Hindi News >>Home >>Odisha LifeStyle and Others

Airtel Recharge Plans: ଏୟାରଟେଲ ଗ୍ରାହକଙ୍କୁ ଝଟକା, ୫୭% ମହଙ୍ଗା ହେଲା ମାସିକ ରିଚାର୍ଜ ପ୍ଲାନ

Airtel Monthly Recharge Plans: ଭାରତୀ ଏୟାରଟେଲ ହରିୟାଣା ଏବଂ ଓଡିଶାରେ ସର୍ବନିମ୍ନ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଛି। ଏହି ପ୍ଲାନରେ ସମନା ବୈଧତା ସହ ୧ GB ଡାଟା ଏବଂ ୩୦୦ SMS ସହିତ ଅସୀମିତ ଭଏସ୍ କଲିଂ ପ୍ରଦାନ କରୁଛି। ଯଦି ଗ୍ରାହକମାନେ ୧୫୫ ଟଙ୍କିଆ ପ୍ଲାନକୁ ଗ୍ରହଣ ନ କରନ୍ତି ତେବେ କମ୍ପାନୀ ପୁଣିଥରେ ୯୯ ପ୍ଲାନ ଆଣିପାରେ।

Advertisement
Airtel Recharge Plans: ଏୟାରଟେଲ ଗ୍ରାହକଙ୍କୁ ଝଟକା, ୫୭% ମହଙ୍ଗା ହେଲା ମାସିକ ରିଚାର୍ଜ ପ୍ଲାନ
Stop
Zee Odisha Desk|Updated: Nov 22, 2022, 11:27 AM IST

Airtel Monthly Recharge Plans, ନୂଆଦିଲ୍ଲୀ: ମହଙ୍ଗା ଯୁଗରେ ମୋବାଇଲ ବ୍ୟବହାର ମଧ୍ୟ ମହଙ୍ଗା ହୋଇଛି। ଏୟାରଟେଲ ଗ୍ରାହକଙ୍କୁ ଶକ୍ତ ଝଟକା ଲାଗିଛି। ଭାରତୀ ଏୟାରଟେଲ ହରିୟାଣା ଏବଂ ଓଡିଶାରେ ସର୍ବନିମ୍ନ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଛି। ଉଭୟ ରାଜ୍ୟରେ ସର୍ବନିମ୍ନ ମାସିକ ରିଚାର୍ଜ ପ୍ଲାନରେ ପ୍ରାୟ ୫୭ ପ୍ରତିଶତ ବୃଦ୍ଧି ହୋଇଛି। ଆଗାମୀ ଦିନରେ ଦେଶର ଅନ୍ୟ ରାଜ୍ୟରେ ଏହି ପ୍ଲାନ ଲାଗୁ କରିବାକୁ କମ୍ପାନୀ ଯୋଜନା ରଖିଛି। 

ରିପୋର୍ଟ ଅନୁଯାୟୀ, ଦେଶର ଅନ୍ୟତମ ବୃହତ୍ତ ଟେଲିକମ କମ୍ପାନୀ, ଏୟାରଟେଲ ତାର ନୂଆ ପ୍ଲାନର ପରୀକ୍ଷଣ ଆରମ୍ଭ କରିଛି। ଏହାର ଫଳାଫଳକୁ ଆଧାର କରି ସମଗ୍ର ଭାରତରେ ତାହାକୁ ଲାଗୁ କରିବାର ସମ୍ଭାବନା ରହିଛି। ନଭେମ୍ବର ୨୧ ପୂର୍ବରୁ ହରିୟାଣା ଏବଂ ଓଡିଶାରେ ଏୟାରଟେଲର ସର୍ବନିମ୍ନ ମାସିକ ରିଚାର୍ଜ ପ୍ଲାନର ମୂଲ୍ୟ ୯୯ ଟଙ୍କା ଥିଲା। ଏଥିରେ ପ୍ରତି ସେକେଣ୍ଡର କଲି ପାଇଁ ୨.୫ ପଇସା କଟୁଥିଲା। ଏହା ସହ ୨୮ ଦିନର ବୈଧତାରେ ୨୦୦ MB ମୋବାଇଲ୍ ଡାଟା ମଧ୍ୟ ମିଳୁଥିଲା। ସେହି ୯୯ ଟଙ୍କିଆ ପ୍ଲାନରେ ୭ ପ୍ରତିଶତ ବୃଦ୍ଧି କରି କମ୍ପାନୀ ବର୍ତ୍ତମାନ ୧୫୫ ଟଙ୍କା କରିଛି। କିନ୍ତୁ ଏହି ପ୍ଲାନରେ ସମନା ବୈଧତା ସହ ୧ GB ଡାଟା ଏବଂ ୩୦୦ SMS ସହିତ ଅସୀମିତ ଭଏସ୍ କଲିଂ ପ୍ରଦାନ କରୁଛି।

Also Read: EPFO: ଏହି ଛୋଟ ଭୁଲ ଯୋଗୁଁ ଆପଣ ହରାଇ ପାରନ୍ତି ନିଜ PF ଟଙ୍କା, ପଢ଼ନ୍ତୁ ଡିଟେଲ୍ସ

ଟେଲିକମ୍ କମ୍ପାନୀ ଏୟାରଟେଲ ଖୁବଶୀଘ୍ର ୧୫୫ ଟଙ୍କାରୁ କମ ପ୍ଲାନକୁ ବନ୍ଦ କରିବ। ବର୍ତ୍ତମାନ ଭାରତୀ ଏୟାରଟେଲ କେବଳ ହରିୟାଣା ଏବଂ ଓଡିଶା ସର୍କଲରେ ପରୀକ୍ଷଣ ପାଇଁ ୧୫୫ ପ୍ଲାନ ଆଣିଛି। ଫଳରେ ଏୟାର ଟେଲର ସର୍ବନିମ୍ନ ରିଚାର୍ଜ ମୂଲ୍ୟରେ ୫୭ ପ୍ରତିଶତ ବୃଦ୍ଧି ଘଟିଛି। ବର୍ତ୍ତମାନର ବଜାର ପରିସ୍ଥିତିରେ ଶୁଳ୍କ ବୃଦ୍ଧି ଲାଗୁ କରିବାରେ ଭାରତୀ ଇଣ୍ଡଷ୍ଟ୍ରିର ପ୍ରଥମ ପଦକ୍ଷେପ ନେଇଛି। ଯଦି ଗ୍ରାହକମାନେ ୧୫୫ ଟଙ୍କିଆ ପ୍ଲାନକୁ ଗ୍ରହଣ ନ କରନ୍ତି ତେବେ କମ୍ପାନୀ ପୁଣିଥରେ ୯୯ ପ୍ଲାନ ଆଣିପାରେ। ୨୦୨୧ରେ ଏୟାରଟେଲ ସମାନ ମାର୍କେଟ-ପରୀକ୍ଷଣ କରିଥିଲା। ସେତେବେଳେ କିଛି ନିର୍ଦ୍ଧିଷ୍ଟ ସର୍କଲରେ ୭୯ ଟଙ୍କା ଥିବା ପ୍ଲାନକୁ ୯୯ କରିଥିଲା।

ସେପଟେ ଦେଶର ୧୨ ସହରରେ ଭାରତୀ ଏୟାରଟେଲର 5G ପ୍ଲସ୍ ସେବା ଆରମ୍ଭ ହୋଇଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁରି, ଗୌହାଟି, ପାନିପଥ, ପୁଣେ, ନାଗପୁର, ବାରାଣାସୀ ଏବଂ ଗୁରୁଗ୍ରାମରେ ଏୟାରଟେଲର 5G ପ୍ଲସ୍ ସେବା ଉପଲବ୍ଧ ହେଉଛି। ଚଳତ ବର୍ଷ ଶେଷ ସୁଦ୍ଧା କମ୍ପାନୀର 5G କଭରେଜ୍ ଅଧୀନରେଅଧିକ ସହର ଯୋଗ କରାଯିବ। ତେବେ ବର୍ତ୍ତମାନ ସୁଦ୍ଧା ଓଡିଶାର କୌଣସି ସହରକୁ 5Gର ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇନାହିଁ।

Also Read: Google Fake Customer Card: Google ଦେଲା କି ଧୋକା ! ଗୋଟିଏ କ୍ଲିକରେ ହେଲେ ପୁରା କାଙ୍ଗାଳ

Also Read: କାତାର ଷ୍ଟାଡିୟମରେ ଧର୍ମ ଜ୍ଞାନ ବାଣ୍ଟିବେ Zakir Naik, ଦୁଇ ଦେଶର ସମ୍ପର୍କ ଉପରେ କଣ ପଡିବ

 

Read More
{}{}