Hindi News >>Home >>Odisha LifeStyle and Others

Guru Gochar 2024: ତିନି ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ମାଟି ଧରିଲେ ହେବ ସୁନା!

Guru Gochar 2024: ଆସନ୍ତା ଜୁଲାଇ ମାସ ୧ ତାରିଖ ଦିନ ସକାଳ ୮ଟା ୧୧ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ ବୃହସ୍ପତି।  ତେବେ  ବୃହସ୍ପତି ଏହି ରାଶିରେ ୧ ବର୍ଷ ୧୩ ଦିନ ରହିବେ। ତେବେ ବୃହସ୍ପତିଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ଜାତକରେ ବୃହସ୍ପତିଙ୍କ ସ୍ଥିତି ବ୍ୟକ୍ତିକୁ ଧନୀ ଓ ଜ୍ଞାନୀ କରିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ, ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଏହି ଚଳନ କେଉଁ ସବୁ ରାଶିଙ୍କ (zodiac signs) ଭାଗ୍ୟ ଫିଟିବାକୁ ଯାଉଛି।

Advertisement
Guru Gochar 2024: ତିନି ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ମାଟି ଧରିଲେ ହେବ ସୁନା!
Stop
Zee Odisha Desk|Updated: Feb 24, 2024, 06:06 AM IST

Guru Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବ ଗୁରୁ ବୃହସ୍ପତିଙ୍କୁ (Devguru Jupiter)ଜ୍ଞାନ,ସନ୍ତାନ, ଧନ, ଦାନ, ପୂଣ୍ୟ ଏବଂ ବୃଦ୍ଧି ଆଦିର କାରକ ବୋଲି ବିବେଚନା କରାଯାଏ। ତେବେ, ଏହି କ୍ରମରେ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଅଛନ୍ତି । ଆସନ୍ତା ଜୁଲାଇ ମାସ ୧ ତାରିଖ ଦିନ ସକାଳ ୮ଟା ୧୧ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ ବୃହସ୍ପତି।  ତେବେ  ବୃହସ୍ପତି ଏହି ରାଶିରେ ୧ ବର୍ଷ ୧୩ ଦିନ ରହିବେ। ତେବେ ବୃହସ୍ପତିଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ଜାତକରେ ବୃହସ୍ପତିଙ୍କ ସ୍ଥିତି ବ୍ୟକ୍ତିକୁ ଧନୀ ଓ ଜ୍ଞାନୀ କରିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ, ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଏହି ଚଳନ କେଉଁ ସବୁ ରାଶିଙ୍କ (zodiac signs) ଭାଗ୍ୟ ଫିଟିବାକୁ ଯାଉଛି।

 

ଲାଭବାନ୍ ହେବେ ଏହି ତିନି ରାଶି:

ବୃଷ ରାଶି:  ଦେବଗୁରୁ ବୃହସ୍ପତିଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ । ବିଶେଷ କରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂତନ ଘର ଓ ଗାଡି କିଣିବାର ସମ୍ଭାବନା ରହିଛି। ଏବର୍ଷ ଆପଣଙ୍କ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ବୈବାହିକ ଜୀବନ ସୁଖମୟ ହେବା ସହ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ସମସ୍ତ କାର୍ଯ୍ୟରେ ପରିବାରର ପୂର୍ଣ୍ଣ ସମର୍ଥନ ପାଇବେ। ଯଦି ଆପଣ ଏହି ସମୟରେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ତେବେ, ଏହି ସମୟ ଆପଣଙ୍କ ପାଇଁ ବେଶ୍ ଅନୁକୂଳ ରହିଛି। ଚାକିରିରେ ପଦୋନ୍ନତିର ଯୋଗ ରହିଛି। 

ସିଂହ ରାଶି: ବୃହସ୍ପତିଙ୍କର ଏହି ରାଶି ପରିବର୍ତ୍ତନ ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭପ୍ରଦ ହେଇପାରେ । ଏହି ରାଶିଙ୍କ ଦୁଃଖ କଷ୍ଟକୁ ହରଣ କରିବେ ବୃହସ୍ପତି ମହାରାଜ୍ । ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବା ସହ ଧାର୍ମିକ ଯାତ୍ରା କରିପାରନ୍ତି।  ଏହି ଅବଧି ମଧ୍ୟରେ ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ଘଟିବା ସହ ଦାରିଦ୍ରତା ପାଖ ମାଡିବ ନାହିଁ। ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ବା ପ୍ଲାନ୍ ଆରମ୍ଭ କରିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ବୃହସ୍ପତି ଆପଣଙ୍କ ରାଶିର ନବମ ଏବଂ ଦ୍ଵାଦଶ ସ୍ଥାନର ଅଧିପତି ଅଟନ୍ତି ଏହାଯୋଗୁଁ ଭାଗ୍ଯ ଆପଣଙ୍କୁ ସହଯୋଗ କରିବ । ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ବଢିବ। 

ଧନୁ ରାଶି: ଏହି ରାଶିର ବ୍ୟକ୍ତି ବିଶେଷ ବିଶେଷ ଲାଭବାନ୍ ହେବେ।  ଆକସ୍ମିକ ଧନଲାଭର ଯୋଗ ରହିଛି।  ଆଧ୍ୟାତ୍ମିକ ଏବଂ ଧାର୍ମିକ କାର୍ଯ୍ୟକଳାପରେ ମନୋନିବେଶ କରିବେ। ସମାଜରେ ସମ୍ମାନ ବୃଦ୍ଧି ପାଇବ। ଆପଣଙ୍କ ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଆପଣ ମଧ୍ୟ ପୈତୃକ ସମ୍ପତ୍ତିର ଲାଭ ପାଇବେ । ଏହା ବ୍ୟତୀତ ବିଦେଶ ଭ୍ରମଣ କରିବାର ସମ୍ଭାବନା ରହିଛି । ଯେଉଁମାନେ ବ୍ୟବସାୟ କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ବ୍ୟବସାୟୀମାନେ ଏହି ସମୟରେ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବେ। ବର୍ଷ ସାରା, ଆପଣ ମଧ୍ୟ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

{}{}