Hindi News >>Home >>Odisha LifeStyle and Others

Horoscope 2024: ଏହି ରାଶି ପାଇଁ ବେଶ ଖାସ୍ ରହିବ ୨୦୨୪, ଧନଧାନ୍ୟ ବୃଦ୍ଧି ସହ ମିଳିବ ଶୁଭଫଳ!

Horoscope 2024: ବୃହସ୍ପତିଙ୍କ ଆଶୀର୍ବାଦ ଫଳରେ ଏହି ରାଶିର ବ୍ୟକ୍ତି ବିଶେଷମାନେ ଦାମ୍ପତ୍ୟ ଜୀବନରେ ଶୁଭଫଳ ପାଇବେ । ଏହି ସମୟରେ ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । ପ୍ରେମ ଜୀବନରେ ଉନ୍ନତି ଆସିବ । ବାର୍ଷିକ ରାଶିଫଳ ଅନୁଯାୟୀ ଆସନ୍ତୁ ଜାଣିବା, ମିଥୁନ ରାଶିର ଲୋକଙ୍କ ପାଇଁ କିପରି ରହିବ ୨୦୨୪ ?

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 10, 2023, 06:21 AM IST

Gemini Zodiac Yearly Horoscope 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୨୦୨୪ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଖାସ୍ ହେବାକୁ ଯାଉଛି । ଆଗାମୀ ନୂଆ ବର୍ଷରେ ବହୁ ଗ୍ରହ ସେମାନଙ୍କର ଗତିବିଧି ବା ରାଶି ପରିବର୍ତ୍ତନ କରିବେ । ତେବେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ମିଥୁନ ରାଶି ପାଇଁ ଶୁଭ ପ୍ରମାଣିତ ହେବ । ବୃହସ୍ପତିଙ୍କ ଆଶୀର୍ବାଦ ଫଳରେ ଏହି ରାଶିର ବ୍ୟକ୍ତି ବିଶେଷମାନେ ଦାମ୍ପତ୍ୟ ଜୀବନରେ ଶୁଭଫଳ ପାଇବେ । ଏହି ସମୟରେ ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । ପ୍ରେମ ଜୀବନରେ ଉନ୍ନତି ଆସିବ । ବାର୍ଷିକ ରାଶିଫଳ ଅନୁଯାୟୀ ଆସନ୍ତୁ ଜାଣିବା, ମିଥୁନ ରାଶିର ଲୋକଙ୍କ ପାଇଁ କିପରି ରହିବ ୨୦୨୪ ?

୨୦୨୪ରେ ମିଥୁନ ରାଶି ଉପରେ ଶନି ଓ ବୃହସ୍ପତିଙ୍କ ବିଶେଷ ଆଶୀର୍ବାଦ ରହିବ। ଫଳସ୍ୱରୂପ, ବ୍ୟବସାୟ କରୁଥିବା ଲୋକେ ଆର୍ଥିକ ସୁବିଧା ପାଇବେ । ଚାକିରୀ କରୁଥିବା ଲୋକଙ୍କ ପଦୋନ୍ନତି ସହ ସ୍ଥାନ ପରିବର୍ତ୍ତନ ନେଇ ଯୋଗ ରହିଛି । ଜମି ଜମା ବା ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ଲାଭବାନ ହେବେ । ପରିବାର ଲୋକଙ୍କଠାରୁ ଆର୍ଥିକ ଲାଭ ମିଳିବ । ପୂର୍ବରୁ କରିଥିବା ବିନିଯୋଗରୁ ଲାଭ ମିଳିବା ନେଇ ସମ୍ଭାବନା ରହିଛି । ବର୍ଷର ପ୍ରଥମ ୩ ମାସ ଅଯଥା ଖର୍ଚ୍ଚକୁ ନେଇ ଚିନ୍ତିତ ରହିବେ। ସେହିପରି ବର୍ଷର ଶେଷ ୩ ମାସ ନୂତନ ଆୟ ନେଇ ଉତ୍ସ ସୃଷ୍ଟି ହେବ । ଆର୍ଥିକ ଦୃଷ୍ଟିକୋଣରୁ ଏହି ବର୍ଷ ମିଥୁନ ରାଶି ପାଇଁ ଖାସ୍ ହେବାକୁ ଯାଉଛି ।

ନୂଆ ବର୍ଷରୁ ମିଥୁନ ରାଶିର ଲୋକଙ୍କ ପ୍ରେମ ଜୀବନ ଖୁବ ଭଲ ହେବାକୁ ଯାଉଛି । ସାଥୀଙ୍କ ସହ ପୁରୁଣା ବିବାଦର ଅନ୍ତ ଘଟିବ। ଦୂର ଯାତ୍ରା ନେଇ ଯୋଗ ରହିଛି । ଏହି ସମୟ ମଧ୍ୟରେ ପରସ୍ପରର ସମର୍ଥନ ସହ ଆଗକୁ ବଢିବେ । ମାର୍ଚ୍ଚ ମାସରେ ପ୍ରେମୀଯୁଗଳଙ୍କୁ ସାମାନ୍ୟ ସତର୍କତା ଅବଲମ୍ବନ କରିବାକୁ ପଡିବ । ଏହି ସମୟ ମଧ୍ୟରେ, ଛୋଟ ଜିନିଷ ପ୍ରତି ଧ୍ୟାନ ନ ଦେଇ ଭବିଷ୍ୟତ ପାଇଁ ଚିନ୍ତା କରନ୍ତୁ ।

Also Read-Today Horoscope: ଆଜି ବାଦ ବିବାଦରେ ଫସିପାରନ୍ତି ଏହି ରାଶିର ଲୋକେ ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

କ୍ୟାରିୟର ଦୃଷ୍ଟିକୋଣରୁ ମଧ୍ଯ ମିଥୁନ ରାଶି ପାଇଁ ନୂଆବର୍ଷ ବେଶ ଶୁଭ ପ୍ରମାଣିତ ହେବାକୁ ଯାଉଛି । ନୂଆ ବର୍ଷ ଆରମ୍ଭରୁ ଭଲ ଚାକିରି ନେଇ ଅଫର୍ ମିଳିବ । ଚାକିରି କରୁଥିବା ବ୍ୟକ୍ତିମାନେ ସଫଳତା ପାଇବେ । ମାର୍ଚ୍ଚ-ଏପ୍ରିଲ୍ ମାସରେ ପଦୋନ୍ନତି ନେଇ ଯୋଗ ରହିଛି । ନୂତନ ଚାକିରି ପାଇଁ ସ୍ଥାନ ପରିବର୍ତ୍ତନ କରିବାକୁ ପଡିପାରେ । ଅକ୍ଟୋବର-ନଭେମ୍ବର ମାସ ଚାକିରି ବଦଳାଇବା ପାଇଁ ଏକ ଉତ୍ତମ ସମୟ ରହିବ । ବେରୋଜଗାରଙ୍କ ପାଇଁ ବର୍ଷ ଶେଷରେ ଚାକିରି ନେଇ ସୁଯୋଗ ମିଳିବ । ମୋଟ ଉପରେ କହିବାକୁ ଗଲେ ନୂତନ ବର୍ଷ ମିଥୁନ ରାଶିର ଲୋକଙ୍କ କ୍ୟାରିୟର ପାଇଁ ଶୁଭ ପ୍ରମାଣିତ ହେବାକୁ ଯାଉଛି।

Read More
{}{}