Hindi News >>Home >>Odisha LifeStyle and Others

Trigrahi Yog 2024: ତିନି ରାଶିଙ୍କୁ ଶୁଭଫଳ ଦେବ ତ୍ରିଗ୍ରାହୀ ଯୋଗ!

Trigrahi Yog Effect: ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ମାର୍ଚ୍ଚ ୭ରେ ଶୁକ୍ର ମଧ୍ୟ ସେହି ରାଶିକୁ ପ୍ରବେଶ କରିଛନ୍ତି । ଏବଂ ମାର୍ଚ୍ଚ ୧୫ରେ କୁମ୍ଭକୁ ମଙ୍ଗଳ ମଧ୍ୟ ବିରାଜିବେ। ତେବେ, ଗୋଟିଏ ରାଶିରେ ତିନି ଗ୍ରହଙ୍କ ମହା ମିଳନ ତ୍ରିଗ୍ରାହୀ ଯୋଗ ସୃଷ୍ଟି କରୁଛି। ତେବେ, ଆସନ୍ତୁ ଜାଣିବା ତ୍ରିଗ୍ରାହୀ ଯୋଗ କେଉଁ ରାଶି ପାଇଁ ବେଶ୍ ଶୁଭ ରହିବ। 

Advertisement
Trigrahi Yog 2024: ତିନି ରାଶିଙ୍କୁ ଶୁଭଫଳ ଦେବ ତ୍ରିଗ୍ରାହୀ ଯୋଗ!
Stop
Zee Odisha Desk|Updated: Mar 13, 2024, 01:35 PM IST

Trigrahi Yog Effect: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମାର୍ଚ୍ଚ ମାସ କିଛି ରାଶିଙ୍କ ପାଇଁ ବେଶ୍ ଖାସ୍ ରହିବ। କାହିଁକିନା, ଏହି ମାସରେ ଏକାଧିକ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ମାର୍ଚ୍ଚ ୭ରେ ଶୁକ୍ର ମଧ୍ୟ ସେହି ରାଶିକୁ ପ୍ରବେଶ କରିଛନ୍ତି । ଏବଂ ମାର୍ଚ୍ଚ ୧୫ରେ କୁମ୍ଭକୁ ମଙ୍ଗଳ ମଧ୍ୟ ବିରାଜିବେ। ତେବେ, ଗୋଟିଏ ରାଶିରେ ତିନି ଗ୍ରହଙ୍କ ମହା ମିଳନ ତ୍ରିଗ୍ରାହୀ ଯୋଗ ସୃଷ୍ଟି କରୁଛି। ତେବେ, ଏହି ତିଗ୍ରାହୀ ଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ତେବେ, ଆସନ୍ତୁ ଜାଣିବା ତ୍ରିଗ୍ରାହୀ ଯୋଗ କେଉଁ ରାଶି ପାଇଁ ବେଶ୍ ଶୁଭ ରହିବ। 

ଧନବାନ୍ ହେବେ ଏହି ସବୁ ରାଶି:

ମେଷ ରାଶି: ତ୍ରିଗ୍ରାହୀ ଯୋଗ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ।  ଏହି ରାଶିର ଭଗବାନ ହେଉଛନ୍ତି ଶୁକ୍ର, ଯିଏ ଗୋଚର ଭାବେ କୁଣ୍ଡଳୀରେ ତୃତୀୟ ଘରେ ଚଳନ କରୁଛନ୍ତି। ତେଣୁ ଏମିତିରେ ଶକ୍ତି ଏବଂ ସାହସରେ ବୃଦ୍ଧି ହୋଇପାରେ। ବିଦେଶରୁ ମଧ୍ୟ ଲାଭର ସମ୍ଭାବନା ଅଛି। ଯେଉଁମାନେ ଆମଦାନୀ ଏବଂ ରପ୍ତାନି ବ୍ୟବସାୟରେ ଅଛନ୍ତି ସେମାନେ ଲାଭାନ୍ୱିତ ହୋଇପାରିବେ। ଅକସ୍ମାତ୍ ଧନଲାଭର ଯୋଗ ବି ରହିଛି। ବୈବାହିକ ଜୀବନ ସୁଖମୟ ହେବ। ଏହି ଅବଧି ମଧ୍ୟରେ ନୂଆ ଗାଡି କିମ୍ବା ଘର କିଣି ପାରିବେ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନେ ସଫଳତା ପାଇପାରିବେ।

ବୃଷ ରାଶି: ଶନି- ଶୁକ୍ର -ମଙ୍ଗଳଙ୍କ ଆର୍ଶିବାଦରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବେ। ନୂଆ ନିଯୁକ୍ତି ଅଫର ବି ଆସିପାରେ।  ଯଦି ଆପଣ କୌଣସି ପୁରୁଣା ବିନିଯୋଗ କରିଛନ୍ତି, ତେବେ ଆପଣ ଏଥିରୁ ଉପକୃତ ହୋଇପାରିବେ। ବ୍ୟବସାୟରେ ସଫଳତା ପାଇବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଖାସ୍ କରି,  ଋଣ ଭାରରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ। ଦିର୍ଘ ଦିନରୁ ଲାଗି ରହିଥିବା ରୋଗରୁ ମୁକ୍ତି ମିଳିବ।

ମକର ରାଶି: ମଙ୍ଗଳ, ଶୁକ୍ର ଏବଂ ଶନିଙ୍କ ଏହି  ମହା ମିଳନ ମକର ରାଶି ପାଇଁ ଅନେକ ସୁଖ ଆଣିବ। ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହେବ। ବୈବାହିକ ଜୀବନ ସୁଖମୟ ହେବ। ଦୀର୍ଘ ଦିନ ଧରି ଲାଗିଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଯିବ । କ୍ୟାରିୟରରେ ନୂତନ ସୁଯୋଗ ଏବଂ ପଦୋନ୍ନତିର ସମ୍ଭାବନା ଅଛି ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Read More
{}{}