Hindi News >>Home >>Odisha LifeStyle and Others

Shani Margi: ଶନିଙ୍କ ବକ୍ର ଦୃଷ୍ଟିରେ ୫ ରାଶି! ସାବଧାନ ରହିବା ସହ କରନ୍ତୁ ଏହି ବିଶେଷ ଉପାୟ

Shani Margi: ନ୍ୟାୟର ଦେବତା କୁହାଯାଉଥିବା ଶନି ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗି ନଥାଏ । ସେହିପରି ଯଦି ସେ ରୋଷ କରନ୍ତି ବା ଅସନ୍ତୁଷ୍ଟ ହୁଅନ୍ତି ତେବେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ବ୍ୟକ୍ତିକୁ ତା ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 14, 2023, 06:05 AM IST

Shani Margi: ଶାସ୍ତ୍ର ଅନୁଯାୟୀ, ଶନି ଦେବ ପ୍ରତ୍ୟେକ ମଣିଷକୁ ତା’ କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି । ନ୍ୟାୟର ଦେବତା କୁହାଯାଉଥିବା ଶନି ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗି ନଥାଏ । ସେହିପରି ଯଦି ସେ ରୋଷ କରନ୍ତି ବା ଅସନ୍ତୁଷ୍ଟ ହୁଅନ୍ତି ତେବେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ବ୍ୟକ୍ତିକୁ ତା ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହଙ୍କ ମଧ୍ୟରୁ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ଭାବେ ବିବେଚନା କରାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନଭେମ୍ବର ୪ରେ ଶନି କୁମ୍ଭ ରାଶିକୁ ଚଳନ କରିଛନ୍ତି। ତେବେ ଏହି ଚଳନ ଫଳରେ ଆଗାମୀ ୧୯୭ ଦିନ ପର୍ଯ୍ୟନ୍ତ ୫ଟି ରାଶି ଉପରେ ଶନି ଦେବଙ୍କ ବକ୍ର ଦୃଷ୍ଟି ରହିବ । ତେଣୁ  ଏହି ଅବଧି ମଧ୍ଯରେ ଏହି ୫ ରାଶିର ବ୍ୟକ୍ତି ବିଶେଷଙ୍କୁ ବିଶେଷ ସର୍ତକ ରହିବାକୁ ପଡି଼ବ ।

ଶାସ୍ତ୍ର ଅନୁଯାୟୀ, ଏହି ସମୟରେ କୁମ୍ଭ ରାଶି ସମେତ ମୀନ ଓ ମକର, ବିଛା ଓ କର୍କଟ ରାଶି ଉପରେ ଶନିଙ୍କ ବକ୍ର ଦୃଷ୍ଟି ରହିଛି । ଏପରି ସ୍ଥିତିରେ, ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆଗାମୀ ୨୩୭ ଦିନ ଯାଏଁ ସତର୍କତା ଅବଲମ୍ବନ କରିବାକୁ ପଡି଼ବ । ତେବେ ଆସନ୍ତୁ ଜାଣିବା ଏହି ସମୟ ମଧ୍ଯରେ କେଉଁ ସବୁ ବିଶେଷ ଉପାୟ ଦ୍ବାରା ଶନି ଦେବଙ୍କୁ କରିବେ ପ୍ରସନ୍ନ।

ଶନି ଦେବଙ୍କୁ ପ୍ରସନ୍ନ କରିବା ନେଇ ଉପାୟ

  • ଶନି ଦେବଙ୍କ କୃପା ଲାଭ ପାଇଁ ଶନିବାର ଉପବାସ କରନ୍ତୁ । ଏହି ଦିନ ବ୍ରହ୍ମା ମୁହୁର୍ତ୍ତରୁ ଉଠି ସ୍ନାନ କରି ଶନି ଦେବଙ୍କୁ ପୂଜା କରନ୍ତୁ । ମନ୍ଦିର ଯାଇ ଶନି ଦେବଙ୍କୁ କଳା ରାଶି ତେଲ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ଶନି ଦେବ ପ୍ରସନ୍ନ ହେବା ସହ ଜୀବନରେ ଲାଗି ରହିଥିବା ଦୁଃଖ କଷ୍ଟ ଦୂର ହୋଇଥାଏ । 
  • ଆଗାମୀ ୧୯୭ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଦିନ ସକାଳେ ସ୍ନାନ କରି ତେଲ ଦାନ କରନ୍ତୁ । ମନେରଖନ୍ତୁ, ତେଲ ଦାନ କରିବା ପୂର୍ବରୁ ଏହାକୁ ଏକ ପାତ୍ରରେ ରଖି ଏଥିରେ ନିଜ ମୁହଁ ଦେଖିବା ପରେ ଏହାକୁ ଦାନ କରନ୍ତୁ ।
  • ଶନିବାର ଦିନ ହନୁମାନ ମନ୍ଦିର ଯାଇ ଘିଅ ଦୀପ ଜାଳି ହନୁମାନ ଚାଳିଶା ପାଠ କରନ୍ତୁ । ହନୁମାନଙ୍କୁ ପୂଜା କରିବା ଦ୍ବାରା ଶନି ପୀଡ଼ା ଦୂର ହୋଇଥାଏ ।
  • ଏକ ଚାମଚ ଲାଲ୍ ଚନ୍ଦନକୁ ପାଣିରେ ପକାଇ ପ୍ରତିଦିନ ଗାଧାନ୍ତୁ। ଏହି ଉପାୟ କରିବା ଦୂରା ଶନି ପୀଡ଼ା ଦୂର ହୋଇଥାଏ ।
  • ଶନିବାର ଦିନ ଓସ୍ତ ଗଛକୁ ଜଳ ଅର୍ପଣ କରି ସାତଥର ପରିକ୍ରମା କରନ୍ତୁ। ଏହି ଦିନ ଗରିବ ଲୋକଙ୍କୁ ଖାଦ୍ୟ ଦାନ କରିବା ଦ୍ବାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

 

 

Read More
{}{}