Hindi News >>Home >>Odisha LifeStyle and Others

Budhaditya Yog 2023: ଦୀପାବଳି ପୂର୍ବରୁ ବୁଦ୍ଧାଦିତ୍ୟ ଯୋଗ, ଚମକିବ ୫ ରାଶିଙ୍କ ଭାଗ୍ୟ

Budhaditya Yog 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନଭେମ୍ବର ମାସରେ ଅନେକ ଗ୍ରହ ଗୁଡିକ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଚଳିତ ମାସର ଆରମ୍ଭରେ ଅର୍ଥାତ୍ ଆଜି ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଭଗବାନ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଇଛନ୍ତି।  କନ୍ୟା ରାଶିରେ ସୂର୍ଯ୍ୟ ଏବଂ ବୁଧ ଗ୍ରହର ହେବ ସଂଯୋଗ। ଏହି ମହା ସଂଯୋଗ ବୁଦ୍ଧାଦିତ୍ୟ ଯୋଗ (Budhaditya Yoga) ସୃଷ୍ଟି କରୁଛି । ତେବେ ଆସନ୍ତୁ ଜାଣିବା ବୁଦ୍ଧାଦିତ୍ୟ ଯୋଗ ହେତୁ ଆଜିଠାରୁ କେଉଁ ସବୁ ରାଶିର ଭାଗ୍ୟ ବଦଳାଇବାକୁ ଯାଉଛି।...

Advertisement
Budhaditya Yog 2023: ଦୀପାବଳି ପୂର୍ବରୁ ବୁଦ୍ଧାଦିତ୍ୟ ଯୋଗ, ଚମକିବ ୫ ରାଶିଙ୍କ ଭାଗ୍ୟ
Stop
Zee Odisha Desk|Updated: Nov 05, 2023, 06:58 AM IST

Budhaditya Yog 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନଭେମ୍ବର ମାସରେ ଅନେକ ଗ୍ରହ ଗୁଡିକ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।  ଚଳିତ ମାସର ଆରମ୍ଭରେ ଅର୍ଥାତ୍ ଆଜି ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଭଗବାନ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଇଛନ୍ତି। ଆଜି (ରବିବାର) ସୂର୍ଯ୍ୟଦେବ ରାତି ୮ଟା ୫୦ ମିନିଟରେ କନ୍ୟା ରାଶିକୁ ଚଳନ କରିବାକୁ ଯାଉଛନ୍ତି । ଯେଉଁ ରାଶିରେ ବୁଧ ପୂର୍ବରୁ ବିରାଜମାନ ଅଛନ୍ତି। କନ୍ୟା ରାଶିରେ ସୂର୍ଯ୍ୟ ଏବଂ ବୁଧ ଗ୍ରହର ହେବ ସଂଯୋଗ।  ଏହି ମହା ସଂଯୋଗ ବୁଦ୍ଧାଦିତ୍ୟ ଯୋଗ (Budhaditya Yoga) ସୃଷ୍ଟି କରୁଛି । ସୂର୍ଯ୍ୟଦେବଙ୍କ ଏହି ରାଶି ପରିବର୍ତ୍ତନ ରାଶି ଚକ୍ରରେ ଥିବା ୫ଟି ରାଶି ଉପରେ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ବୁଦ୍ଧାଦିତ୍ୟ ଯୋଗ ହେତୁ ଆଜିଠାରୁ କେଉଁ ସବୁ ରାଶିର ଭାଗ୍ୟ ବଦଳାଇବାକୁ ଯାଉଛି।...

Also Read: Today Horoscope: ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ କେମିତି କଟିବ ଆଜିର ଦିନ?

ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ:

କନ୍ୟା:  ବୁଦ୍ଧାଦିତ୍ୟ ଯୋଗ (Budhaditya Yoga) କାରଣରୁ ଏହି ରାଶିର ଭାଗ୍ୟ ଆଜିଠାରୁ ଚମକିବ। ଏହି ରାଶିର ଲୋକମାନେ ଜୀବନରେ ଅନେକ ଅଗ୍ରଗତି ଦେଖିବେ। ଦିର୍ଘ ଦିନ ଧରି ଲାଗି ରହିଥିବା ପୁରୁଣା ବିବାଦର ଅନ୍ତ ଘଟିବ । ଆର୍ଥିକ ସ୍ଥିତି ମଜବୁତ୍ ହେବ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ। ରୋଜଗାର ପାଇଁ ନୂଆ ବାଟ ଖୋଲିବ। ଏହା ବ୍ୟତୀତ, ଆପଣ ଏହି  ସମୟରେ ଚାକିରିରେ ପଦୋନ୍ନତିର ଭଲ ଖବର ପାଇବେ। ବ୍ୟବସାୟରେ ଚାଲିଥିବା ଆର୍ଥିକ ସମସ୍ୟାର ସମାଧାନ ହେବ। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ଆପଣ ନିଜ ସାଥୀଙ୍କ ସହିତ ସମୟ ଅତିବାହିତ କରିବେ। ରାଜନୀତି କ୍ଷେତ୍ରରେ ଜଡିତ ଥିବା ବ୍ୟକ୍ତିମାନେ ସୂର୍ଯ୍ୟ ଭଗବାନଙ୍କ ଆଶୀର୍ବାଦରୁ ଉପକୃତ ହେବେ।

ତୁଳା: ସୂର୍ଯ୍ୟ ଓ ବୁଧଙ୍କ ଆର୍ଶିବାଦ ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ବିଦେଶରୁ ନୂଆ ଚାକିରି ପାଇଁ ଅଫର ବି ଆପଣଙ୍କୁ ମିଳିପାରେ। ଆକସ୍ମିକ ଧନଲାଭର ଯୋଗ ବି ରହିଛି। ବ୍ୟବସାୟୀଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି । ଯଦି ଆପଣ କିଛି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ତେବେ, ଏହି ସମୟରେ ଆରମ୍ଭ କରନ୍ତୁ ଭଲ ଲାଭ ପାଇବେ। ଜମି କାର୍ଯ୍ୟରୁ ଆର୍ଥିକ ଲାଭ ମିଳିବ। ବିବାହିତ ଜୀବନ ସୁଖମୟ ହେବ। 

ଧନୁ:  ବୁଦ୍ଧାଦିତ୍ୟ ରାଜଯୋଗ କାରଣରୁ ଏହି ରାଶିଙ୍କ ଉପରେ ଧନର ବର୍ଷା ହେବ। ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଲାଭ ମିଳିବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । ସହଭାଗୀତା ସହିତ ଚାଲିଥିବା ବ୍ୟବସାୟରେ ଲାଭ ମିଳିବ । ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଏହି ସମୟରେ ଶୁଭଫଳ ମିଳିବ। ଏହି ସମୟରେ ଆପଣ ନୂଆ ଗାଡି଼ କିମ୍ବା ଜମି କ୍ରୟ କରିବେ। 

କୁମ୍ଭ: ସୂର୍ଯ୍ୟ ଏହି ରାଶିର ଅଷ୍ଟମ ଘରେ ଥିବାରୁ କୁମ୍ଭ ରାଶିକୁ ଶୁଭଫଳ ପ୍ରାପ୍ତ ହେବ। ଖାସ୍ କରି ନୂଆ ବିବାହିତ ଲୋକମାନଙ୍କୁ ସନ୍ତାନପ୍ରାପ୍ତି ହୋଇପାରେ । 
ଆପଣ ମଧ୍ୟ ଆପଣଙ୍କ ଜୀବନସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ପୂର୍ବ ଅପେକ୍ଷା ଦାମ୍ପତ୍ୟ ଜୀବନରେ ଅଧିକ ସୁଖ ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ପାଇଁ  ବିବାହ ପାଇଁ ଏକ ଭଲ ପ୍ରସ୍ତାବ ଆସିପାରେ। ସରକାରୀ ଚାକିରି କରୁଥିବା ଲୋକମାନେ ପଦୋନ୍ନତି ପାଇବେ ଏବଂ  ଟ୍ରାନ୍ସଫର ହେବାର ମଧ୍ୟ ସମ୍ଭାବନା ରହିଛି।

ମକର ରାଶି: ଏହି ରାଶିର ଲୋକଙ୍କ ପାଇଁ ସୁବର୍ଣ୍ଣ ସମୟ ଆରମ୍ଭ ହୋଇଛି। ବୃତ୍ତିଗତ ଜୀବନରେ ଚାଲିଥିବା ସମସ୍ୟା ଶେଷ ହେବ । ସ୍ଥଗିତ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବା ସହ ସମାପ୍ତ ହେବ । କ୍ୟାରିୟରରେ ସଫଳତା ପାଇବେ।  ବ୍ୟବସାୟରେ ଲାଭ ହେବ । ଘରେ ସୁଖ ଏବଂ ଶାନ୍ତି ରହିବ । ପରିବାର ସହିତ ଭଲ ସମୟ ବିତାଇବେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

 

Read More
{}{}