Hindi News >>Home >>Odisha LifeStyle and Others

Ganesh Mantra: ବୁଧବାର ଦିନ କରନ୍ତୁ ଗଣେଶଙ୍କର ଏହି ୭ ମନ୍ତ୍ରର ଜପ, ଧନଧାନ୍ୟରେ ଭରିଯିବ ଜୀବନ !

Ganesh Mantra:ହିନ୍ଦୁ ଧର୍ମଗ୍ରନ୍ଥରେ ପ୍ରଭୁ ଗଣେଶଙ୍କୁ ସମର୍ପିତ କରି ୭ଟି ମହାମନ୍ତ୍ର କରାଯାଇଛି। ଯାହାର ଜପ କରିବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଦୁଃଖିରଙ୍କିଙ୍କ ଦୁଃଖ ଦୂର ହୋଇଥାଏ। ଏହାସହ ଏହି ମନ୍ତ୍ର ଜପ କରିବା ଦ୍ୱାରା ସବୁ ମନୋସ୍କାମନା ପୂରଣ ହୋଇଥାଏ।   

Advertisement
Ganesh Mantra: ବୁଧବାର ଦିନ କରନ୍ତୁ ଗଣେଶଙ୍କର ଏହି ୭ ମନ୍ତ୍ରର ଜପ, ଧନଧାନ୍ୟରେ ଭରିଯିବ ଜୀବନ !
Stop
Rasmita Sahoo|Updated: Dec 06, 2023, 08:44 AM IST

Ganesh Mantra: ସପ୍ତାହର ତୃତୀୟ ଦିନ ବା ବୁଧବାରକୁ ପ୍ରଭୁ ଗଣେଶଙ୍କୁ ସମର୍ପିତ କରାଯାଇଛି । ଏହିଦିନ ପ୍ରଭୁ ଗଣେଶଙ୍କୁ ପୂଜା କରିବା କାରଣରୁ ଅନେକ ଲାଭ ପ୍ରାପ୍ତ ହୋଇଥାଏ। ଏହାସହ ବୁଧବାର ଦିନ ପୂଜା ପାଠ ସହ କିଛି ଖାସ କାମ କରିବାକୁ ହେଲେ ଏହି ଦିନ ଖୁବ ଭଲ ବୋଲି ବିବେଚନା କରାଯାଏ । କାରଣ କଥାରେ କୁହାଯାଏ ମଙ୍ଗଳ ରାତି ବୁଧ ପାହାନ୍ତି, ତେବେ ଜାଣିବ ଶୁଭର ଗତି । ତେଣୁ କେଉଁ ସ୍ଥାନକୁ ଯିବାକୁ ହେଲେ ମଧ୍ୟ ବୁଧବାର ଦିନକୁ ଚୟନ କରିବା ସବୁଠୁ ଭଲ ବୋଲି ବିବେଚନା କରାଯାଏ। ହିନ୍ଦୁ ଧର୍ମରେ ପ୍ରଭୁ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ପ୍ରତିଟି ପୂଜାରେ ଗଣେଶ ଙ୍କ ଆରାଧନା ପ୍ରଥମେ କରାଯାଏ ଓ ଏହା ମଧ୍ୟ ଶୁଭ ଫଳ ପ୍ରଦାନ କରିଥାଏ। ହେଲେ ପ୍ରଭୁ ଗଣେଶଙ୍କୁ ପ୍ରସନ୍ନ କରିବାକୁ ହେଲେ ବୁଧବାର ଅର୍ଥାତ୍ ଆଜି ଏହିସବୁ ମନ୍ତ୍ରର ଜପ କରନ୍ତୁ । ଶୁଭଫଳ ପ୍ରାପ୍ତ ହେବ। 

ହିନ୍ଦୁ ଧର୍ମଗ୍ରନ୍ଥରେ ପ୍ରଭୁ ଗଣେଶଙ୍କୁ ସମର୍ପିତ କରି ୭ଟି ମହାମନ୍ତ୍ର (Maha Manta) କରାଯାଇଛି। ଯାହାର ଜପ କରିବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଦୁଃଖିରଙ୍କିଙ୍କ ଦୁଃଖ ଦୂର ହୋଇଥାଏ। ଏହାସହ ଏହି ମନ୍ତ୍ର ଜପ କରିବା ଦ୍ୱାରା ସବୁ ମନୋସ୍କାମନା ପୂରଣ ହୋଇଥାଏ। ତେବେ ଜ୍ୟୋତିଶ ଶାସ୍ତ୍ର ଅନୁସାରେ,  ଏହି ମନ୍ତ୍ର କୁ ଜପ କଲେ ସବୁ ସମସ୍ୟା ଦୂର ହୁଏ। 

1-ତ୍ରୟମୟାଖିଲବୁଦ୍ଧିଦାତ୍ରେ ବୁଦ୍ଧିପ୍ରଦୀପାୟ ସୁରାଧିପାୟ
ନିତ୍ୟସତ୍ୟ ଚ ନିତ୍ୟବୁଦ୍ଧି ନିତ୍ୟ ନିରେହ୍ୟ ନମସ୍ତୁ ନିତ୍ୟମ

2-ଗଜାନନ୍ଦ ଏକାକ୍ଷର ମନ୍ତ୍ର
ଓମ୍ ଗଙ୍ଗୋକୋ ପ୍ରଣାମ

3-ପ୍ରଭୁ ଗଣେଶଙ୍କୁ ପ୍ରସନ୍ନ କରିବା ମନ୍ତ୍ର
ଓମ୍ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭଃ
ନିର୍ବିଘ୍ନ କୁରୁ ମୟ ଦେବ, ସର୍ବ କାର୍ଯ୍ୟଷୁ ସଦେବ

4-ଗଣେଶ ଗାୟତ୍ରୀ ମନ୍ତ୍ର
ଓ ଏକଦନ୍ତାୟ ବିହେ ବକ୍ରତୁଣ୍ଡାୟ ଧିମହୀ ତତ୍ରୋ ଦନ୍ତି ପ୍ରଚୋଦୟାତ୍

5-ସମସ୍ୟା ଦୂର କରିବାର ମନ୍ତ୍ର 
ଗଣପତି ବିଘ୍ନରାଜୋ ଲମ୍ବତୁଣ୍ଡୋ ଗଜାନନ
ଦୈମତୁରକ୍ଷ ହୈରମ୍ବା ଏକଦନ୍ତୋ ଗଣାଧିପ
ବିନାୟକ ଚାରୁକର୍ଣ୍ଣ, ଚରବାହେ ଭବତ୍ମଜା
ଦ୍ୱାଦଶତାନି ନାମାନି ପ୍ରତ୍ୟୁଷ ୟ ପଠେତ୍
ବିଶ୍ୱାଙ୍ଗ ତସ୍ୟ ଭବୈଦ୍ୱାସୟଙ୍ଗ ନ ଚ ବିଘ୍ନୋଙ୍ଗ ଭବେତ କଚିତ୍ 

6-ଗ୍ରହଦୋଷ ନିବାରଣ ମନ୍ତ୍ର
ଗଣପୂଜ୍ୟୋ ବକ୍ରତୁଣ୍ଡ ଏକାଦଂଗସ୍ତ୍ରୀ ତ୍ରୟମ୍ବକମ୍
ନିଲାଗ୍ରିବୋ ଲମ୍ବୋଦରୋ ବିକତୋ ବିଘ୍ନରାଜକ
ଧୂମ୍ର ବର୍ଣ୍ଣୋ ବଲଚନ୍ଦ୍ରା ଦଶମସ୍ତୁ ବିନାୟକ
ଗଣ ପତି ହାସ୍ତିମୁଖୋ ଦ୍ୱାଦସରୈ ୟଜଦ୍ରଣମ୍

7-ଗଣେଶ କୁବା ମନ୍ତ୍ର
ଓଃ ନମ୍ ଗଣପତେୟ କୁବେର ଜେକାଦ୍ରିକୋ ଫିଟ୍ ଶ୍ୱାହା

ଏମିତି କରନ୍ତୁ ଗଣପତିଙ୍କ ପୂଜା (Lord Ganesha) 
ସକାଳୁ ଉଠି, ସ୍ନାନ କରିବା ସହ ଭଗବାନ ଗଣେଶକୁ ପାଞ୍ଚଟି ଦୁବ ଅର୍ପଣ କରନ୍ତୁ। ଦୁବକୁ ପ୍ରଥମେ ଗଣେଶଙ୍କ ମୁଣ୍ଡ ଉପରେ ରଖନ୍ତୁ। ଦୁବ ଅର୍ପଣ କରିବାବେଳେ ଏହି ମନ୍ତ୍ର ଜପ କରନ୍ତୁ - ଇଦଙ୍ଗୋ
ଦୁର୍ବଦଲଙ୍ଗ ଓ ଗନ ଗଣପତେୟ ନମଃ, ଶାସ୍ତ୍ର ଅନୁସାରେ, ଶମି ଗଛର ପୂଜା କରିବା ଦ୍ୱାରା ଉଭୟ ଶନି ଓ ଗଣେଶ ଦୁହେଁ ପ୍ରସନ୍ନ ହୁଅନ୍ତି। ସେହିପରି ପୁରାଣ ଶାସ୍ତ୍ର କଥା ଦେଖିବା ତେବେ ପ୍ରଭୁ ଶ୍ରୀ ରାମ ମଧ୍ୟ ରାବଣକୁ ହରାଇବା ପାଇଁ ଶମୀ ଗଛର ପୂଜାର୍ଚ୍ଚନା କରିଥିଲେ। କାରଣ ଏହି ଗଛ ପ୍ରଭୁ ଗଣେଶଙ୍କର ଭାରି ପ୍ରିୟ। 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Also Read: Top 10 News Headlines: ସକାଳର 10 ବଡ଼ ଖବର

Read More
{}{}