Hindi News >>Home >>Odisha LifeStyle and Others

Ram Navami 2024: ରାମ ନବମୀରେ ୨ ରାଜଯୋଗ, ଶୁଭଫଳ ପାଇବେ ଏହି ସବୁ ରାଶି

Ram Navami 2024: ଆଜି ଚୈତ୍ର ଶୁକ୍ଳ ନବମୀ ତଥା ରାମ ନବମୀ (Ram Navami 2024 )। ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଆଜିର ଏହି ଶୁଭ ମୁହୁର୍ତ୍ତରେ ଦୁଇଟି ବିରଳ ସଂଯୋଗ ସୃଷ୍ଟି ହେଉଛି । କର୍କଟ ରାଶିରେ ମାଲାଭ୍ୟା ରାଜଯୋଗ(Malavya Rajyoga) ଓ ଗଜକେଶରୀ (Gajakesari)ରାଜଯୋଗ ସୃଷ୍ଟି ହେଉଛି। ଏହି ୨ଟି ବିରଳ ସଂଯୋଗ କିଛି ରାଶିକୁ ମାଲେମାଲ୍ କରିଦେବ । ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Advertisement
Ram Navami 2024: ରାମ ନବମୀରେ  ୨ ରାଜଯୋଗ, ଶୁଭଫଳ ପାଇବେ ଏହି ସବୁ ରାଶି
Stop
Narmada Behera|Updated: Apr 17, 2024, 10:39 AM IST

Ram Navami 2024: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରତ୍ୟକ ଗ୍ରହ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆଜି ଚୈତ୍ର ନବରାତ୍ରର ଶେଷ ଦିନ। ଏହା ସହିତ ଆଜି ଚୈତ୍ର ଶୁକ୍ଳ ନବମୀ ତଥା ରାମ ନବମୀ (Ram Navami 2024 )। ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଆଜିର ଏହି ଶୁଭ ମୁହୁର୍ତ୍ତରେ ଦୁଇଟି ବିରଳ ସଂଯୋଗ ସୃଷ୍ଟି ହେଉଛି । କର୍କଟ ରାଶିରେ ମାଲାଭ୍ୟା ରାଜଯୋଗ(Malavya Rajyoga) ଓ ଗଜକେଶରୀ (Gajakesari)ରାଜଯୋଗ ସୃଷ୍ଟି ହେଉଛି। ଏହି ୨ଟି ବିରଳ ସଂଯୋଗ କିଛି ରାଶିକୁ ମାଲେମାଲ୍ କରିଦେବ । ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ALSO READ: Guru Shukra Yuti 2024: ରାମ ନବମୀରେ ଗୁରୁ ଶୁକ୍ର ୟୁତି, ଏହି ୩ ରାଶିଙ୍କ ଖୋଲିବ ଭାଗ୍ୟ!

ମାଲେମାଲ୍ ହେବେ ଏହି ସବୁ ରାଶି :

ମେଷ :  ମାଲାଭ୍ୟା ରାଜଯୋଗ ଓ ଗଜକେଶରୀ ରାଜଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳାଇବ। ନିଜ ସନ୍ତାନ ସନ୍ତତିଙ୍କ ଠାରୁ ଖୁସି ଖବର ପାଇବେ। ନବ ବିବାହିତ ମାନେ ସନ୍ତାନ ପ୍ରାପ୍ତି ପରି ଭଲ ଖବର ପାଇବେ। କର୍ମକ୍ଷେତ୍ରରେ କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀ ପ୍ରଶଂସା କରିବେ। ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟୀମାନେ ବ୍ୟବସାୟରେ ଭଲ ଲାଭ ପାଇବେ। ନିଜ ବନ୍ଧୁଙ୍କ ସହ ଦୂର ଯାତ୍ରା କରିପାରନ୍ତି। ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ଆର୍ଥିକ ସ୍ଥିତି ସୁଦୃଢ ହେବ।

ମୀନ: ପ୍ରଭୁ ଶ୍ରୀରାମ ଓ ମାତା ଦୁର୍ଗାଙ୍କ କୃପା ଏହି ରାଶି ଉପରେ ରହିବ। ଏହି ଅବଧି ମଧ୍ୟରେ ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟରେ ମନୋବଳାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

ତୁଳା:  ଏ-ହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ ମାଲାଭ୍ୟା ରାଜଯୋଗ ଓ ଗଜକେଶରୀ ରାଜଯୋଗ। ଏହି ଅବଧି ମଧ୍ୟରେ ଆପଣ ଏକ ଜମି କ୍ରୟ କରିପାରନ୍ତି। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଟଙ୍କା ବିନିଯୋଗ କରିବାକୁ ଚାହୁଁଥିଲେ । ଏହା ହେଇଛି ଅନୁକୂଳ ସମୟ । କ୍ୟାରିୟରରେ ଅଗ୍ରଗତି କରିବା ସହ ବ୍ୟବସାୟରେ ଲାଭ ପାଇବେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

Read More
{}{}