Hindi News >>Home >>Odisha LifeStyle and Others

Surya Guru Yuti 2024: ୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତିଙ୍କ ଦୁର୍ଲଭ ସଂଯୋଗ; ଧନବାନ୍ ହେବେ ଏହି ୩ ରାଶି!

Sun and Jupiter Conjunction in Aries: ସୂର୍ଯ୍ୟ ବର୍ତ୍ତମାନ ମୀନ ରାଶିରେ ଥିବା ବେଳେ ଅପ୍ରିଲ ୧୩ ତାରିଖରେ ମେଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି। ତେବେ, ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ ସୂର୍ଯ୍ୟ ବୃହସ୍ପତି ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଦିର୍ଘ ୧୨ ବର୍ଷ ପରେ ଏହି ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ସଂଯୋଗ ତିନି ରାଶିଙ୍କୁ ମାଲେମାଲ୍ କରିଦେବ।

Advertisement
Surya Guru Yuti 2024: ୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତିଙ୍କ ଦୁର୍ଲଭ ସଂଯୋଗ; ଧନବାନ୍ ହେବେ ଏହି ୩ ରାଶି!
Stop
Zee Odisha Desk|Updated: Mar 25, 2024, 07:07 AM IST

Sun and Jupiter Conjunction in Aries: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରନ୍ତି। ଯାହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡିଥାଏ। ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଆସନ୍ତା ମାସରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସୂର୍ଯ୍ୟ ବର୍ତ୍ତମାନ ମୀନ ରାଶିରେ ଥିବା ବେଳେ ଅପ୍ରିଲ ୧୩ ତାରିଖରେ ମେଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି। ତେବେ, ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ ସୂର୍ଯ୍ୟ ବୃହସ୍ପତି ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଦିର୍ଘ ୧୨ ବର୍ଷ ପରେ ଏହି ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ସଂଯୋଗ ତିନି ରାଶିଙ୍କୁ ମାଲେମାଲ୍ କରିଦେବ। ତେବେ ,ଆସନ୍ତୁ ଜାଣିବା କେଉଁ ସବୁ ରାଶି ଧନବାନ୍ ହେବାକୁ ଯାଉଛନ୍ତି। 

ALSO READ: Weather Update: ରାଜ୍ୟରେ ବଦଳିବ ପାଣିପାଗ, ୫ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଧନବାନ୍ ହେବେ ଏହି ସବୁ ରାଶି:

ମିଥୁନ ରାଶି:  ସୂର୍ଯ୍ୟ ଓ ବୃହସ୍ପତିଙ୍କ ଏହି ମିଳନ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ।   ଧନ ଲାଭ ନେଇ ଯୋଗ ରହିଛି । ଫଳରେ ମିଥୁନ ରାଶିର ବ୍ୟକ୍ତି ବିଶେଷ ବିଶେଷ ଭାବେ ଲାଭବାନ ହେବେ । ଫଳରେ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଚାକିରି କରୁଥିବା ବ୍ୟକ୍ତିମାନେ ପଦୋନ୍ନତି ପାଇପାରନ୍ତି । ବ୍ୟବସାୟରେ ବୃଦ୍ଧି ।

କର୍କଟ ରାଶି:  ସୂର୍ଯ୍ୟ ଓ ବୃହସ୍ପତିଙ୍କ ଏହି ମିଳନ ଏହି ରାଶିର ବ୍ୟକ୍ତିଙ୍କୁ ଧନବାନ୍ କରିବ। ଏହି ରାଶିଙ୍କ ଦୁଃଖ କଷ୍ଟକୁ ହରଣ କରିବେ ବୃହସ୍ପତି ମହାରାଜ୍ । ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବା ସହ ଧାର୍ମିକ ଯାତ୍ରା କରିପାରନ୍ତି।  ଏହି ଅବଧି ମଧ୍ୟରେ ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ଘଟିବା ସହ ଦାରିଦ୍ରତା ପାଖ ମାଡିବ ନାହିଁ। ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ବା ପ୍ଲାନ୍ ଆରମ୍ଭ କରିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ବୃହସ୍ପତି ଆପଣଙ୍କ ରାଶିର ନବମ ଏବଂ ଦ୍ଵାଦଶ ସ୍ଥାନର ଅଧିପତି ଅଟନ୍ତି ଏହାଯୋଗୁଁ ଭାଗ୍ଯ ଆପଣଙ୍କୁ ସହଯୋଗ କରିବ । ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ବଢିବ। 

ଧନୁ ରାଶି:  ଦୁର୍ଲଭ ସଂଯୋଗରୁ ଏହି ରାଶିର ବ୍ୟକ୍ତି ବିଶେଷ ବିଶେଷ ଲାଭବାନ୍ ହେବେ।  ଆକସ୍ମିକ ଧନଲାଭର ଯୋଗ ରହିଛି।  ଆଧ୍ୟାତ୍ମିକ ଏବଂ ଧାର୍ମିକ କାର୍ଯ୍ୟକଳାପରେ ମନୋନିବେଶ କରିବେ। ସମାଜରେ ସମ୍ମାନ ବୃଦ୍ଧି ପାଇବ। ଆପଣଙ୍କ ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଆପଣ ମଧ୍ୟ ପୈତୃକ ସମ୍ପତ୍ତିର ଲାଭ ପାଇବେ । ଏହା ବ୍ୟତୀତ ବିଦେଶ ଭ୍ରମଣ କରିବାର ସମ୍ଭାବନା ରହିଛି । ଯେଉଁମାନେ ବ୍ୟବସାୟ କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ବ୍ୟବସାୟୀମାନେ ଏହି ସମୟରେ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବେ। ବର୍ଷ ସାରା, ଆପଣ ମଧ୍ୟ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

 

Read More
{}{}