Hindi News >>Home >>Odisha LifeStyle and Others

kartik Purnima 2023: କାର୍ତ୍ତିକ ପୂର୍ଣ୍ଣିମା ଦିନ ବଦଳିବ ୪ ରାଶିଙ୍କ ଭାଗ୍ୟ, ଧନ ଢାଳିବେ ମାଆ ଲକ୍ଷ୍ମୀ!

kartik Purnima: କୁହାଯାଏ, କାର୍ତ୍ତିକ ପୂର୍ଣ୍ଣିମାରେ ଧନର ଦେବୀ ମାଆ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ମାଆ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପାରୁ ଜୀବନରେ ଧନ ଓ ସମୃଦ୍ଧତା ବୃଦ୍ଧି ପାଇଥାଏ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Nov 25, 2023, 06:10 AM IST

kartik Purnima 2023: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ୨୭ ନଭେମ୍ବର ଅର୍ଥାତ୍ ସୋମବାର ଦିନ ପଡୁଛି। ଏହି ଦିନ କୌଣସି ପବିତ୍ର ନଦୀରେ ଗାଧୋଇବା କିମ୍ବା ଦାନ କରିବାର ବିଶେଷ ଗୁରୁତ୍ୱ ରହିଛି। କୁହାଯାଏ, ଏପରି କରିବା ଦ୍ବାରା ବ୍ୟକ୍ତିକୁ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଅନ୍ୟପଟେ ଏହି ଦିନ ଧନର ଦେବୀ ମାଆ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ମାଆ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପାରୁ ଜୀବନରେ ଧନ ଓ ସମୃଦ୍ଧତା ବୃଦ୍ଧି ପାଇଥାଏ ।

ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ୪ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ଦେବୀ ଲକ୍ଷ୍ମୀଙ୍କ କୃପାରୁ ବ୍ୟକ୍ତିର ଜୀବନରେ ଧନ, ସମ୍ପତ୍ତି, ପଦ ଓ ପ୍ରତିଷ୍ଠା ବୃଦ୍ଧି ପାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ୪ଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ।

ମେଷ ରାଶି: ଶାସ୍ତ୍ର ଅନୁଯାୟୀ, କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖାସ୍ ହେବାକୁ ଯାଉଛି। ଏହି ସମୟରେ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବିନିଯୋଗରୁ ବ୍ୟବସାୟୀମାନେ ଉପକୃତ ହେବେ । ନୂତନ ଚାକିରି ନେଇ ଅଫର ମିଳିପାରେ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି ।

ବୃଷ ରାଶି: ଚଳିତ ବର୍ଷର କାର୍ତ୍ତିକ ପୂର୍ଣ୍ଣିମା ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ବୈବାହିକ ଜୀବନରେ ଉନ୍ନତି ଆଣିବ। ଫଳରେ ଜୀବନସାଥୀଙ୍କ ସହ ସଂପର୍କ ମଧୁର ହେବ । ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ । କୌଣସି ମୂଲ୍ୟବାନ ଉପହାର ମିଳିବା ନେଇ ଯୋଗ ରହିଛି । ଦିନଟି ସମ୍ପୂର୍ଣ୍ଣ ଆନନ୍ଦଦାୟକ ହେବ ।

କର୍କଟ ରାଶି: ଏହି ଦିନ କର୍କଟ ରାଶିର ବ୍ୟକ୍ତି ଆର୍ଥିକ ଲାଭ ପାଇପାରନ୍ତି । ଆୟର ଉତ୍ସ ବୃଦ୍ଧି ପାଇବ। ବ୍ୟବସାୟ ସହିତ ଜଡିତ ଲାଭ ମଧ୍ୟ ହୋଇପାରେ। ପୈତୃକ ସମ୍ପତ୍ତିରୁ ମଧ୍ଯ ଲାଭ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ଦୀର୍ଘ ଦିନର ଇଚ୍ଛା ପୂରଣ ହେବ। ପ୍ରେମ ଜୀବନ ସୁଖମୟ ହେବ । ଅଟକ ରହିଥିବା କାର୍ଯ୍ୟ ପୂରଣ ହେବ ।

ଧନୁ ରାଶି: କାର୍ତ୍ତିକ ପୂର୍ଣ୍ଣିମା ଦିନ ଧନୁ ରାଶିର ବ୍ୟକ୍ତି ବିଶେଷ ଆର୍ଥିକ ଭାବେ ଲାଭବାନ ହେବେ। ଗୁରୁଜନଙ୍କ ସମର୍ଥନ ଯୋଗୁଁ କାର୍ଯ୍ୟରେ ସଫଳତା ମିଳିବ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ମନ ବଳାଇବେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

 

Read More
{}{}