Hindi News >>Home >>Odisha LifeStyle and Others

Shukra Gochar 2024: ଶୁକ୍ରଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ, ରହିଛି ଧନଲାଭର ଯୋଗ!

Shukra Gochar 2024:  ଶୁକ୍ର ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ  ଜୁନ୍ ୧୨ ସକାଳ ୬ଟା ୩୭ ମିନିଟ୍ ସମୟରେ  ମିଥୁନ ରାଶିକୁ ଚଳନ କରିବେ। ତେବେ, ଏହି କ୍ରମରେ ଶୁକ୍ରଙ୍କ ରାଶି ପରିବର୍ତ୍ତନ କିଛି ରାଶିଙ୍କ ପାଇଁ ଶୁଭଫଳ ପ୍ରଦାନ କରିବା ସହ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଆସନ୍ତୁ ଜାଣିବା ସେହି ରାଶି ଗୁଡ଼କ ବିଷୟରେ...

Advertisement
Shukra Gochar 2024: ଶୁକ୍ରଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ,  ରହିଛି ଧନଲାଭର ଯୋଗ!
Stop
Narmada Behera|Updated: Jun 02, 2024, 08:29 AM IST

Shukra Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ ଓ ଆନନ୍ଦର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଶୁକ୍ର ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ  ଜୁନ୍ ୧୨ ସକାଳ ୬ଟା ୩୭ ମିନିଟ୍ ସମୟରେ  ମିଥୁନ ରାଶିକୁ ଚଳନ କରିବେ। ଏବଂ ପରେ ଜୁଲାଇ ୭ରେ ମିଥୁନରୁ କର୍କଟ ରାଶିକୁ ଗୋଚର କରିବେ। ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳ ଦେଇଥାଏ। ଅନ୍ୟପକ୍ଷରେ ଯେତେବେଳେ ଶୁକ୍ରଙ୍କ ସ୍ଥିତି ଖରାପ ହୁଏ। ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ତେବେ, ଏହି କ୍ରମରେ ଶୁକ୍ରଙ୍କ ରାଶି ପରିବର୍ତ୍ତନ କିଛି ରାଶିଙ୍କ ପାଇଁ ଶୁଭଫଳ ପ୍ରଦାନ କରିବା ସହ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଆସନ୍ତୁ ଜାଣିବା ସେହି ରାଶି ଗୁଡ଼କ ବିଷୟରେ...

ALSO READ: Today Horoscope: ଆଜି ଲାଭରେ ରହିବେ ଏହି ସବୁ ରାଶି, ରହିଛି ଆକସ୍ମିକ ଧନପ୍ରାପ୍ତିର ଯୋଗ!

ବୃଷ: ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ରାଶିକୁ ଧନବାନ୍ କରିବ। ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ପ୍ରାପ୍ତ ହେବ।  ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଯାହା ଆପଣଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବ । ଆଇଟି ଓ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିବ। ନୂଆ ଚାକିରି ମଧ୍ୟ ମିଳିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବ। ବେକାରିଙ୍କୁ ମନ ପସନ୍ଦର ଚାକିରି ମିଳିବ। ବ୍ୟବସାୟରେ ଅଗ୍ରଗତି ହେବ। ଆୟ ବଢିବ। ପ୍ରେମୀଙ୍କ ପାଇଁ ସମୟ ବେଶ୍ ଖାସ୍ ରହିବ। ନିଜ ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବା ସହ ସାଥୀଙ୍କ ଠାରୁ ଉପହାର ପାଇପାରନ୍ତି। 

ତୁଳା:  ଶୁକ୍ରଙ୍କ ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟୀ ରହିବ।  ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହେବେ । ଟଙ୍କା ବିନିଯୋଗ କରିବେ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। କୋର୍ଟ କଚେରୀରେ  ଦିର୍ଘ ଦିନ ଧରୁ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଧାର୍ମିକ କାର୍ଯ୍ୟରେ ସମୟ ବିତିବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ସଦସ୍ୟମାନେ ଆପଣଙ୍କୁ ସମର୍ଥନ କରିବେ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ ଦୂର ହେବ। ବିବାହିତ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ଏବଂ ଆପଣ ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ ।  ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଭଲ ରେଜଲକ୍ଟ ପାଇବେ।  ବିଦେଶ ଭ୍ରମଣ କରିପାରନ୍ତି। 

କୁମ୍ଭ: ଶୁକ୍ରଙ୍କ ଚଳନ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମାଲେମାଲ୍ କରିବ।  ଧନଲାଭର ଯୋଗ ରହିଛି।  ଯଦି ଆପଣ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ତେବେ, ଚେଷ୍ଟା ଜାରି ରଖନ୍ତୁ , ସଫଳତା ନିଶ୍ଚୟ ପାଇବ । କର୍ମକ୍ଷେତ୍ରରେ କିଛି ବଡ଼ ଦାୟିତ୍ବ ମିଳିପାରେ। ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ଗାଡି କିମ୍ବା ସମ୍ପତ୍ତି କିଣିପାରିବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ବ୍ୟବସାୟରେ ସଫଳ ହେବେ । ଯଦି ଆପଣ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବାରୁ ଚାହୁଁଛନ୍ତି । ତେବେ, ଜଣେ ଏକ୍ସପର୍ଟଙ୍କ ପରାମର୍ଶ କ୍ରମେ ଟଙ୍କା ବିନିଯୋଗ କରନ୍ତୁ । ଭଲ ଲାଭ ପାଇବେ। ପ୍ରେମ ସମ୍ପର୍କରେ ଥିବା ସମସ୍ୟା ଦୂର ହେବ। ପୁରୁଣା ରୋଗରୁ ମୁକ୍ତି ପାଇବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

{}{}