Hindi News >>Home >>Odisha LifeStyle and Others

Sharad Purnima 2023: ଆଜି ପବିତ୍ର ଶରତ ପୂର୍ଣ୍ଣିମା, ଜାଣନ୍ତୁ ଏହି ଦିନର ମହତ୍ତ୍ବ

Sharad Purnima: ଶରତ ଋତୁରେ ଏହା ପଡୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣମା ବୋଲି କୁହାଯାଏ।ଏହି ଦିନରେ ସମସ୍ତ ମନ୍ଦିରମାନଙ୍କରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ମାନ୍ୟତା ଅନୁଯାୟୀ, ଏହି ଦିନ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥାଏ ଓ ଦେବତାଙ୍କ ବିଶେଷ କୃପା ମିଳିବା ସହ ସ୍ୱର୍ଗରୁ ଅମୃତ ବର୍ଷା ହୋଇଥାଏ। 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 28, 2023, 08:39 AM IST

Sharad Purnima 2023: ଆଜି ହେଉଛି ପବିତ୍ର ଶରତ ପୂର୍ଣ୍ଣିମା (Sharad Purnima 2023) ବା କୁମାର ପୂର୍ଣ୍ଣିମା। ଶରତ ଋତୁରେ ଏହା ପଡୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣମା ବୋଲି କୁହାଯାଏ।ଏହି ଦିନରେ ସମସ୍ତ ମନ୍ଦିରମାନଙ୍କରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ମାନ୍ୟତା ଅନୁଯାୟୀ, ଏହି ଦିନ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥାଏ ଓ ଦେବତାଙ୍କ ବିଶେଷ କୃପା ମିଳିବା ସହ ସ୍ୱର୍ଗରୁ ଅମୃତ ବର୍ଷା ହୋଇଥାଏ। ମା’ ଲକ୍ଷ୍ମୀଙ୍କ ମଧ୍ୟ କୃପା ଓ ଆଶୀର୍ବାଦ ମିଳିଥାଏ।

ଶରତ ପୂର୍ଣ୍ଣିମାର ମହତ୍ତ୍ବ

ଶରତ ପୂର୍ଣ୍ଣିମା ଦିନ ସକାଳୁ ସ୍ନାନ ସାରି ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବତ୍ର ରଖାଯାଇଥାଏ । ଏହି ଦିନ ଚନ୍ଦ୍ରମା ପୃଥିବୀର ଖୁବ ନିକଟତର ହୋଇଥାଆନ୍ତି । ଶାସ୍ତ୍ର ଅନୁଯାୟୀ, ଏହି ଦିନ ମଣିଷ ଶରୀରରେ ଚନ୍ଦ୍ରମାଙ୍କ କିରଣ ପଡ଼ିଲେ ଏହାକୁ ଶୁଭ ମନାଯାଇଥାଏ । ଏହି ଦିନ ଗାଈ କ୍ଷୀରରେ ଚିନି ମଶାଇ ଖିରୀ ପ୍ରସ୍ତୁତ କରନ୍ତୁ । ଘରେ ଭଗବାନଙ୍କ ନିକଟରେ ଭୋଗ ଲଗାନ୍ତୁ । ଏହାପରେ ଆକାଶରେ ଚନ୍ଦ୍ରମା ମଧ୍ଯ ସ୍ଥାନରେ ଥିବା ଅବସ୍ଥାରେ ଖିରୀକୁ ଏକ ଚାନ୍ଦି ପାତ୍ରରେ ନେଇ ଚନ୍ଦ୍ରମାଙ୍କୁ ଅର୍ପଣ କରନ୍ତୁ । ଅର୍ପଣ କରିବା ପରେ ସେହି ଖିରୀକୁ ଚନ୍ଦ୍ର କିରଣରେ ରଖ ନ୍ତୁ। ପର ଦିନ ସକାଳେ ଏହି ଖିରୀକୁ ଖାଆନ୍ତୁ । ଏହି ଶରତ ପୂର୍ଣ୍ଣିମା ଦିନ ବିଶେଷ କରି ଭଗବାନ ଶିବ ଶଙ୍କର ମା’ ପାର୍ବତୀ, କାର୍ତ୍ତିକେୟ, ମାଆ ତୁଳସୀ, ମା’ ଗଜଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ।

Also Read-Swarup Nayak: ରାଜ୍ୟ ସମ୍ମାନ ସହିତ କରାଯିବ ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ଶେଷକୃତ୍ୟ

ପ୍ରକାଶ ଥାଉ କି, ଆଜି କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ପାକ ତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ ବୋଲି ଜ୍ୟୋତିଷ ମତ ଦେଇଛନ୍ତି। ସେହିପରି ଆଜି ରାତି ୧ଟା ୪ ମିନିଟ୍ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ସେହିପରି ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡରେ ଗ୍ରହଣ ଛାଡ଼ିବ ବୋଲି ଜଣାପଡିଛି। ତେବେ, ଗ୍ରହଣ ସ୍ପର୍ଶର ଅବଧି ୧ ଘଣ୍ଟା ୧୯ ମିନିଟ୍ ୭ ସେକେଣ୍ଡ । ଏହାପରେ ଚନ୍ଦ୍ର ଗ୍ରହଣ ସମୟରେ ସମସ୍ତ ଶୁଭକାମ ଓ ଦେବନୀତିକୁ ବାରଣ କରାଯାଇଛି । ରାହୁ ଗ୍ରସ୍ତ ଆଶିଂକ ଚନ୍ଦ୍ର ଗ୍ରହଣ ପାଇଁ ଚନ୍ଦ୍ର ଦର୍ଶନ ପୂଜା ସନ୍ଧ୍ୟା ପୂର୍ବରୁ ସାରିବାକୁ ପରାମର୍ଶ ଦିଆଯାଇଛି। ୨୦୨୫ ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ (Lunar Eclipse) ହେବ। ୨୦୨୨ ମସିହା ନଭେମ୍ବର ୮ ତାରିଖରେ ଶେଷ ଚନ୍ଦ୍ରଗ୍ରହଣ ହୋଇଥିଲା।

 

 

 

 

 

 

Read More
{}{}