Hindi News >>Home >>Odisha LifeStyle and Others

Shash Mahapurush Rajyog 2024: ଏହି ସବୁ ରାଶିଙ୍କ ଭାଗ୍ୟ ଚମକାଇବ ଶଶ ମହାପୁରୁଷ ରାଜଯୋଗ!

Shash Mahapurush Rajyog 2024:  ଶନି ମହାରାଜ୍ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ବୃହସ୍ପତି ମେ ୧ ତାରିଖରେ ଚଳନ କରିବେ। ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ ଶଶ ମହାପୁରୁଷ ରାଜଯୋଗ (Shash Mahapurush Rajyog 2024)ସୃଷ୍ଚି କରୁଛି । ଏ-ହି ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ଦେବା ସହ ସେମାନଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବ।

Advertisement
Shash Mahapurush Rajyog 2024: ଏହି ସବୁ ରାଶିଙ୍କ ଭାଗ୍ୟ ଚମକାଇବ ଶଶ ମହାପୁରୁଷ ରାଜଯୋଗ!
Stop
Narmada Behera|Updated: Apr 29, 2024, 10:04 AM IST

Shash Mahapurush Rajyog 2024: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଏହି କ୍ରମରେ ଶନି ମହାରାଜ୍ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ବୃହସ୍ପତି ମେ ୧ ତାରିଖରେ ଚଳନ କରିବେ। ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ ଶଶ ମହାପୁରୁଷ ରାଜଯୋଗ (Shash Mahapurush Rajyog 2024)ସୃଷ୍ଚି କରୁଛି । ଏ-ହି ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ଦେବା ସହ ସେମାନଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବ। ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବ। ତେବେ, ଆସନ୍ତୁ ଜାଣିବା ସେହି ତିନି ରାଶିଙ୍କ ବିଷୟରେ...

କୋଟିପତି ହେବେ ଏହି ତିନି ରାଶି:

ବୃଷ: ଶଶ ମହାପୁରୁଷ ରାଜଯୋଗ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ କରିବ। ଧନଲାଭର ଯୋଗ ରହିଛି।  ବିଶେଷ କରି କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ପ୍ରାପ୍ତ କରିବେ।  କାର୍ଯ୍ୟାଳୟରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆଇଟି କ୍ଷେତ୍ରରେ ଜଡିତ ଥିବା ବ୍ୟକ୍ତି ବିଶେଷ ବିଦେଶରୁ ଭଲ ଚାକିରି ଅଫର ପାଇପାରନ୍ତି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବେ। ବୈବାହିକ ଜୀବନ ସୁଖମୟ ହେବା ସହ ସନ୍ତାନ ପ୍ରାପ୍ତିର ସୁଖ ପାଇପାରନ୍ତି। ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ଆର୍ଥିକ ସ୍ଥିତି ମଜବୁତ୍ ହେବ। 

ମକର : ଏହି ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ ଶଶ ମହାପୁରୁଷ ରାଜଯୋଗ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବିଶେଷ କରି, ବ୍ୟବସାୟ ଦୃଷ୍ଟିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବା ଆୟର ନୂତନ ଉତ୍ସ ସୃଷ୍ଟି ହେବ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ଭଲ ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ପ୍ରେମ ସମ୍ପର୍କ ଅଧିକ ମଜବୁତ୍ ହେବ। ବିଭିନ୍ନ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଦୀର୍ଘ ଦିନର ଆଶା ପୂରଣ ହେବା ସହ ଅଧା ରହିଥିବା କାର୍ଯ୍ୟ ପୂରା ହେବ।

କୁମ୍ଭ: ଏ-ହି ରାଶିର ପ୍ରଭୁ ହେଉଛନ୍ତି ଶନି। ଶଶ ମହାପୁରୁଷ ରାଜଯୋଗ କୁମ୍ଭ ରାଶିର ଭାଗ୍ୟ ଚମକାଇବ। ଏହି ସମୟ ବ୍ୟବସାୟୀଙ୍କ ପାଇଁ ଖୁବ୍ ଅନୁକୂଳ ରହିବ। ବ୍ୟବସାୟରେ ଅଧିକ ଲାଭ ପାଇବେ। କୌଣସି ବଡ଼ ଡିଲ୍ ଫାଇନାଲ ହୋଇପାରେ। ନୂତନ ଜମି କ୍ରୟ କରିପାରନ୍ତି। 
ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

 

Read More
{}{}