Hindi News >>Home >>Odisha LifeStyle and Others

Budhaditya Rajyog 2024: ୪ ରାଶିଙ୍କ ଭାଗ୍ୟ ଫିଟାଇବ ବୁଦ୍ଧାଦିତ୍ୟ ରାଜଯୋଗ, ଚାକିରିରେ ପଦୋନ୍ନତି ସାଙ୍ଗକୁ ରହିଛି ଧନପ୍ରାପ୍ତିର ଯୋଗ

Budhaditya Rajyog 2024:  ମାର୍ଚ୍ଚ ୧୫ ତାରିଖରେ ବୁଧ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଯେଉଁ ରାଶିରେ କି ପୂର୍ବରୁ ଗ୍ରହମାନଙ୍କ ରାଜକୁମାର ବୁଧା ବିରାଜମାନ ଅଛନ୍ତି। ତେବେ, ଗୋଟିଏ ରାଶିରେ ସୂର୍ଯ୍ୟ-ବୁଧଙ୍କ ମିଳିନ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରୁଛି। ଫଳରେ ଏହି କାରଣରୁ ୪ ରାଶିରେ ଲୋକେ ଶୁଭଫଳ ପାଇବେ। ତେବେ, ଆସନ୍ତୁ ଜାଣିବା ସେହି ସେହି ଗୁଡିକ ବିଷୟରେ...

Advertisement
Budhaditya Rajyog 2024: ୪ ରାଶିଙ୍କ ଭାଗ୍ୟ ଫିଟାଇବ ବୁଦ୍ଧାଦିତ୍ୟ ରାଜଯୋଗ,  ଚାକିରିରେ ପଦୋନ୍ନତି ସାଙ୍ଗକୁ ରହିଛି ଧନପ୍ରାପ୍ତିର ଯୋଗ
Stop
Zee Odisha Desk|Updated: Mar 10, 2024, 06:42 AM IST

Budhaditya Rajyog 2024: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ମାର୍ଚ୍ଚ ମାସରେ ଗ୍ରହମାନଙ୍କର ଗତିବିଧି ପରିବର୍ତ୍ତନ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ। ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାନ୍ତି। ଯାହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡିଥାଏ। ଏହି କ୍ରମରେ ମାର୍ଚ୍ଚ ୧୫ ତାରିଖରେ ବୁଧ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଯେଉଁ ରାଶିରେ କି ପୂର୍ବରୁ ଗ୍ରହମାନଙ୍କ ରାଜକୁମାର ବୁଧା ବିରାଜମାନ ଅଛନ୍ତି। ତେବେ, ଗୋଟିଏ ରାଶିରେ ସୂର୍ଯ୍ୟ-ବୁଧଙ୍କ ମିଳିନ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରୁଛି। ଫଳରେ ଏହି କାରଣରୁ ୪ ରାଶିରେ ଲୋକେ ଶୁଭଫଳ ପାଇବେ। ତେବେ, ଆସନ୍ତୁ ଜାଣିବା ସେହି ସେହି ଗୁଡିକ ବିଷୟରେ...

କର୍କଟ ରାଶି: ବୁଦ୍ଧାଦିତ୍ୟ ରାଜଯୋଗ କାରଣରୁ ଏହି ରାଶିର ଲୋକଙ୍କ ପାଇଁ ବରଦାନ ପାଲଟିବ। କ୍ୟାରିୟରରେ ଅଭୁତପୂର୍ବ ସଫଳତା ପାଇବେ। ଅଟକି ରହିଥିବା କାର୍ଯ୍ୟ ପୁରା ହେବ। କାର୍ଯ୍ୟାଳୟରେ ପଦୋନ୍ନତି ପାଇବେ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ପ୍ରେମ ଜୀବନରେ ସୁଧାର ଆସିବ। ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଆକସ୍ମିକ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି।

କନ୍ୟା ରାଶି: ମାର୍ଚ୍ଚ ୧୫ରେ ହେବାକୁ ଥିବା ବୁଦ୍ଧାଦିତ୍ୟ ରାଜଯୋଗ କନ୍ୟା ରାଶି ପାଇଁ ଶୁଭ ସାବ୍ୟସ୍ତ ହେବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ସଫଳତା ମିଳିବ । କ୍ୟାରିୟରରେ ହଠାତ୍ ପରିବର୍ତ୍ତନ ହେବ। ବିଚାରାଧୀନ ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ରାଜନୀତି କ୍ଷେତ୍ରରେ କ୍ୟାରିୟର କରିବାକୁ ଚିନ୍ତା କରୁଥିବା ବ୍ୟକ୍ତି ଏଥିରେ ସଫଳ ହେବେ ।

ମକର ରାଶି: ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ବେଶ ଭଲ ରହିବ। କର୍ମକ୍ଷେତ୍ର ବିସ୍ତାରିତ ହେବ । ବ୍ୟବସାୟ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ । ଦୀର୍ଘ ଦିନର ସମସ୍ୟାରୁ ମୁକ୍ତି ମିଳିବ । ବିଦେଶ ଯାତ୍ରା ନେଇ ଯୋଜନା ରହିଛି । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ବୁଦ୍ଧାଦିତ୍ୟ ରାଜଯୋଗ କାରଣରୁ ବ୍ୟବସାୟରେ ବଡ଼ ଡିଲ୍ ହେବାର ସମ୍ଭାବନା ରହିଛି ।

ମୀନ:  ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଫଳଦାୟୀ ରହିବ।  ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଚାକିରି କରୁଥିବା ଲୋକେ ବେଶ୍ ପ୍ରଶଂସିତ ହେବେ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ବେଶ୍ ଭଲ ହେବ। ଆପଣ ପରିବାର ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବେ । ବୈବାହିତ ଜୀବନ ମଧ୍ୟ ସୁଖମୟ ହେବେ। 

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

Read More
{}{}