Hindi News >>Home >>Odisha LifeStyle and Others

ଡ଼ିପ୍ରେସନ ବଢାଇଥାଏ ଏହି ସବୁ ଖାଦ୍ୟ, ଖାଉଥିଲେ ହୋଇଯାଆନ୍ତୁ ସାବାଧାନ

ଦୈନନ୍ଦିନ ଜୀବନରେ ମଣିଷର ବ୍ୟବହାରରେ ତାରତମ୍ୟତାକୁ ମାନସିକ ରୋଗ ଭାବେ ବିବେଚନା କରାଯାଏ। ମାନସିକ ରୋଗ ହେଉଛି ମନର ଏକ ଅସାଧାରଣ ଅବସ୍ଥା ଯାହାକି ମଣିଷକୁ ଭାରାକ୍ରାନ୍ତ ଓ ଚାପଗ୍ରସ୍ତ କରିଥାଏ। ଜେବେ ବିଭିନ୍ନ କାରଣରୁ ଜଣେ ବ୍ୟକ୍ତି ମାନସିକ ରୋଗର ଶିକାର ହୋଇଥାଏ। ମସ୍ତିଷ୍କରେ ଅନେକ ପ୍ରକାରର ନ୍ୟୁରୋ ଟ୍ରାନ୍ସମିଟର ବା ଜୀବସାରର ଅଭାବ ଯୋଗୁଁ ମାନସିକ ଚାପ ବୃଦ୍ଧି ପାଇଥାଏ। ଏହାଦ୍ୱାରା ମଣିଷର ବ୍ୟବହାରରେ ଅସାଧାରଣ ଭାବେ ପରିବର୍ତ୍ତନ ଦେଖା ଦେଇଥାଏ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 05, 2023, 09:41 PM IST

ଦୈନନ୍ଦିନ ଜୀବନରେ ମଣିଷର ବ୍ୟବହାରରେ ତାରତମ୍ୟତାକୁ ମାନସିକ ରୋଗ ଭାବେ ବିବେଚନା କରାଯାଏ। ମାନସିକ ରୋଗ ହେଉଛି ମନର ଏକ ଅସାଧାରଣ ଅବସ୍ଥା ଯାହାକି ମଣିଷକୁ ଭାରାକ୍ରାନ୍ତ ଓ ଚାପଗ୍ରସ୍ତ କରିଥାଏ। ଜେବେ ବିଭିନ୍ନ କାରଣରୁ ଜଣେ ବ୍ୟକ୍ତି ମାନସିକ ରୋଗର ଶିକାର ହୋଇଥାଏ। ମସ୍ତିଷ୍କରେ ଅନେକ ପ୍ରକାରର ନ୍ୟୁରୋ ଟ୍ରାନ୍ସମିଟର ବା ଜୀବସାରର ଅଭାବ ଯୋଗୁଁ ମାନସିକ ଚାପ ବୃଦ୍ଧି ପାଇଥାଏ। ଏହାଦ୍ୱାରା ମଣିଷର ବ୍ୟବହାରରେ ଅସାଧାରଣ ଭାବେ ପରିବର୍ତ୍ତନ ଦେଖା ଦେଇଥାଏ।

ଏହି ମାନସିକ ରୋଗକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାଉ। ତେବେ ସଠିକ ଭାବରେ ଏହାର ଚିକିତ୍ସା ନ କଲେ କୌଣସି ଉପାୟ ଫଳପ୍ରଦ ହୁଏ ନାହିଁ। ଖାଦ୍ୟପେୟ ଉପରେ ଧ୍ୟାନ ନ ଦେଲେ ମାନସିକ ଚାପରୁ ମୁକ୍ତି ପାଇବା ଅସମ୍ଭବ। ସୁଷମ ଖାଦ୍ୟ ସେବନ ଦ୍ୱାରା ମାନସିକ ଚାପ କମିଥାଏ କିନ୍ତୁ କ୍ଷତିକାରକ ଖାଦ୍ୟ ସେବନ କଲେ ଏହା ଡିପ୍ରେସନକୁ ଆହୁରି ବଢାଇ ପାରେ। ଯଦି ଆପଣ ଡିପ୍ରେସନର ଶିକାର ହୁଅନ୍ତି, ତେବେ ଆପଣଙ୍କୁ  ଖାଦ୍ୟ ଓ ପାନୀୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ୍। ଏଠାରେ ଏମିତି କିଛି ଖାଦ୍ୟ ବିଷୟରେ ଆମେ କହିବାକୁ ଯାଉଛୁ, ଯାହା ମାନସିକ ସ୍ଥିତି ଉପରେ କୁପ୍ରଭାବ ପକାଇ ପାରେ।

) ଫଳ ରସ:-

ଯେଉଁ ଫଳ ରସକୁ ଏମେ ଲାଭଦାୟକ ବୋଲି ବିବେଚନା କରି ସେବନ କରିଥାଉ, ବାସ୍ତବରେ ତାହା ମାନସିକ ସନ୍ତୁଳନକୁ ବିଗାଡି ଦେଇଥାଏ। ଫଳ ରସ ଆପଣଙ୍କ ଶରୀରରେ ଥିବା ରକ୍ତକୁ ଶକ୍ତିରେ ପରିଣତ କରିବାକୁ ଦିଏ ନାହିଁ। ଆମେ ପିଉଥିବା ଫଳ ରସରେ ଫଳ ଛଡା କେବଳ ମିଠା ପାଣି ରହିଥାଏ ଯାହା ଆମ ମନୋବଳକୁ ଖୁବ ଶୀଘ୍ର ନଷ୍ଟ କରିପାରେ। ଯଦି କିଏ ମାନସିକ ରୋଗର ଶିକାର ଅଟନ୍ତି ତେବେ ତାଙ୍କୁ ଫଳ ରସ ପିଇବା ପରିବର୍ତ୍ତେ ଫଳ ଖାଇବା ପାଇଁ ଦିଅନ୍ତୁ। ଏହା ଦ୍ୱାରା ଫଳରେ ଥିବା ଜୀବସାର ସିଧାସଳଖ ଶରୀରକୁ ପ୍ରବେଶ କରିଥାଏ।

) ଟୋଷ୍ଟ:-

ସକାଳର ଚାହା ସହିତ ସମସ୍ତେ ଟୋଷ୍ଟ ଖାଇବା ପାଇଁ ପସନ୍ଦ କରିଥାଆନ୍ତି। ତେବେ ଏହା ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। କାରଣ ଟୋଷ୍ଟ ଶରୀର ଭିତରକୁ ଯାଇ ରକ୍ତରେ ଶର୍କରା ରୂପ ନେଇଥାଏ , ଯାହା ଆପଣଙ୍କ ଡିପ୍ରେସନ ଓ ଚିନ୍ତା ପାଇଁ ଅତ୍ୟନ୍ତ ହାନିକାରକ। ତେଣୁ ଟୋଷ୍ଟକୁ ଛାଡି ଯେକୌଣସି ସୁସ୍ଥ ଜଳଖିଆ ସେବନ କରିବା ମାନସିକ ସ୍ଥିତି ପାଇଁ ଉପକାରୀ ଅଟେ। ଯଦି ଆପଣ ଟୋଷ୍ଟ ପସନ୍ଦ କରନ୍ତି ତେବେ ଧଳା ବ୍ରେଡ଼ ଖାଇବା ପରିବର୍ତ୍ତେ ବ୍ରାଉନ ବ୍ରେଡ଼ ସେବନ କରନ୍ତୁ।

) ସୋଡା:-

ଖରା ଦିନେ ସୋଡା ପିଇବା ପାଇଁ ସମସ୍ତେ ଭଲ ପାଇଥାଆନ୍ତି। କିନ୍ତୁ ଏହା ମାନସିକ ସ୍ତର ପାଇଁ ଅତ୍ୟନ୍ତ କ୍ଷତିକାରକ ପ୍ରମାଣିତ ହୋଇପାରେ। ସୋଡା ପରି ଚିନି ପାନୀୟ ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଏହା ଆପଣଙ୍କ ଡିପ୍ରେସନ ଓ ଚିନ୍ତାକୁ ପ୍ରୋତ୍ସାହିତ କରିଥାଏ। ଏହା ମସ୍ତିଷ୍କକୁ ବହୁତ ଦୁର୍ବଳ କରିଥାଏ ଫଳରେ ମଣିଷ ଡିପ୍ରେସନର ଶିକାର ହୋଇଥାଏ। ସେଥିପାଇଁ ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ସୋଡାଠାରୁ ଦୂରେଇ ରହିବା ଉଚିତ।

Also Read-Garlic Side Effects: ସର୍ବଗୁଣ ସଂପନ୍ନ ହୋଇଥାଏ ରସୁଣ, ତଥାପି ଏହି ଲୋକମାନେ ରସୁଣ ଖାଇବା ଉଚିତ୍ ନୁହେଁ; ନଚେତ୍ ଭୋଗିବେ ଏସବୁ ସମସ୍ୟା

ଡିସକ୍ଲେମର: ଏହି ପ୍ରବନ୍ଧଟି କେବଳ ସାଧାରଣ ସୂଚନା ପାଇଁ ଲେଖାଯାଇଛି । ଏହା କୌଣସି ପ୍ରକାରେ କୌଣସି ଔଷଧ କିମ୍ବା ଚିକିତ୍ସାର ବିକଳ୍ପ ହୋଇପାରିବ ନାହିଁ । ଅଧିକ ବିବରଣୀ ପାଇଁ ସର୍ବଦା ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

 
 

ପ୍ରକ୍ରୟାକୃତ ଖାଦ୍ୟ:-

ପ୍ରକ୍ରିୟାକୃତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ପ୍ୟାକେଟ ହୋଇଥିବା ମାଂସ, ଭଜା ଖାଦ୍ୟ, ପ୍ରକ୍ରିୟାକୃତ ଶସ୍ୟ , କ୍ୟାଣ୍ଡି ଓ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଖାଇଲେ ମଣିଷ ମାନସିକ ଭାବରେ ଅଧିକ ଚାପଗ୍ରସ୍ତ ହୋଇଥାଏ। ତେଣୁ ଏହିପରି ଖାଦ୍ୟଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।

{}{}