକ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ସପ୍ତାହରେ ଆପଣ ୭୫୦ ମିଲିମିଟର ମଦ୍ୟପାନ କରିବାରେ ଶରୀରକୁ ଯେତିକି କ୍ଷତି ପହଞ୍ଚିଥାଏ  ସେହି ପରିମାଣରେ ଯଦି ଆପଣ ଚା ପିଇବା ସମୟରେ ସିଗାରେଟ ଟାଣୁଛନ୍ତି । ଏହା ଆପଣଙ୍କ ପାଇଁ ବଡ ବିପଦ । ମହିଳାଙ୍କ ପାଇଁ ସପ୍ତାହରେ ଦଶଟି ସିଗାରେଟ୍ ଏବଂ ପୁରୁଷଙ୍କ ପାଇଁ ପାଞ୍ଚଟି ସିଗାରେଟ୍ ଟାଣିବା ଯାହା ଚା ସହିତ ସିଗାରେଟ ଟାଣିଲେ ବିପଦ ଦ୍ବି ଗୁଣିତ ହୋଇଥାଏ ବୋଲି ଦର୍ଶାଯାଇଛି (Smoking Worst effects)।  

ଚା କିମ୍ବା କଫି ସହିତ ସିଗାରେଟ୍ ଟାଣିବା କାହିଁକି ବିପଜ୍ଜନକ ଅଟେ : 
ଚା କିମ୍ବା କଫି ପିଇବା ବେଳେ ସିଗାରେଟ୍ ଟାଣିବା ମଧ୍ୟ ଏହାର ଅର୍ଥ ହେଉଛି ଯେ, ଆପଣ ଏକ ସମୟରେ ଦୁଇଟିକୁ ଖରାପ ଜିନିଷକୁ ନିଜ ଶରୀର ମଧ୍ୟକୁ କ୍ଷତି ପହଞ୍ଚାଉଛନ୍ତି। ଯଦି ଆପଣ କଫିନ୍ ସହିତ ସିଗାରେଟ୍ ଟାଣୁଛନ୍ତି, ତେବେ ଏହା ଆପଣଙ୍କ ଫୁସଫୁସକୁ ଅଧିକ କ୍ଷତି ପହଞ୍ଚାଇଥାଏ । ସିଗାରେଟ୍ ଧୂଆଁରେ ଥିବା କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ରକ୍ତରେ ଅମ୍ଳଜାନ ସ୍ତରକୁ ହ୍ରାସ କରିଥାଏ ଏବଂ ଚା କିମ୍ବା କଫିରେ ଥିବା କ୍ୟାଫେନ୍ ସହିତ ମିଶିଲେ ଏହା ଖରାପ ହୋଇଯାଏ । ଏବଂ ଶରୀରର ସମସ୍ତ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ । ଯେତେବେଳେ ଆପଣ ସିଗାରେଟ୍ ଧୂଆଁ ବାହାର କରନ୍ତି, ସମାନ ପ୍ରକ୍ରିୟା ପୁନର୍ବାର ଘଟେ ଏବଂ କ୍ଷତି ଦ୍ୱିଗୁଣିତ ହୁଏ । ଯଦି ଆପଣଙ୍କର ସିଗାରେଟ୍ ସହିତ ଚା କିମ୍ବା ମଦ୍ୟପାନ ପାଇଁ ଇଚ୍ଛା ଥାଏ, ତେବେ ତୁରନ୍ତ ବନ୍ଦ କରନ୍ତୁ ।

Also Read: Snana Yatra 2023: ସୁରୁଖୁରୁରେ ଶେଷ ହେବ ବିଶ୍ୱନିୟନ୍ତାଙ୍କ ସ୍ନାନଯାତ୍ରା, ଖୁବଶୀଘ୍ର କମିଟି ବୈଠକ

Also Read: Jackfruit Benefits: ଏହି ଉପାୟରେ ପଣସ ଖାଇଲେ ଆପଣଙ୍କୁ ଛୁଇଁବନି ଏହି ସବୁ ରୋଗ!

ଧୂମ୍ରପାନ(Smoking) ଆଜି ଆଧୁନିକ ଦୁନିଆଁରେ ଏକ ଫ୍ୟାସନ ପାଲଟି ଯାଇଛି । କିନ୍ତୁ ଧୂମ୍ରପାନ ଆମ ଶରୀର ପ୍ରତି ବହୁତ କ୍ଷତିକାରକ । ବିଡି, ସିଗାରେଟ୍, ଗଞ୍ଜେଇ ଭଳି ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ କ୍ୟାନସର ହେବାର ଆଶଙ୍କା ଅଧିକ ରହିଥାଏ । ଧୂମ୍ରପାନ କରୁଥିଲେ ଫୁସଫୁସ କ୍ୟାନସର, ହାର୍ଟ ରୋଗ, ବ୍ଲକ ଭେସେଲ ନଷ୍ଟ, ଶ୍ୱାସ ପ୍ରଶ୍ୱାସ ନେବାର ଅସୁବିଧା, ପ୍ରଜନନ ସମସ୍ୟା, ଆଖି ରୋଗ ମଧ୍ୟ ହୋଇଥାଏ । ଧୂମ୍ରପାନ ଅଭ୍ୟାସ ମଧ୍ୟ ଛାଡିବା କଷ୍ଟକର । କିନ୍ତୁ ଏହା ଅସମ୍ଭବ ନୁହେଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ କିଛି ଟିପ୍ସ ଆପଣାଇଲେ ଆପଣ ବି ଧୁମ୍ରପାନ ଛାଡିପାରିବେ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ।)

Read More
{}{}