Hindi News >>Home >>Odisha LifeStyle and Others

Surya Mahadasha: ଜାଣନ୍ତୁ ଜାତକରେ ସୂର୍ଯ୍ୟଙ୍କ ସ୍ଥିତିକୁ ନେଇ କ’ଣ କହୁ ଜ୍ୟୋତିଷ ଶାସ୍ତ୍ର?

Surya Mahadasha: ନବ ଗ୍ରହଙ୍କ ପ୍ରଭାବ ପୃଥିବୀରେ ଥିବା ପ୍ରତ୍ୟେକ ଜୀବ ଉପରେ ପଡ଼ିଥାଏ । ବେଳେବେଳେ କେତେକ ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ସକାରାତ୍ମକ ତ ଆଉ କେତେକ ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଶାସ୍ତ୍ର ଅନୁଯାୟୀ,  ବ୍ୟକ୍ତିର ଜାତକରେ ଗ୍ରହମାନଙ୍କ ସ୍ଥିତି ଉପରେ ମହାଦଶାର ଶୁଭ ଓ ଅଶୁଭ ଫଳ ନିର୍ଭର କରିଥାଏ ।

Advertisement
ସୌଜନ୍ୟ-ସୋସିଆଲ ମିଡିଆ
Stop
Zee Odisha Desk|Updated: Mar 02, 2024, 07:00 AM IST

Surya Mahadasha Effect: ବ୍ରହ୍ମାଣ୍ଡରେ ସମୁଦାୟ ନଅଟି ଗ୍ରହ ରହିଛନ୍ତି, ଯାହା ‘ନବ ଗ୍ରହ’ ଭାବେ ପରିଚିତ । ଏହି ନବ ଗ୍ରହଙ୍କ ପ୍ରଭାବ ପୃଥିବୀରେ ଥିବା ପ୍ରତ୍ୟେକ ଜୀବ ଉପରେ ପଡ଼ିଥାଏ । ବେଳେବେଳେ କେତେକ ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ସକାରାତ୍ମକ ତ ଆଉ କେତେକ ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଶାସ୍ତ୍ର ଅନୁଯାୟୀ,  ବ୍ୟକ୍ତିର ଜାତକରେ ଗ୍ରହମାନଙ୍କ ସ୍ଥିତି ଉପରେ ମହାଦଶାର ଶୁଭ ଓ ଅଶୁଭ ଫଳ ନିର୍ଭର କରିଥାଏ ।

ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ଅଟନ୍ତି। ସନାତନ ଧର୍ମ ଅନୁଯାୟୀ, ସୂର୍ଯ୍ୟ ଦେବ ଏକମାତ୍ର ବିଦ୍ୟମାନ ଦେବତା ଅଟନ୍ତି। ବିଶ୍ବାସ ରହିଛି ଯେ, ଯେଉଁ ବ୍ୟକ୍ତିର ରାଶି ବା ଜାତକରେ ସୂର୍ଯ୍ୟ ସଠିକ୍ ବା ଉଚ୍ଚ ସ୍ଥାନରେ ବିରାଜି ଥାଆନ୍ତି ସେମାନଙ୍କ ଜୀବନରେ ସୁଖ, ଶାନ୍ତି, ଧନ, ଯଶ ଓ ଖାତିର କୌଣସି ଅଭାବ ନଥାଏ। ସେହିପରି ସୂର୍ଯ୍ୟଙ୍କ ଜାତକରେ ନୀଚ ସ୍ଥାନରେ ଥିଲେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡି଼ଥାଏ । ସୂର୍ଯ୍ୟଙ୍କ ମହାଦଶା ଛଅ ବର୍ଷ ପର୍ଯ୍ୟନ୍ତ ରହିଥାଏ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ମହାଦଶା ମନୁଷ୍ୟ ଜୀବନରେ କି ପ୍ରକାର ପ୍ରଭାବ ପକାଇଥାଏ ।

ଜାତକରେ ସୂର୍ଯ୍ୟ ଭଲ ସ୍ଥିତିରେ ଥିଲେ ?

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ଜାତକରେ ସୂର୍ଯ୍ୟ ଉଚ୍ଚ ସ୍ଥାନରେ ବିରାଜମାନ କରିଥାଆନ୍ତି, ସେତେବେଳେ ବ୍ୟକ୍ତିକୁ ତା ଜୀବନରେ ଶୁଭଫଳ ପ୍ରାପ୍ତି ହୋଇଥାଏ । ବିଶ୍ୱାସ ରହିଛି ଯେ, ସୂର୍ଯ୍ୟଙ୍କ ସଠିକ୍ ସ୍ଥିତି ବ୍ୟକ୍ତି ମଧ୍ଯରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ । ଏହା ସହ ଏହି ସମୟରେ ବିଗିଡ଼ି ଯାଇଥିବା ବା ଦୀର୍ଘ ଦିନରୁ ଅଟକିଥିବା କାମ ସମୂର୍ଣ୍ଣ ହୋଇଥାଏ ।

ଜାତକରେ ସୂର୍ଯ୍ୟଙ୍କ ଭଲ ସ୍ଥିତିରେ ନଥିଲେ ?

ଶାସ୍ତ୍ର ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତିର ଜାତକରେ ସୂର୍ଯ୍ୟ ସଠିକ୍ ସ୍ଥିତିରେ ନଥାଆନ୍ତି, ସେତେବେଳେ ବ୍ୟକ୍ତିର ଜୀବନରେ ନକାରାତ୍ମକ ଘଟଣା ଘଟିବା ଆରମ୍ଭ ହୋଇଥାଏ ।  ଏହି ଅବଧି ମଧ୍ଯରେ କୌଣସି କାର୍ଯ୍ୟରେ ସଫଳତା ମିଳିନଥାଏ  । ବ୍ୟକ୍ତି ହୃଦୟ ଓ ଆଖି ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇଥାଆନ୍ତି। ​ମାନ ସମ୍ମାନରେ ଅବନତି ଘଟିଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

Read More
{}{}