Hindi News >>Home >>Odisha LifeStyle and Others

Mangal Guru Yuti 2024: ଚାରି ରାଶିଙ୍କ ଭାଗ୍ୟ ଉଦୟ କରିବେ ମଙ୍ଗଳ-ବୃହସ୍ପତି, ମିଳିବ ଖୁସି ଖବର ସହ ବଢିବ ଆୟ!

Mangal Guru Yuti 2024: ମଙ୍ଗଳ ଗତକାଲି (ଜୁଲାଇ ୧୨) ରାତି ପ୍ରାୟ ୧୧ଟା ୪୦ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିଛନ୍ତି। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ। ଗୋଟିଏ ରାଶିରେ ୨ ଗ୍ରହଙ୍କ ମିଳନ ଦୁର୍ଲଭ ସଂଯୋଗ ବା ମଙ୍ଗଳ ଗୁରୁ ୟୁତି ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ସଂଯୋଗ କିଛି ରାଶିର ଭାଗ୍ୟ ଉଦୟ କରିବ। 

Advertisement
Mangal Guru Yuti 2024: ଚାରି ରାଶିଙ୍କ ଭାଗ୍ୟ ଉଦୟ କରିବେ ମଙ୍ଗଳ-ବୃହସ୍ପତି,  ମିଳିବ ଖୁସି ଖବର ସହ ବଢିବ ଆୟ!
Stop
Narmada Behera|Updated: Jul 13, 2024, 12:46 PM IST

Mangal Guru Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ରକ୍ତ, କ୍ରୋଧ, ସମ୍ପତ୍ତି ଏବଂ ସାହସର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ମଙ୍ଗଳ ଗତକାଲି (ଜୁଲାଇ ୧୨) ରାତି ପ୍ରାୟ ୧୧ଟା ୪୦ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିଛନ୍ତି। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ। ଗୋଟିଏ ରାଶିରେ ୨ ଗ୍ରହଙ୍କ ମିଳନ ଦୁର୍ଲଭ ସଂଯୋଗ ବା ମଙ୍ଗଳ ଗୁରୁ ୟୁତି ଯୋଗ ସୃଷ୍ଟି କରୁଛି। ଏହି ୨ ଗ୍ରହ ବୃଷରେ ଅଗଷ୍ଟ ୨୬ ପର୍ଯ୍ୟନ୍ତ ରହିବେ। ତେବେ, ଏହି ଦୁର୍ଲଭ ସଂଯୋଗ କିଛି ରାଶିର ଭାଗ୍ୟ ଉଦୟ କରିବ। ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବା ସହ କ୍ୟାରିୟର ଓ ବୈବାହିକ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। 

ମେଷ: ମଙ୍ଗଳ ଗୁରୁ ୟୁତି ଯୋଗ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଦୟ କରିବ। ମଙ୍ଗଳ ହେଉଛନ୍ତି ଏହି ରାଶିର ଗ୍ରହଅଧିପତି। ଆଉ ଦେବଗୁରୁ ବୃହସ୍ପତି ହେଉଛନ୍ତି  ଭାଗ୍ୟ ଘରର ପ୍ରଭୁ। ଏଣୁ, ଏହି ଅବଧି ମଧ୍ୟରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ। କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ପଦୋନ୍ନତି ପାଇବା ସହ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ଯଦି ଆପଣ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ତେବେ, ଚେଷ୍ଟା ଜାରି ରଖନ୍ତୁ, ସଫଳତା ପାଇବେ। ବେକାରି ମାନେ ଚାକିରି ପାଇବେ। ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ବ୍ୟବସାୟୀମାନେ ଲାଭଜନକ ସ୍ଥିତିରେ ରହିବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।  

ALSO READ: Career Horoscope Today: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରେ ମିଳିପାରେ ପଦୋନ୍ନତି ସହ ବଢିବ ଦରମା!

ALSO READ: Shani Dev: ଶନି ସାଢେସାତୀରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ କରନ୍ତୁ ଏହି ୫ ଉପାୟ, ବର୍ଷିବ ଶନିଙ୍କ କୃପା, ମଜବୁତ୍ ହେବ ଆର୍ଥିକ ସ୍ଥିତି!

କର୍କଟ: ବୃହସ୍ପତି ଓ ମଙ୍ଗଳ ଏହି ରାଶିଙ୍କୁ ପ୍ରତ୍ୟକ କାର୍ଯ୍ୟରେ ଶୁଭଫଳ ପ୍ରଦାନ କରିବେ। ଅଟକି ରହିଥିବା ସମସ୍ତ ଯୋଜନା ଗୁଡିକ ସମ୍ପୁର୍ଣ୍ଣ କରିବାକୁ ସମର୍ଥ ହେବେ। ପରିବାରରେ ଖୁସିର ମାହୋଲ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ନିଜ- ଭାଇ ଭଉଣୀଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ନିଜ ଜୀବନ ସାଥୀଙ୍କ ସହିତ କୌଣସି ଏକ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଆୟ-ବ୍ୟୟ ସମାନ ରହିବ। ଆକସ୍ମିକ ଧନଲାଭର ଯୋଗ ରହିଛି। ଏହି ଅବଧି ମଧ୍ୟରେ ଆପଣ ଏକ ଗାଡି଼ କିଣିପାରନ୍ତି।  

ସିଂହ: ମଙ୍ଗଳ ଗୁରୁ ୟୁତି ଏହି ରାଶିର ଭାଗ୍ୟ ଚମକାଇବ। ସୂର୍ଯ୍ୟଦେବ ହେଉଛନ୍ତି ଏହି ରାଶିର ପ୍ରଭୁ । ମଙ୍ଗଳ ଓ ବୃହସ୍ପତି ସୂର୍ଯ୍ୟଙ୍କ ବନ୍ଧୁ ଅଟନ୍ତି। ଏଣୁ,  ଏହି ଅବଧି ମଧ୍ୟରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କଲେ ଶୁଭଫଳ ପାଇବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁବ୍ ଅନୁକୂଳ ରହିଛି। ଏହି ଅବଧି ମଧ୍ୟରେ ବେକାରୀମାନେ ଚାକିରି ପାଇବେ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସାହାର୍ଯ୍ୟ ଓ ପୂର୍ଣ୍ଣ ସମର୍ଥନ ପାଇବେ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ଦିର୍ଘ ଦିନଧରି ଚାଲିଥିବା ସମସ୍ୟାର ସମାଧାନ ଘଟିବ।  ରାଜନୀତି କ୍ଷେତ୍ରରେ ଜଡ଼ତ ଲୋକେ କିଛି ବଡ଼ ସଫଳତା ହାସଲ କରିବେ। ଏହି ଅବଧି ମଧ୍ୟରେ, ଆୟ ବୃଦ୍ଧି ହେବ।

କନ୍ୟା: ଏ-ହି ଦୁର୍ଲଭ ସଂଯୋଗ କନ୍ୟାରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ।  ଅବିବାହିତଙ୍କ ପାଇଁ ବିବାବ ଯୋଗ ଫିଟିବ। ଭଲ ପାଉଥିବା ଜୀବନ ସାଥୀଙ୍କ ସହ ବିବାହ ହୋଇପାରେ। ଏହି ଅବଧି ମଧ୍ୟରେ ଛୋଟ କିମ୍ବା ବଡ ଯାତ୍ରା କରିପାରନ୍ତି। ଜୀବନ ସାଥୀଙ୍କ ସମର୍ଥନ ପାଇବେ। ଏହି ସମୟରେ  ଆୟ ବହୁତ ବୃଦ୍ଧି ପାଇବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ପୁରୁଣା ନିବେଶରୁ ଲାଭବାନ୍ ହେବେ। ସେୟାର ମାର୍କେଟ ଓ ବେଟିଂରୁ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Read More
{}{}