Hindi News >>Home >>Odisha LifeStyle and Others

Trigrahi Yog in Scorpio: ବିଛାରେ ତ୍ରିଗ୍ରାହୀ ଯୋଗ, ଫିଟିବ ଏହି ରାଶିଙ୍କ ଭାଗ୍ୟ

Trigrahi Yog in Scorpio: ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ମଙ୍ଗଳ ବର୍ତ୍ତମାନ ବିଛା (Scorpio) ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିରେ (Zodiac Signs) ସୂର୍ଯ୍ୟ ଦେବ ଆଜି(ସୋମବାର) ସକାଳ ୫ଟା ୫୦ ମିନିଟ ସମୟରେ ଚଳନ କରିଛନ୍ତି । ଫଳରେ ଏହି କାରଣରୁ ତିନି ରାଶିର ଲୋକେ ଶୁଭଫଳ ପାଇବେ।

Advertisement
Trigrahi Yog in Scorpio: ବିଛାରେ ତ୍ରିଗ୍ରାହୀ ଯୋଗ, ଫିଟିବ ଏହି ରାଶିଙ୍କ ଭାଗ୍ୟ
Stop
Zee Odisha Desk|Updated: Nov 20, 2023, 04:21 PM IST

Trigrahi Yog in Scorpio: ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଗ୍ରହ ଗୁଡିକର ରାଶି ପରିବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ। ଏହି କ୍ରମରେ ମଙ୍ଗଳ ବର୍ତ୍ତମାନ ବିଛା (Scorpio) ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିରେ (Zodiac Signs) ସୂର୍ଯ୍ୟ ଦେବ ଆଜି(ସୋମବାର) ସକାଳ ୫ଟା ୫୦ ମିନିଟ ସମୟରେ ଚଳନ କରିଛନ୍ତି । ଆଉ ବିଛା ରାଶିକୁ ,ନଭେମ୍ବର ୨୬ରେ ବୁଧ ଚଳନ କରିବେ। ଫଳରେ ଗୋଟିଏ ରାଶିରେ ତିନି ଗ୍ରହଙ୍କ ସ୍ଥିତି ତ୍ରିଗ୍ରାହୀ ଯୋଗ ସୃଷ୍ଟି କରୁଛି (Trigrahi Yog in Scorpio) । ଫଳରେ ଏହି କାରଣରୁ ତିନି ରାଶିର ଲୋକେ ଶୁଭଫଳ ପାଇବେ।

Also Read: Odisha News: ବିଶ୍ୱକପ୍ ରେ ଭାରତ ହାରିବା ପରେ ଜୀବନ ହାରିଲେ ଯୁବକ

Also Read: Guru Shani Gochar: କୁମ୍ଭରେ ବୃହସ୍ପତି-ଶନିଙ୍କ ଗୋଚର, ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ

ମାଲେମାଲ୍ ହେବେ ଏହି ତିନି ରାଶି: 

ସିଂହ: ତ୍ରିଗ୍ରାହୀ ଯୋଗ (Trigrahi Yog in Scorpio) କାରଣରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ।  ଏହି ରାଶିର ଲୋକେ ସମସ୍ତ କ୍ଷେତ୍ରରେ ଶୁଭଫଳ ପାଇବେ। ଏହି ସମୟ ମଧ୍ୟରେ ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ।  ସମାଜରେ ଆପଣଙ୍କର ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ। ବୈବାହିକ ଜୀବନ ସୁଖମୟ ହେବେ। ଏହା ବ୍ୟତୀତ ଆପଣଙ୍କର ବ୍ୟାଙ୍କିଙ୍ଗ୍, ମିଡିଆ ଏବଂ ଶିକ୍ଷା ସହିତ ଜଡିତ ଲୋକଙ୍କ ପାଇଁ ଏହି ସମୟ ମଧ୍ୟ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ। କେବଳ ସେତିକି ନୁହେଁ, କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଏହା ସହିତ ଭଲ ଚାକିରି ଅଫର ବି ଆପଣଙ୍କୁ ମିଳିପାରେ। 

ତୁଳା : ସେହିପରି, ଏହି ରାଶିଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ତ୍ରିଗ୍ରାହୀ ଯୋଗ। ଆକସ୍ମାତ ଧନଲାଭର ଯୋଗ ରହିଛି। ବ୍ୟବସାୟରେ ଅଭିବୃଦ୍ଧି ଘଟି। ନୂଆ କାର୍ଯ୍ୟ ଆରମ୍ଭ ନେଇ ସମୟ ଅନକୂଳ ରହିଛି।  ଅର୍ଥର ଅଭାବ ଦୂର ହେବ। ଜୀବନ  ସାଥୀଙ୍କ ସହିତ କ୍ବଲିଟି ଟାଇମ୍ ଅତିବାହିତ କରିବେ। ସାମାନ୍ୟ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। କଠିନ ପରିଶ୍ରମର  ଫଳ ମିଳିବ। ଭାଗ୍ୟ ସମ୍ପୁର୍ଣ୍ଣ ସାଥ୍ ଦେବ। ନିଜ ସନ୍ତାନ ମାନଙ୍କ ଠାରୁ ସୁସମ୍ବାଦ ପାଇବେ। ବିଶେଷ କରି, କ୍ୟାରିଅର ଏବଂ ଚାକିରିରେ ଶୁଭ ଫଳ ମିଳିବ। ଚାକିରିରେ ପଦୋନ୍ନତି ଯୋଗ ରହିବ। କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଭଲ ଫଳ ମିଳିବ। 

ମକର :  ତ୍ରିଗ୍ରାହୀ ଯୋଗ କାରଣରୁ ରାଶିର ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ । ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ ଏବଂ ଆପଣ ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ । ଆପଣଙ୍କ ଶତ୍ରୁ ପରାସ୍ତ ହେବେ। ବିଦେଶ ଯାତ୍ରା କରିପାରନ୍ତି। ଜୀବନ ସାଥୀଙ୍କ ସମର୍ଥନ ପାଇବେ। ଏହା ସହ ସେୟାର ମାର୍କେଟ, ବେଟିଂ ଏବଂ ଲଟେରୀରୁ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ  ଠିକ୍ ହେବା ସହ ନୂଆ ଗାଡି କିମ୍ବା ଜମି କିଣିବାର ସମ୍ଭାବନା ରହିଛି।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

Read More
{}{}