Hindi News >>Home >>Odisha LifeStyle and Others

Mangal Gochar 2023: ଏହି ତିନି ରାଶିଙ୍କୁ ମାଲାମାଲ୍ କରିବ ମଙ୍ଗଳଙ୍କ ଗୋଚର

Mangal Gochar 2023:  ମଙ୍ଗଳ ନଭେମ୍ବର ୧୬ ତାରିଖରେ ବିଛା ରାଶିରେ(mangal gochar in scorpio) ପ୍ରବେଶ କରିଛନ୍ତି । ମଙ୍ଗଳ ଦିର୍ଘ ଦଶନ୍ଧି ପରେ ବିଛା ରାଶିରେ ପ୍ରବେଶ କରିବା ଯୋଗୁଁ ଏକ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ସଂଯୋଗ କାରଣରୁ ତିନୋଟି ରାଶିର ଲୋକେ ଶୁଭଫଳ ପାଇବେ। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ... 

Advertisement
Mangal Gochar 2023: ଏହି ତିନି ରାଶିଙ୍କୁ ମାଲାମାଲ୍ କରିବ ମଙ୍ଗଳଙ୍କ ଗୋଚର
Stop
Zee Odisha Desk|Updated: Nov 25, 2023, 02:56 PM IST

Mangal Gochar 2023: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ (Mangal Gochar 2023) ରକ୍ତ, କ୍ରୋଧ, ସମ୍ପତ୍ତି ଏବଂ ସାହସ ଇତ୍ୟାଦିର କାରକ ବୋଲି ବିବେଚନା କରାଯାଇଥାଏ। ମଙ୍ଗଳ ଗୋଟିଏ ରାଶିରୁ (zodiac signs) ଅନ୍ୟ ରାଶିକୁ ଚଳନ କରିବା ପାଇଁ  ପ୍ରାୟ ୪୫ ଦିନ ସମୟ ନିଅନ୍ତି । ଏହି କ୍ରମରେ ମଙ୍ଗଳ ନଭେମ୍ବର ୧୬ ତାରିଖରେ ବିଛା ରାଶିରେ(mangal gochar in scorpio) ପ୍ରବେଶ କରିଛନ୍ତି । ମଙ୍ଗଳ ଦିର୍ଘ ଦଶନ୍ଧି ପରେ ବିଛା ରାଶିରେ ପ୍ରବେଶ କରିବା ଯୋଗୁଁ ଏକ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ସଂଯୋଗ କାରଣରୁ ତିନୋଟି ରାଶିର ଲୋକେ ଶୁଭଫଳ ପାଇବେ। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ... 

ତୁଳା :  ଏହି ରାଶିର ଲୋକଙ୍କ ପାଇଁ ଭଲ ଦିନ ଆରମ୍ଭ ହୋଇଛି। ତୁଳା ରାଶିର ଅଷ୍ଟମ ଘରେ ମଙ୍ଗଳ ଗୋଚର କରିଛନ୍ତି । ଏହାର ପ୍ରଭାବରେ କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ । ବିଶେଷ କରି, ଦୀର୍ଘ ଦିନରୁ ଛନ୍ଦି ହୋଇଥିବା ମାମଲାରେ ନ୍ୟାୟ ମିଳିବା ସହ ପରିବାରର ସମର୍ଥନ ପାଇବେ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହି ସମୟରେ ଭଲ ନିଯୁକ୍ତି ଅଫର ବି ଆପଣଙ୍କୁ ମିଳିପାରେ। ସ୍ବାସ୍ଥ୍ୟ ଭଲ ରହିବ।

ସିଂହ: ମଙ୍ଗଳଙ୍କ ବିଛା ରାଶିରେ ଚଳନ ଏହି ରାଶି ପାଇଁ ରାଜଯୋଗ ସୃଷ୍ଟି କରୁଛି।  ସିଂହ ରାଶିର ଚତୁର୍ଥ ଘରେ ମଙ୍ଗଳ ଗମନ କରିଛନ୍ତି। ଏଭଳି ସ୍ଥିତିରେ ଆପଣ ନୂତନ ଘର କିମ୍ବା ଜମି କ୍ରୟ କରିବାର ସମ୍ଭାବନା ରହିଛି । ପୁରୁଣା ବିନିଯୋଗରୁ ଲାଭ ପାଇବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଲାଇଫ ପାଟର୍ନରଙ୍କ ସହ କ୍ବାଲିଟି ଟାଇମ୍ ବିତେଇବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଧନ ଲାଭ ହେବ। ଅଟକି ଥିବା ପଇସା ଫେରିପାଇବେ। ବିଦ୍ୟାର୍ଥୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭଦାୟକ ରହିବ। ବିଶେଷ କରି, ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ ପାଇବେ। 

ମୀନ: ମଙ୍ଗଳଙ୍କ ଗୋଚର ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ଏହି ଅବଧି ମଧ୍ୟରେ ମୀନ ରାଶିର ଜାତକଧାରୀଙ୍କୁ ଖୁବ୍‌ ଲାଭ ମିଳିବ। ନୂଆ ଚାକିରି ମିଳିପାରେ। କର୍ମକ୍ଷେତ୍ରରେ କୌଣସି ପରିବର୍ତ୍ତନ ହୋଇପାରେ। ବିଶେଷ କରି ପଦୋନ୍ନତିର ମିଳିବାର ସମ୍ଭାବନା ରହିଛି । ସନ୍ତାନ ସୁଖ ମିଳିପାରେ। ପରିବାରରେ ସୁଖଶାନ୍ତି ଫେରିଆସିବ। ଲୋକେ ଆପଣଙ୍କ ପ୍ରଶଂସା କରିବେ। ଖାସ୍ କରି ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ବ୍ୟବସାୟୀମାନେ ଏହି ସମୟରେ କିଛି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

 

Read More
{}{}