Hindi News >>Home >>Odisha LifeStyle and Others

ଶୀତଦିନରେ କେବଳ ଗୋଟିଏ କଦଳୀ ଖାଆନ୍ତୁ, ଅନେକ ଲାଭ ସହ ହଜାରେ ଟଙ୍କା ସଞ୍ଚୟ କରନ୍ତୁ

ଶୀତଦିନରେ କଦଳୀରୁ ଅନେକ ଉପକାରିତା ମିଳିଥାଏ । ଏହା ଆପଣଙ୍କ ତ୍ବଚାକୁ ସୁସ୍ଥ ରଖେ ଏହା ବ୍ୟତୀତ ଆପଣ ଏହାକୁ ମୁହଁରେ ଲଗାଇବା ଦ୍ବାରା ଅନେକ ଲାଭ ମଧ୍ୟ ମିଳିଥାଏ । 

Advertisement
ଶୀତଦିନରେ କେବଳ ଗୋଟିଏ କଦଳୀ ଖାଆନ୍ତୁ, ଅନେକ ଲାଭ ସହ ହଜାରେ ଟଙ୍କା ସଞ୍ଚୟ କରନ୍ତୁ
Stop
Rukmini Behera|Updated: Nov 08, 2022, 01:52 PM IST

ଶରୀରକୁ ସୁସ୍ଥ ରଖିବା ପାଇଁ ସାଧାରଣତଃ କଦଳୀ ସମସ୍ତେ ଖାଆନ୍ତି ଯଦି ଆପଣ ଶୀତ ଦିନେ ପ୍ରତିଦିନ ଗୋଟିଏ କଦଳୀ ଖାଆନ୍ତି ତେବେ ଆପଣଙ୍କ ତ୍ବଚାକୁ ଅନେକ ଲାଭ ମିଳିଥାଏ । ସାଧାରଣତଃ ଶୀତ ଦିନରେ ଚର୍ମ ଶୁଷ୍କ ହୋଇଥାଏ ଯେଉଁ କାରଣରୁ ଚେହେରାର ଚମକ କମିଥାଏ ତେବେ ଆପଣ ଯଦି ପ୍ରତ୍ୟେକ ଦିନ ଗୋଟିଏ କଦଳୀ ଖାଇବା ଆରମ୍ଭ କରନ୍ତି ତେବେ ଆପଣଙ୍କ ଚେହେରା ଉଜ୍ଜ୍ବଳ ସହ ରଙ୍ଗ ସଫା ହେବା ଆରମ୍ଭ କରିଥାଏ । ଏହା ସହ ଚେହେରାରେ କଦଳୀ ଲଗାଇବା ଆରମ୍ଭ କଲେ ଅନେକ ଲାଭ ମିଳିଥାଏ । କଦଳୀରେ ପୋଟାସିୟମ ଥାଏ ଯାହା ଶରୀରରେ ରକ୍ତ ପ୍ରବାହକୁ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା କଦଳୀ ଖାଇବା ଦ୍ବାରା କଣ ଉପକାର ମିଳେ । 

୧- ଶୀତଦିନରେ ପ୍ରତିଦିନ କଦଳୀ ଖାଇବା ଦ୍ବାରା ଅନେକ ଲାଭ ମିଳିଥାଏ ଏଥିରେ ଅନେକ ପୋଷକ ତତ୍ତ୍ବ ରହିଛି ଯାହା ଆପଣଙ୍କ ଚର୍ମକୁ ଚମକାଇବାରେ ସାହାଯ୍ୟ କରିଥାଏ । 

୨- ଏଥିରେ ପୋଟାସିୟମ ଥାଏ ଯାହା ଶରୀରର ରକ୍ତ ପ୍ରବାହକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହି କାରଣରୁ ଚେହେରାର ସମସ୍ତ କୋଷିକାକୁ ପ୍ରଚୁର ପରିମାଣରେ ଅମ୍ଲଜାନ ମିଳିଥାଏ । ଏହା ଦ୍ବାରା ଚର୍ମ ଉପରେ ଚମକ ଆସିଥାଏ । 

Also Read ; କଞ୍ଚା ଲଙ୍କାକୁ ଚୋବାଇ ଖାଇବାର ଉପକାରିତା ଜାଣିଲେ ହେବେ ଆଶ୍ଟର୍ଯ୍ୟ, ଆଜି ଠାରୁ ଆରମ୍ଭ କରିବେ ଖାଇବା

୩- ଏହା କୋଲେଜେନ୍ ସ୍ତରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହା ଏକ ଏମିତି ପ୍ରୋଟିନ ଯାହା ଚେହେରାର ଟେକ୍ସଚର ଏବଂ କୋମଳତାକୁ ବଜାୟ ରଖିଥାଏ । ଏହା ଦ୍ବାରା ଚେହେରା ପ୍ରାକୃତିକ ଭାବେ କୋମଳ ରହିଥାଏ । 

୪- କଦଳୀରେ ମାଙ୍ଗାନିଜ,ମ୍ୟାଗ୍ନେସିୟମ ଏବଂ ଭିଟାମିନ -C ମଧ୍ୟ ଥାଏ । ଯାହା ଚର୍ମ କୋଷ ଗୁଡିକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ଏହି କାରଣରୁ ଚର୍ମ ସୁସ୍ଥ ରହିଥାଏ । 

ଚେହେରାରେ କଦଳୀ ଲଗାଇବାର ଉପକାରିତା-
ଯଦି ଆପଣ ଶୀତଦିନେ କଦଳୀ ଖାଇ ପାରିବେ ନାହିଁ ତେବେ ଏହାକୁ ମୁହଁରେ ମଧ୍ୟ ଲଗାଇ ପାରିବେ । ଏହା ଦ୍ବାରା ଆପଣଙ୍କ ଚେହେରା ସୁସ୍ଥ ରହିଥାଏ । ପ୍ରଥମେ ଆପଣ ଅଧା କଦଳୀକୁ ଚକଟି ସେଥିରେ ଅଧା ଚାମଚ ମହୁ ମିଶାଇନ୍ତୁ ଏହା ପରେ ଦୁଇ ଚାମଚ ଦହି ମିଶାଇ ଏକ ପେଷ୍ଟ ତିଆରି କରି ନିଅନ୍ତୁ । ଏହା ପରେ ଏହି ପେଷ୍ଟକୁ ନିଜ ମୁହଁ ଆଉ ବେକରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହା ପରେ ଉଷୁମ ପାଣିରେ ଧୋଇ ନିଅନ୍ତୁ । 

 

Read More
{}{}