Hindi News >>Home >>Odisha LifeStyle and Others

Budhaditya Rajyoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ଖୋଲିବ ବୁଦ୍ଧାଦିତ୍ୟ ରାଜଯୋଗ, ରହିଛି ଧନଲାଭର ଯୋଗ!

Budhaditya Rajyoga 2024:  ଦେବଗୁରୁ ବୃହସ୍ପତି, ସୂର୍ଯ୍ୟଦେବ ଓ ଶୁକ୍ର ବର୍ତ୍ତମାନ ମେଷ ରାଶିରେ ଥିବା ବେଳେ ମେ ୩୧ ତାରିଖରେ ରାତି ୧୨ଟା ୨ ମିନିଟ୍ ସମୟରେ ସେହି ରାଶିକୁ ଗ୍ରହମାନଙ୍କର ରାଜକୁମାର ବୁଧ ଚଳନ କରିବେ। ଗୋଟିଏ ରାଶିରେ ୪ ଗ୍ରହଙ୍କ ମିଳନ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରୁଛି । ଏହି ବୁଦ୍ଧାଦିତ୍ୟ ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। 

Advertisement
Budhaditya Rajyoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ଖୋଲିବ ବୁଦ୍ଧାଦିତ୍ୟ ରାଜଯୋଗ, ରହିଛି ଧନଲାଭର ଯୋଗ!
Stop
Narmada Behera|Updated: May 23, 2024, 06:37 PM IST

Budhaditya Rajyoga 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଏହି କ୍ରମରେ ଦେବଗୁରୁ ବୃହସ୍ପତି , ସୂର୍ଯ୍ୟଦେବ ଓ ଶୁକ୍ର ବର୍ତ୍ତମାନ ମେଷ ରାଶିରେ ଥିବା ବେଳେ ମେ ୩୧ ତାରିଖରେ ରାତି ୧୨ଟା ୨ ମିନିଟ୍ ସମୟରେ ସେହି ରାଶିକୁ ଗ୍ରହମାନଙ୍କର ରାଜକୁମାର ବୁଧ ଚଳନ କରିବେ। ଗୋଟିଏ ରାଶିରେ ୪ ଗ୍ରହଙ୍କ ମିଳନ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରୁଛି । ଏହି ବୁଦ୍ଧାଦିତ୍ୟ ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ALSO READ: Ruchak Yog 2024: ଏହି ସବୁ ରାଶିଙ୍କୁ ଧନୀ କରାଇବା ରୁଚକ ଯୋଗ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ ସହ...

ମାଲେମାଲ୍ ହେବେ ଏହି ସବୁ ରାଶି:

ମେଷ: ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶିକୁ ଧନୀ କରାଇବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଦରମା ବୃଦ୍ଧି ହେବା ସହ ଆୟ ବଢିବ। ଚାକିରି ଖୋଜୁଥିବା ଲୋକଙ୍କୁ ମନ ପସନ୍ଦର ଅଫର ମିଳିବ। ବିଶେଷକରି, ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ୍ କରିବେ ଛାତ୍ରଛାତ୍ରୀ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବାର ଯୋଗ ରହିଛି। ବନ୍ଧୁଙ୍କ ସହଯୋଗ ମିଳିବା ସହ କାର୍ଯ୍ୟରେ ଦେଖାଦେଉଥିବା ବାଧା ଦୂର ହେବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆକସ୍ମିକ ଧନଲାଭର ଯୋଗ ରହିଛି।  

ମିଥୁନ: ଏ-ହି ରାଶିର ଲୋକଙ୍କ ପାଇଁ ବୁଦ୍ଧାଦିତ୍ୟ ରାଜଯୋଗ ବେଶ୍ ଲାଭଦାୟୀ ରହିବ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ବ୍ୟାପାର ପାଇଁ ସମୟ ଅନୁକୂଳ ରହିଛି। ଅବିବାହିତଙ୍କ ପାଇଁ ବିବାହର ଯୋଗ ରହିଛି । ଭଲ ବିବାହ ପ୍ରସ୍ତାବ ମଧ୍ୟ ଆସିପାରେ। ଏହି ଅବଧି ମଧ୍ୟରେ ଭୂମି ଏବଂ ନୂଆ ଗାଡି଼ କିଣିପାରନ୍ତି। ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି । ଏହି ଅବଧି ମଧ୍ୟରେ କୌଣସି ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। କଠିନ ପରିଶ୍ରମର ଫଳ ପାଇବେ। 

କର୍କଟ: କର୍କଟ ରାଶି ପାଇଁ ବୁଦ୍ଧାଦିତ୍ୟ ରାଜଯୋଗ ବେଶ୍ ଫଳପ୍ରଦ ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି। ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୂର୍ବରୁ କରିଥିବା ନିବେଶରୁ ଧନ ଲାଭ ହେବାର ସମ୍ଭାବନା ରହିଛି । ଭୌତିକ ସୁଖରେ ବୃଦ୍ଧି ହେବା ସହ ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ସଫଳ ହେବ । ସମାଜରେ ମାନ ଓ ସମ୍ମାନ ବୃଦ୍ଧି ହେବ । କିନ୍ତୁ ଅଯଥା ଖର୍ଚ୍ଚ ମଧ୍ୟ ବଢିପାରେ। କର୍ମକ୍ଷେତ୍ରରେ ସିନିୟରମାନଙ୍କ ଠାରୁ ସମର୍ଥନ ପାଇବେ। ଯାହାଫଳରେ କାମ କରିବା ପାଇଁ ଅଧିକ ଉତ୍ସାହ ବଢିବ।

ତୁଳା:  ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟ ପୂରା ହେବା ସହ ପୁରୁଣା ବିବାଦର ସମାଧାନ ହେବ। ବିଶେଷକରି, କର୍ମଜୀବି ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ ରହିବ । ଧନ ଲାଭ ହେବାର ସମ୍ଭାବନା ରହିଛି ।  ନୂଆକରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତିନେଇ ଖୁସି ଖବର ପାଇ ପାରନ୍ତି।  ପ୍ରେମ ସମ୍ପର୍କରେ ମଧୁରତା ଆସିବା ସହ ଅବିବାହିତଙ୍କ ପାଇଁ ମନଲାଖି ପ୍ରସ୍ତାବ ଆସିପାରେ। ବିଦେଶ ଯାତ୍ରାର ଯୋଗ ରହିଛି। 

କନ୍ୟା:  ବୁଦ୍ଧାଦିତ୍ୟ ରାଜଯୋଗର ପ୍ରଭାବ କାରଣରୁ ଏହି ରାଶିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି । ଏହି ଅବଧି ମଧ୍ୟରେ କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଆୟ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି। 

ବିଛା:   ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ସମାଜରେ ମାନ ସମ୍ମାନ ବଢିବ। ଦାମ୍ପତ୍ୟ ଜୀବନରେ ସୁଖ ଏବଂ ଶାନ୍ତି ରହିବ । କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି ପାଇବ । ଏବଂ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି । ଏହି ଅବଧି ମଧ୍ୟରେ ବକେୟା ଥିବା ଟଙ୍କା ପାଇବେ। ଯାହା ଆପଣଙ୍କୁ ମାଲେମାଲ୍ କରିଦେବ। ସେହିପରି ପ୍ରେମ ଯୁଗଳଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି।

ମୀନ: ମେ ମାସ ଶେଷ ବେଳକୁ ମୀନ ରାଶିର ଲୋକଙ୍କ ଭାଗ୍ୟ ଫିଟିବାକୁ ଯାଉଛି। ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ଜୀବନରେ ପ୍ରଗତିର ନୂତନ ପଥ ଖୋଲିବ । କ୍ୟାରିୟର ସହିତ ଜଡିତ କିଛି ଭଲ ଖବର ପାଇପାରନ୍ତି । ଯେଉଁମାନେ ଅଧ୍ୟୟନ ପାଇଁ ବିଦେଶ ଯିବାକୁ ଚିନ୍ତା କରୁଛନ୍ତି, ସେମାନଙ୍କର ଇଚ୍ଛା ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Read More
{}{}