Hindi News >>Home >>Odisha LifeStyle and Others

Guru Margi 2023: ନୂଆବର୍ଷରୁ ଆରମ୍ଭ ହେବାକୁ ଯାଉଛି ଏହି ରାଶିଙ୍କ ପାଇଁ ଶୁଭ ଦିନ, ଧନର ବର୍ଷା କରିବେ ବୃହସ୍ପତି

Guru Margi 2023: ଜ୍ୟୋତିଷ ଶାସ୍ତ୍ରରେ, ବୃହସ୍ପତିଙ୍କର (jupiter) ଏକ ବିଶେଷ ଗୁରୁତ୍ୱ ରହିଛି । ବୃହସ୍ପତି ୩୧ ଡିସେମ୍ବରରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଅର୍ଥାତ୍ ସେହି ରାଶିକୁ ପୁଣି ଥରେ ଓଲଟା ଚଳନ ବା  ମାର୍ଗି ହେବେ (Guru Margi 2023) । ବୃହସ୍ପତିଙ୍କ ଏହି ଓଲଟା ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ  (Zodiac Signs) ବିଷୟରେ...

Advertisement
Guru Margi 2023: ନୂଆବର୍ଷରୁ ଆରମ୍ଭ ହେବାକୁ ଯାଉଛି ଏହି ରାଶିଙ୍କ ପାଇଁ ଶୁଭ ଦିନ, ଧନର ବର୍ଷା କରିବେ ବୃହସ୍ପତି
Stop
Zee Odisha Desk|Updated: Nov 17, 2023, 09:48 AM IST

Guru Margi 2023: ଜ୍ୟୋତିଷ ଶାସ୍ତ୍ରରେ, ବୃହସ୍ପତିଙ୍କର (jupiter) ଏକ ବିଶେଷ ଗୁରୁତ୍ୱ ରହିଛି । ବୃହସ୍ପତିଙ୍କୁ (jupiter) ଜ୍ଞାନ, ବୁଦ୍ଧି, ଧର୍ମ, ଧନ, ଆଧ୍ୟାତ୍ମିକତା, ଶିକ୍ଷା ଓ କର୍ମର ଗୁରୁ ବୋଲି ବିବେଚନା କରାଯାଏ। ବୃହସ୍ପତିଙ୍କ ଚଳନ ବା ରାଶି ପରିବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଦେବଗୁରୁ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଅଛନ୍ତି। ବୃହସ୍ପତି ୩୧ ଡିସେମ୍ବରରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଅର୍ଥାତ୍ ସେହି ରାଶିକୁ ପୁଣି ଥରେ ଓଲଟା ଚଳନ ବା  ମାର୍ଗି ହେବେ (Guru Margi 2023) । ବୃହସ୍ପତିଙ୍କ ଏହି ଓଲଟା ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ଅର୍ଥାତ୍ ୨୦୨୪ ବର୍ଷ ଆରମ୍ଭରୁ ସେମାନଙ୍କ ଉପରେ ଧନର ବର୍ଷା କରିବେ ବୃହସ୍ପତି। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ  (Zodiac Signs) ବିଷୟରେ...

Also Read: SBIର ଏହି ଯୋଜନାରେ ଟଙ୍କା ହେବ ଡବଲ

ଧନୁ: ବୃହସ୍ପତିଙ୍କ (Guru Margi 2023) କୃପାରୁ ଧନୁ ରାଶିର ବ୍ୟକ୍ତିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଉଦୟ ହେବ । ଏହି ଅବଧି ମଧ୍ୟରେ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ରୋଜଗାରର ନୂଆ ବାଟ ଖୋଲିବ। ଧନ ଓ ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବା ସହ ସମ୍ପର୍କରେ ମଧୁରତା ଆସିବ । ଏହି ସମୟ ମଧ୍ୟରେ ସନ୍ତାନ ପ୍ରାପ୍ତି ହେବାର  ସୁଖ ମିଳିବ।  ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଦୂର ଯାତ୍ରା କରିପାରନ୍ତି। ଗାଡି କିମ୍ବା ନୂଆ କାର୍ କିଣି ପାରନ୍ତି।  ଚାକିରି ଏବଂ ବ୍ୟବସାୟରେ ବହୁତ ଅଗ୍ରଗତି ହେବ ।

ମେଷ: ଏହି ରାଶିରେ ବୃହସ୍ପତିଙ୍କ ସ୍ଥିତି ମେଷ ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ବିଶେଷ କରି, ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ଏହାସହ ପୁରୁଣା ବିନିଯୋଗରୁ ଲାଭ ମିଳିବ ।  ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । କଠିନ ସମୟ ଦୂର ହେବ । ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ । ଅବିବାହିତଙ୍କ ପାଇଁ ବିବାହ ସ୍ଥିର ହୋଇପାରେ। ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ। ବୃହସ୍ପତିଙ୍କ କୃପାରୁ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଶେଷ କରି ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି । ଆପଣ ବ୍ୟବସାୟରେ ବିପୁଳ ଲାଭ ପାଇବେ। ଜମି ସମ୍ବନ୍ଧୀୟ କାର୍ଯ୍ୟ ଆର୍ଥିକ ଲାଭ ଆଣିପାରେ ।

ସିଂହ: ବୃହସ୍ପତିଙ୍କ କୃପା କାରଣରୁ ଏହି ରାଶିର ଲୋକଙ୍କ ଭାଗ୍ୟ ସୁନା ପରି ଚମକିବ। କ୍ୟାରିୟରକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ନୂତନ କାର୍ଯ୍ୟ ଆରମ୍ଭ ନେଇ ସମୟ ଅନୁକୂଳ ରହିବ ।ଆପଣ ନୂଆ ବର୍ଷରେ ନୂଆ ଜମି କିମ୍ବା ଗାଡି଼ କ୍ରୟ କରିପାରନ୍ତି। ଅବିବାହିତ ଲୋକଙ୍କର ବିବାହ ସ୍ଥିର ହୋଇପାରେ। ଦୂର ଯାତ୍ରା କରିପାରନ୍ତି । ସ୍ବାସ୍ଥ୍ୟ ଭଲ ରହିବ। ୨୦୨୪ ଆପଣଙ୍କ ପାଇଁ ଏକ ଭଲ ବର୍ଷ ବୋ

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

Read More
{}{}