Hindi News >>Home >>Odisha LifeStyle and Others

ଗଦିରେ ଶୋଉଛନ୍ତି ବୁଲା କୁକୁର

ବୁଲା କୁକୁରଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ କିଛି ନିଆରା ପଦକ୍ଷେପ। ରାସ୍ତା କଡ଼ରେ ସେମାନେ ପଡିଛି ଶେଯ ବା ଗଦି।

Advertisement
ବୁଲା କୁକୁରଙ୍କ ପାଇଁ ଶେଯ
Stop
Tapaswini Mohalik|Updated: Nov 24, 2020, 05:29 PM IST

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ତମାମ ଦେଶରେ ଶୀତର ଲହରୀ । କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ରାଜ୍ୟର ଅଧିକାଂଶ ସହରରେ ଏବେ ଜାଡ଼ । ଆଉ ଜାଡ଼ରେ ଥରହର ସମଗ୍ର ଜୀବଜଗତ । କେଉଁଠାରେ ଲୋକମାନେ ନିଆଁ ପୁଇଁବାର ଦୃଶ୍ୟ ମନକୁ ଆନ୍ଦୋଳିତ କରୁଥିବା ବେଳେ ଆଉ କେଉଁଠି ନିରୀହ ପଶୁପକ୍ଷୀଙ୍କ ଅକୁହା ବେଦନା ମାନବିକତା ପ୍ରତି ପ୍ରଶ୍ନ ମଧ୍ୟ ସୃଷ୍ଟି କରିଛି।

ତେବେ ଦିଲ୍ଲୀ ଏନସିଆରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ମାନବିକତାର ନିଦର୍ଶନ ପାଲଟିଛି । ନୋଏଡ଼ା ଅଞ୍ଚଳର କିଛି ସମାଜସେବୀ ବୁଲା କୁକୁରଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ କିଛି ନିଆରା ପଦକ୍ଷେପ ନେଇଛନ୍ତି। ବୁଲା କୁକୁର, ତଥା ପଶୁଙ୍କ ପାଇଁ ରାସ୍ତା କଡ଼ରେ ସେମାନେ ଶେଯ ବା ଗଦି ବିଛେଇଛନ୍ତି। ଆଉ ଏହି ଗଦି ଉପରେ ରାତିର ଜାଡ଼ରୁ ରକ୍ଷା ପାଇବା ପାଇଁ ବୁଲା କୁକୁରା ଆଉ ଅନ୍ୟ ପଶୁ ମଧ୍ୟ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି।

ସ୍ୱଚ୍ଛାସେବୀଙ୍କ ପକ୍ଷରୁ ନୋଏଡାର ବିଭିନ୍ନ ସ୍ଥାନରେ ଏଭଳି ଗଦି ରଖାଯାଉଛି। ସେମାନେ ସନ୍ଧ୍ୟା ହେଲେ ରାସ୍ତାକଡରେ ବିଛେଇ ଦିଅନ୍ତି। ଯେଉଁଠି ରାତି ହେଲେ ବୁଲା ଜନ୍ତୁ ଆଶ୍ରୟ ନେଉଛନ୍ତି। ତେବେ ସ୍ୱଚ୍ଛାସେବୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ଖୁବ ପ୍ରଶଂସା କରାଯାଉଛି। କିଛି ହୃଦୟବାନ ବ୍ୟକ୍ତି ଏଥିରେ ପ୍ରଭାବିତ ହୋଇ ନିଜ ଘର ବାହାରେ ବି ଶେଯ ପାରୁଛନ୍ତି। 

ଶୀତଦିନେ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହୁଏ। ପ୍ରଦୂଷଣ ଯୋଗୁଁ ଏଠାରେ ଦିନରେ ବି ଘନ କୁହୁଡି ହୁଏ। ଫଳରେ ତଳେ ସୂର୍ଯ୍ୟାଲୋକ ପଡେ ନାହିଁ। ଯେଉଁଥିପାଇଁ ରାତିରେ ତାପମାତ୍ରା ୧୦ ଡିଗ୍ରୀକୁ ଖସିଆସେ। ଏଭଳି ପରିସ୍ଥିତିରେ ମଣିଷ ନିଜକୁ ରକ୍ଷା କରିବା ପାଇଁ ଶୀତବସ୍ତ୍ର ପରିଧାନ କରେ। କିନ୍ତୁ ପଶୁପକ୍ଷୀମାନେ ହାଡଭଙ୍ଗା ଜାଡରେ କଲବଲ ହେଉଛନ୍ତି। 

 

Read More
{}{}